
ବଲାଙ୍ଗିର: ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା। ବଲାଙ୍ଗୀର ଜିଲା ଚିମିନିଭାଟି ପଡ଼ା ପ୍ରାଥମିକ ସ୍କୁଲ ନିକଟ ଜନଗହଳି ରାସ୍ତାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି କ୍ଷ ହତ୍ୟାକାରୀ ଫେରାର ହୋଇଯାଇଥିବା ବେଳେ ପୋଲିସ ଟିମ୍ ପହଞ୍ଚି ତଦନ୍ତ କରୁଛି। ପରିବାରଲୋକେ ପହଞ୍ଚିବା ପରେ ଯୁବକଙ୍କ ପରିଚୟ ମିଳିଛି କ୍ଷ ତାଙ୍କ ନାମ ରାମ ଦାସ ବୋଲି ଜଣାପଡ଼ିଛି।
ପ୍ରାରମ୍ଭିକ ସୂଚନାନୁଯାୟୀ, ରାମ ହେଉଛନ୍ତି ଚିମିନିଭାଟି ପଡ଼ାର ଜଣେ ଟ୍ରକ ଡ୍ରାଇଭର । ହେଲେ ତାଙ୍କ ନିକଟରେ ଯେଉଁ ବାଇକ୍ ଛିଡା ହୋଇଛି ତାହା କୁରୁଲ ଗ୍ରାମର କୃଷ୍ଣ ରାଉତଙ୍କର ବୋଲି ଜଣାପଡ଼ିଛି। ଟଙ୍କା ପଇସା ଧାର ଉଧାରକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି କ୍ଷ ଘଟଣାସ୍ଥଳରେ ପୋଲିସର ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଚଳାଇଛି । ଏସ୍ଡିପିଓ ସରୋଜ ଉପାଦେୟ ନିଜେ ରହି ଘଟଣାର ତଦନ୍ତ କରୁଛନ୍ତି।




