
ଭୁବନେଶ୍ୱର: ଆଜି ନୂଆପଡ଼ା ଉପନିର୍ବାଚନ ନେଇ ଭୋଟ ଗଣତି ଚାଲିଛି । ତେବେ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପି ପ୍ରାର୍ଥୀ ଜୟ ଢେ଼ାଲକିଆ ରେକର୍ଡ ବିଜୟ ମୁଖେ ଅଗ୍ରସର ହେଉଛନ୍ତି । ରାଉଣ୍ଡ-୧୮ ସୁଦ୍ଧା ବିଜେପି ୬୦ ହଜାର ୮୪୦ଟି ଭୋଟରେ ଆଗୁଆ ଅଛି । ରାଉଣ୍ଡ-୧୮ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢେ଼ାଲକିଆଙ୍କୁ ୮୮୨୭୮ଟି ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୨୭୪୩୮ଟି ଭୋଟ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ଘାସୀରାମ ମାଝୀଙ୍କୁ ୨୮୩୬୬ଟି ଭୋଟ ମିଳିଛି ।




