ରାଜ୍ୟପାଳଙ୍କୁ ଚିଠି ଲେଖିଲେ ବିଜେଡି ଓ କଂଗ୍ରେସର ନେତା: ଶୀଘ୍ର ଗଢ଼ାହେଉ ବିଧାନସଭା ଷ୍ଟାଣ୍ଡିଂ କମିଟି

ଭୁବନେଶ୍ୱର: ରାଜ୍ୟ ବିଧାନସଭାର ସ୍ଥାୟୀ ସମିତି (ଷ୍ଟାଣ୍ଡିଂ କମିଟି) ଗଢ଼ା ହେବାରେ ବିଳମ୍ବ ହୋଇଛି । ବଜେଟ ଅଧିବେଶନର ଶେଷ ଦିବସ ସୁଦ୍ଧା ଗଢ଼ା ହେବାର ପରମ୍ପରା ରହିଛି । ହେଲେ ତାହା ଭଙ୍ଗ ହୋଇଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡି ଓ କଂଗ୍ରେସର ନେତା । ଏ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ।

ବିଜେଡିର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଣେଶ୍ୱର ବେହେରା ଓ କଂଗ୍ରେସର ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏ ନେଇ ଆବଶ୍ୟକ ପଦକ୍ଷେପ ନେବା ବାବଦରେ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଷ୍ଟାଣ୍ଡିଂ କମିଟି ଗଣତାନ୍ତ୍ରିକ ଶାସନ ପଦ୍ଧତିର ଏକ ଅବିଚ୍ଛେଦ ଅଂଶ । ବିଧାନସଭା ବର୍ଷକୁ ମାତ୍ର କିଛି ଦିନ ବସୁଥିବା ବେଳେ, ସ୍ଥାୟୀ ସମିତିଗୁଡିକ ବର୍ଷସାରା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ବ୍ୟୟ ବରାଦ ତଥା ଯୋଜନାର କାର୍ଯ୍ୟାନ୍ୱୟନକୁ ସମୀକ୍ଷା କରି ସକାରାତ୍ମକ ପରାମର୍ଶ ଦେଇଥାଆନ୍ତି ।

ଏହା ବ୍ୟତୀତ, ସାଧାରଣ ଜନତାଙ୍କ ସମସ୍ୟା ବିଷୟରେ ଆଲୋଚନା କରି ସରକାରଙ୍କୁ ଅବଗତ କରାଇବା ପାଇଁ ସ୍ଥାୟୀ ସମିତି ଏକ ପ୍ରକୃଷ୍ଟ ମଞ୍ଚ । ହେଲେ ଗତ ସ୍ଥାୟୀ ସମିତିଗୁଡିକର ଅବଧି ସମାପ୍ତ ହେବା ପରେ ଏ ପର୍ଯ୍ୟନ୍ତ ନୂତନ କମିଟି ଗଠନ କରାଯାଇନାହିଁ । ବିଧାନସଭା ପରମ୍ପରା ଅନୁସାରେ ବଜେଟ ଅଧିବେଶନର ଶେଷ ଦିବସ ସୁଦ୍ଧା ଏହି କମିଟିର ଗଠନ କରାଯାଏ ।

ଓଡ଼ିଶା ବିଧାନସଭା ଯେବେଠାରୁ ଗଠନ ହୋଇଥିଲା ସେବେଠାରୁ ସ୍ଥାୟୀ ସମିତି ଗଠନ ହେବାର ପରମ୍ପରା କେବେ ଭଙ୍ଗ ହୋଇନଥିଲା । ତେଣୁ ଏହି ଅବହେଳା ବିରୋଧରେ ରଣେନ୍ଦ୍ର, ଗଣେଶ୍ୱର ଓ ଶ୍ରୀ କାଡାମ ରାଜ୍ୟପାଳଙ୍କୁ ଅବଗତ କରିବା ସହିତ ସ୍ଥାୟୀ ସମିତିଗୁଡିକୁ ଯଥା ଶୀଘ୍ର ଗଠନ କରିବା ଦିଗରେ ବାଚସ୍ପତିଙ୍କୁ ନିର୍ଦ୍ଦେଶ କରିବା ପାଇଁ ଅନୁରୋଧ କରିଛନ୍ତି ।

  • Related Posts

    ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆଇନଜୀବୀଙ୍କ ସହାୟତା ରାଶି ୪୦% ବୃଦ୍ଧି

    ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ରାଜ୍ୟର ବିଭିନ୍ନ କୋର୍ଟରେ କାର୍ଯ୍ୟରତ ଆଇନଜୀବୀମାନଙ୍କ ସହାୟତା ପରିମାଣ ବୃଦ୍ଧି। ଅବସର ନେଇଥିବା କିମ୍ବା ଦେହାନ୍ତ ହେବା କ୍ଷେତ୍ରରେ ରାଜ୍ୟ କଲ୍ୟାଣ ପାଣ୍ଠିରୁ ପରିବାରକୁ ସହାୟତା ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ…

    Continue reading
    ତାମିଲନାଡୁ ଗ୍ୟାସ୍ ଲିକରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା: CMRFରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

    ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣାରେ ସେ ଅତ୍ୟନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ