ଯେତେବେଳେ ମୋତେ ସମୟ ମିଳିବ ମୁଁ ନୂଆପଡ଼ା ଯିବି:ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ନୂଆପଡ଼ାରେ ପ୍ରଚଣ୍ଡ ଜିତ୍ ପରେ ବିଜେପି ରାଜ୍ୟ କାର୍ୟ୍ୟାଳୟରେ ବିଜୟ ଉତ୍ସବ। ଜୟ ଢୋଲକିଆଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ଵାଗତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି ଯେ, ନୂଆପଡ଼ାରେ ଇତିହାସ ସୃଷ୍ଟି ହୋଇଛି। ସମସ୍ତଙ୍କ ପରିଶ୍ରମରୁ ଏହି ବଡ଼ ସଫଳତା ମିଳିଛି। ସେହିପରି ଜୟ ଢୋଲକିଆ ମଧ୍ୟ ବିଜୟ ଉତ୍ସବରେ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ନୂଆପଡ଼ାରେ ଆମର ଅଦ୍ଭୁତପୂର୍ବ ବିଜୟ ହୋଇଛି। ଆଜି ବିଜେପିର ଯେଉଁ ବିଜୟ ହୋଇଛି ସେଥିପାଇଁ ମୁଁ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଉଛି । ଗତ ୬ ମାସ ପୂର୍ବରୁ ନୂଆପଡ଼ା ଯାଇଥିଲି। ନୂଆପଡ଼ାବାସୀ ଆମ ସରକାରଙ୍କ ପ୍ରତି ଯେଉଁ ଭଲ ପାଇବା ଦେଇଥିଲା ତାହା ଆଜି ପ୍ରମାଣିତ ହୋଇଛି । ଦୀର୍ଘ ୨୪ ବର୍ଷ ଧରି ନୂଆପଡ଼ା ଅବହେଳାର ଶିକାର ହୋଇଥିଲା । ସରକାର ପରିବର୍ତ୍ତନ ହୋଇଛି ଆମର ବିକାଶ ହେବ ବୋଲି ନୂଆପଡ଼ାବାସୀ ଆଶା ବାନ୍ଧି ବସିଥିଲେ । ଯେତେବେଳେ ମୋତେ ସମୟ ମିଳିବ ମୁଁ ନୂଆପଡ଼ା ଯିବି।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଆମ ଦଳରେ ବିଜେଡିରୁ ଆସିଥିବା ନେତା ସ୍ଵାଧୀନ ଭାବରେ କାର୍ୟ୍ୟ କରୁଛନ୍ତି। ବିଜେଡିରେ ମୁଖ୍ୟମନ୍ତ୍ରୀଙ୍କୁ କି ଦଳର ଶୀର୍ଷ ନେତୃତ୍ବକୁ ଭେଟି ପାରୁ ନଥିଲେ। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ବି ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେ ଯାହା ଚାହୁଁଥିଲେ ତାହା ହୋଇପାରିନାହିଁ। ସେସବୁ କାର୍ୟ୍ୟ ପୂରଣ ପାଇଁ ତାଙ୍କ ପରିବାର ବିଜେପିରେ ମିଶିବା ପାଇଁ ନିଷ୍ପତି ନେଲେ। ମନମୋହନଙ୍କ ନେତୃତ୍ୱରେ ବିଜେପିର ଟିମ୍ କାମ କଲେ, ପ୍ରଚାର କଲେ, ପରିବାର ପ୍ରତି ଅନୁକମ୍ପା ଏବଂ ଦଳ ପ୍ରତି ସମର୍ଥନ ଜୟଙ୍କୁ ବିଜୟ କରାଇଲା। ରାଜେନ୍ଦ୍ରଙ୍କ ଚିକିତ୍ସା ସମୟରେ ତାଙ୍କୁ ଫୋନ୍ ନ କରିବା, ପ୍ରଚାର ସମୟରେ ବେଇମାନି କରିଥିବା କଥା ବିରୋଧୀ ଦଳ ନେତାଙ୍କ ମୁହଁରୁ କୁହାଇଲେ। ବିଜେଡ଼ି ଦଳ ଜୟଙ୍କ ପରିବାର ପ୍ରତି କୃତଘ୍ନ ହୋଇପଡ଼ିଥିଲେ। କିଏ ପ୍ରାର୍ଥୀ ଚୋରି କରିଛି ଏବଂ ପୂର୍ବ ଇତିହାସ କଥା ଆମେ ତାଙ୍କୁ ମନେ ପକେଇ ଦେଇଥିଲୁ ତେଣୁ ବେଇମାନି କାମ କିଏ କଲା ତାହା ଆଉ କହିବାକୁ ପଡ଼ିବନି। ସେ ଚାହିଁଲେ ବିଜେପିରେ ମିଶିଲେ, ବେଇମାନି କେବେ କଲେ ବୋଲି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ।

ଲୋକମାନେ ତାଙ୍କୁ ଠିକ ଜବାବ ଦେଇଛନ୍ତି। ନୂଆପଡା ଜିଲ୍ଲାର ବିକାଶର ସାରଥୀ ହେବାକୁ ମୁଁ ଜୟଙ୍କୁ ଦାୟିତ୍ୱ ଦେଉଛି। ସେ ତାଙ୍କ ପରାକାଷ୍ଠା ଦେଖାଇବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜେପିର କାର୍ୟ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଆଗାମୀ ଦିନରେ ବିକାଶ ବିକାଶ ବିକାଶ ହିଁ ଏକମାତ୍ର ମୁଦ୍ଦା ହେବ ବୋଲି କହିଛନ୍ତି।

  • Related Posts

    ସରପଞ୍ଚରୁ ଭାଜପା ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା

    ଗୀତାଞ୍ଜଳିଙ୍କୁ ନୂଆ ଦାୟିତ୍ୱ, ମହିଳା ସଂଗଠନ ସୁଦୃଢ଼ କରିବାକୁ ନୂଆ ଆଶା” ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କୁ ଭାରତୀୟ ଜନତା ପାର୍ଟି (ଭାଜପା) କନ୍ଧମାଳ ଜିଲ୍ଲା ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଭାବେ ଦାୟିତ୍ୱ…

    Continue reading
    ପିଏମ୍ କେୟାର୍ସ ପାଣ୍ଠିକୁ ଘରୋଇ ଦାନ ହ୍ରାସ

    ନୂଆଦିଲ୍ଲୀ : ପିଏମ୍ କେୟାର୍ସ (ପ୍ରାଇମ ମିନିଷ୍ଟର୍ସ ସିଟିଜେନ ଆସିଷ୍ଟାନ୍ସ ଆଣ୍ଡ ରିଲିଫ ଇନ୍ ଏମର୍ଜେନ୍ସି ସିଚୁଏସନ) ପାଣ୍ଠିକୁ ଘରୋଇ ଦାନ ୨୦୨୪-୨୫ରେ ୩୦ ପ୍ରତିଶତ ହ୍ରାସ ପାଇ ୪୭୯ କୋଟି ଟଙ୍କା ରହିଛି । ବିଦେଶୀ ଦାନ ମଧ୍ୟ ୧୮…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ