ରାଜରାସ୍ତାରେ ଗଡ଼ିବନି ୧୩ଶହ ଆମ୍ବୁଲାନ୍ସ

ଭୁବନେଶ୍ୱର:  ନଭେମ୍ବର ୧ରେ ଠପ୍ ହେବ ୧୦୮ ଆମ୍ବୁଲାନ୍ସ ସେବା । ରାଜରାସ୍ତାରେ ଗଡ଼ିବନି ୧୩ଶହ ଆମ୍ବୁଲାନ୍ସ। କାରଣ ରାଜ୍ୟବ୍ୟାପୀ କାର୍ୟ୍ୟବନ୍ଦ ରଖିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ଆନ୍ଦୋଳନରେ ବସିବେ ୬ ହଜାରରୁ ଉର୍ଦ୍ଧ୍ୱ ଆମ୍ବୁଲାନ୍ସ କର୍ମଚାରୀ ।

ନୂତନ ଠିକା ସଂସ୍ଥା ଉଦ୍ଦେଶ୍ୟମୂଳକ ଭାବେ ୨ଶହ କର୍ମଚାରୀଙ୍କୁ କାର୍ୟ୍ୟରେ ନିୟୋଜିତ କରି ନ ଥିବା ଅଭିଯୋଗ ହୋଇଛି। ଏହାରି ପ୍ରତିବାଦରେ ଆସନ୍ତା ୧ ତାରିଖରେ ଆନ୍ଦୋଳନ ଡାକରା ଦିଆଯାଇଛି ।

ମିଳିଥିବା ଖବର ଅନୁସାରେ, ଆଜି ୩୦ଟି ଜିଲ୍ଲାର ଅଫ୍ ଡ୍ୟୁଟି କର୍ମଚାରୀମାନଙ୍କୁ ନେଇ ଜିଲ୍ଳାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବ ମହାସଂଘ । ସେପଟେ ଏନେଇ ସଂପୃକ୍ତ ଠିକା ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

  • Related Posts

    ଏ ବର୍ଷ ଏଲ୍ ନିନୋ ପ୍ରଭାବରେ କମ୍ ବର୍ଷା ସମ୍ଭାବନା

    ଚଳିତ ବର୍ଷ ମୌସୁମୀ ପ୍ରବାହ ସମୟରେ ଏଲ୍ ନିନୋ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ଚଳିତ ବର୍ଷ ମୌସୁମୀ ଋତୁ ଅର୍ଥାତ ଜୁନ୍ ରୁ ସେପ୍ଟମ୍ବର ମଧ୍ୟରେ ବର୍ଷାର ପରିମାଣ କମ୍ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ…

    Continue reading
    ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଗଠିତ ବ୍ରିକ୍ସ ଗୋଷ୍ଠୀର ଦ୍ୱିତୀୟ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ

    ଭୁବନେଶ୍ୱର: ଭାରତ ୨୦୨୬ ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀ ବୈଠକର ଅଧ୍ୟକ୍ଷତା କରୁଥିବା ବେଳେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ପକ୍ଷରୁ ପୁରୀ ଠାରେ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀର ଦ୍ୱିତୀୟ ବୈଠକ ଆୟୋଜନ କରାଯାଉଛି । ଆଜି ଠାରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ