ରାଜ୍ୟରେ ୨୦ଟି ନୂଆ ସାଇବର ଥାନା ପ୍ରତିଷ୍ଠା ହେବ

ଭୁବନେଶ୍ଵର:ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସାଇବର ଓ ଅଥନୈତିକ ଅପରାଧ ରୋକିବାକୁ ୨୦ଟି ନୂଆ ଥାନା ପ୍ରତିଷ୍ଠା କରାଯିବ। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶ କ୍ରମେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତା ୨୨୩ ମୁତାବକ ରାଜ୍ୟ ସରକାର ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ରୋକିବାକୁ ୨୦ଟି ନୂଆ ଥାନା ପ୍ରତିଷ୍ଠା କରାଯିବ। ଖୋର୍ଦ୍ଧା, ନୟାଗଡ଼, କଟକ ଗ୍ରାମାଞ୍ଚଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଭଦ୍ରକ, ଢେଙ୍କାନଳ, ଦେଓଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଏବଂ ନୂଆପଡ଼ା ଜିଲାରେ ଏହି ଥାନା ପ୍ରତିଷ୍ଠା ହେବ। ଏହି ୨୦ ଜିଲା‌େ‌ର ସାଇବର ଓ ଅର୍ଥନୈତିକ ଅପରାଧ ରୋକିବାରେ ସାଇବର ଥାନା କାମ କରିବ।

  • Related Posts

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ଝାରସୁଗୁଡା: ଝାରସୁଗୁଡା ସହରର ବୃନ୍ଦାବନ କଲୋନୀ ରାସ୍ତାରେ ଶନିବାର ଏକ ଘରୋଇ ବସ୍‌ରେ ନିଆଁ ଲାଗିବାରୁ ହୁତୁହୁତୁ ହୋଇ ଜଳି ଯାଇଛି । ବସ୍‌ରେ କେହି ନ ଥିବାରୁ ବିଶେଷ କ୍ଷତି ହୋଇନାହିଁ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି…

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

    ନୂଆପଡ଼ :ଟ୍ରକ ଧକ୍କାରେ ଚାଲିଗଲା ମାମୁ ଓ ଭଣଜାଙ୍କ ଜୀବନ । ନୂଆପଡ଼ା ଜାତୀୟ ରାଜପଥ ୩୫୩ କ୍ରିଷ୍ଣା ଛକ ସ୍ଥିତ ତେତେଲବନ୍ଧ ନିକଟରେ ଘଟିଛି ଦୁର୍ଘଟଣା । ମୃତକ କୋମନା ଥାନା ଖଇରଭାଡ଼ି ଗାଁର ପ୍ରେମ ମାଝୀ ଓ ଖୁଟଲୁ…

    Leave a Reply

    Your email address will not be published. Required fields are marked *

    You Missed

    ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

    ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨  ମୃତ

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା

    ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ  ସୁଭଦ୍ରା