
ରାଉରକେଲା : ରାଉରକେଲାରେ ଚାଞ୍ଚଲ୍ୟ। ପେଟ୍ରୋଲ ଢାଳି ଯୁବକଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ। ରାଉରକେଲା ଲହୁଣୀପଡ଼ା ଥାନା ଘଣିପଶା ଗାଁର ଏଭଳି ଅଭାବନୀୟ ଘଟଣା ଘଟିଛି। ପୀଡ଼ିତ ଯୁବକଙ୍କ ନାଁ କାହ୍ନୁ ଚରଣ ମାହାନ୍ତ ବୋଲି ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା IGH ରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଲହୁଣୀପଡ଼ା ଥାନା ଘଣିପଶା ଗାଁର କାହ୍ନୁ ଚରଣ ମାହାନ୍ତ ଶନିବାର ସକାଳେ ଶୌଚ ହେବା ପାଇଁ ନାଳକୁ ଯାଇଥିବା ସମୟରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା IGH ରେ ଭର୍ତ୍ତି କରାଯାଇଛି । ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏହି ଘଟଣାରେ ତଦନ୍ତ ଚଳାଇଛି।




