
ଦେବଗଡ଼:ଦେବଗଡ ଜିଲ୍ଲା ସୁନାମୁଣ୍ଡା ସ୍ଥିତ ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଛାତ୍ରାବାସରେ ରାଗିଂ ଘଟଣାରେ ଆଜି ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ପରିଦର୍ଶନ କରି ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିଥିଲେ। ଏହାସହିତ ଭବିଷ୍ୟତରେ ଯେମିତି ଏମିତି ଅଘଟଣ ନ ଘଟିବ ଏଥିପ୍ରତି ଯତ୍ନବାନ ହେବା ପାଇଁ ଜିଲ୍ଲା କଂଗ୍ରେସର ପ୍ରତିନିଧି ଦଳ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ପରାମର୍ଶ ଦେଇଥିଲେ।ଏହି ପ୍ରତିନିଧି ଦଳରେ ଜିଲ୍ଲା କଂଗ୍ରେସ ସଭାପତି ସେମ୍ ହେମ୍ରମ ,ନଗର କଂଗ୍ରେସ ସଭାପତି ରେବତୀ ମୋହନ ପଟନାୟକ,ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଆକାଶ ଦାଶ,ଆଦିବାସୀ କଂଗ୍ରେସ ସଭାପତି ସୁଶୀଲ ଗୁଡ଼ିଆ,ଏସସି ସେଲ୍ ସଭାପତି ରମେଶ ଚନ୍ଦ୍ର ପାତ୍ର,ଜିଲ୍ଲା କଂଗ୍ରେସ ସମ୍ପାଦକ ଗୋଲଖ ଚନ୍ଦ୍ର ନାଏକ,ସୁଶୀଲ ମାଝି, ସନ୍ତୋଷ ଉଦାବର, ଇଲିଆସ ତିର୍କି ଉପସ୍ଥିତ ଥିଲେ।




