ରଥ ତ୍ରୟରେ ଦିଆଯାଉଛି ଶେଷ ସ୍ପର୍ଶ

ପୁରୀ: ରଥ ତ୍ରୟରେ ଦିଆଯାଉଛି ଶେଷ ସ୍ପର୍ଶ । ରବିବାର ରଥ ଚାରିପଟେ ବୁଲିଛି ଠେକରା ବାଡ଼ । ତାଳଧ୍ୱଜ ରଥରେ ସବୁଜ ରଙ୍ଗର ବାଡ଼, ଦେବଦଳନ ରଥରେ କମଳା ରଙ୍ଗର ବାଡ଼ ଓ ନନ୍ଦିଘୋଷ ରଥରେ ହଳଦିଆ ରଙ୍ଗର ବାଡ଼ ବୁଲିଛି । ଏଥିସହ ଅପରାହ୍ଣରେ କୋଠସୁଆଁସିଆ ସେବକମାନେ ରଥ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତିନି ରଥରେ କନା ପଡ଼ିବା ଆରମ୍ଭ ହୋଇଛି । ୧୫ ଜଣ ଭଳି କୋଠସୁଆଁସିଆ ସେବକ ଠାକୁରଙ୍କ କାର୍ଯ୍ୟରେ ଲାଗିଛନ୍ତି । ଏଥିସହ କନକମୁଣ୍ଡିରେ ପିତ୍ତଳ ଚାଦର ବୁଲିଛି । ଠାକୁରଙ୍କ ସିଂହାସନ ଉପରେ ରହିଛି କନକମୁଣ୍ଡି । ଆଗେ ତାଳଧ୍ୱଜ ରଥରୁ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ରଥର ଦୁଆରଘଡ଼ାର ଅଂଳା ଓ ଚନ୍ଦ୍ରଶାଳିରେ କନା ଲଗାଯାଇଛି । ଦର୍ଜୀ ସେବକମାନେ ରଥର ବତା ଓ ବିଳାସପଟି, ପୋଟଳ, ମେଣ୍ଢାମୁଣ୍ଡିଆ ଆଦି କାମ ସାରୁଛନ୍ତି । ଦର୍ଜି ସେବକ ତିଆରି ଦେଲେ କୋଠସୁଆଁସିଆ ସେବକ ରଥରେ କନା ମଣ୍ଡଣି କାର୍ଯ୍ୟ ସାରିବେ । ସାରଥିଙ୍କ ପୋଷାକ ତିଆରି ଶେଷ ହୋଇଛି । ଚିତ୍ରକର ସେବକମାନେ ପ୍ରଭା ଚିତ୍ର ଶେଷ କରିଛନ୍ତି । ପ୍ରଭାକାମ ସରିଯିବା ପରେ ଭୋଇ ସେବକମାନେ ଏସବୁକୁ ଆଣି ରଥ ଉପରେ ସ୍ଥାପନ କରିବେ । ଚିତ୍ରକର ସେବକମାନେ ରଥର ବାହ୍ୟ ଅଂଶଗୁଡ଼ିକରେ ଶେଷ ସ୍ପର୍ଶ ଦେଉଛନ୍ତି । ଓଝା ସେବକମାନେ ଠାକୁରଙ୍କ ସେବା ଓ ରଥ କାର୍ଯ୍ୟ ପାଇଁ କୋଠସୁଆଁସିଆ ସେବକଙ୍କ ଦରକାରୀ ସାମଗ୍ରୀ ସବୁ ତିଆରି ଯୋଗାଇଛନ୍ତି । ରଥ କାମ ଶେଷରେ ପଟା ପଡ଼ି ଚକା ରଖାଯିବ । ରଥଯାତ୍ରା ଅବସରରେ ଚକାବେଦିରେ ଠାକୁରେ ଅବସ୍ଥାନ କରିବେ ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ