ରାଜ୍ୟସଭା, ନୂଆପଡା ନିର୍ବାଚନରୁ ଜଣାପଡିଛି ଦୁର୍ବଳ ଏବଂ ସବଳ ସଂଜ୍ଞା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବିରୋଧୀଙ୍କ ଦୁର୍ବଳ ମୁଖ୍ୟମନ୍ତ୍ରୀ କଟାକ୍ଷକୁ କାଉଣ୍ଟର କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଥଲେ ଯେ, ଏବେ କଷ୍ଟ ତ ହେବ । ରାଜ୍ୟସଭା ନିର୍ବାଚନ ପାଇଁ ଲୁଙ୍ଗି ପିନ୍ଧି ବସିଲେ ଏହା ଦ୍ୱାରା କେବଳ ଖୋର୍ଦ୍ଧା ଲୁଙ୍ଗିର ଵିଜ୍ଞାପନ ଭଲ ହୋଇଛି । ତା’ ଛଡା ଆଉ କିଛି ହେବ ନାହିଁ । ରାଜ୍ୟସଭା ଆଉ ନୂଆପଡା ନିର୍ବାଚନରୁ ଦୁର୍ବଳ ଆଉ ସବଳ ସଂଜ୍ଞା ଜଣାପଡିଛି । ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି ଏହା କହିଛନ୍ତି।

ସୂଚନାଯୋଗ୍ୟ ଯେ, ଏସସିବି ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଧାନସଭାରେ ବିରୋଧୀ କଂଗ୍ରେସ ଓ ବିଜେଡି ପ୍ରତିବାଦ କରିଆସୁଛି । ବିଧାନସଭାର ବଜେଟ ଅଧିବେଶନର ଦ୍ଵାଦଶ ଦିନରେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ବିରୋଧୀ । କଳା ଟି – ସାର୍ଟ ପିନ୍ଧି ବିରୋଧ କରିଛନ୍ତି ବିଜେଡି ବିଧାୟକ । ବିଜେଡି ବିଧାୟକମାନେ ଦୁର୍ବଳ ମୁଖ୍ୟମନ୍ତ୍ରୀ, ଶକ୍ତିଶାଳୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଲେଖା ଥିବା ଟି – ସାର୍ଟ ପିନ୍ଧି ବିଧାନସଭା ପରିକ୍ରମା କରିଥିଲେ।

  • Related Posts

    କୋଷ୍ଟାଲ ହାଇଓ୍ୱେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି

    ଭୁବନେଶ୍ୱର: କୋଷ୍ଟାଲ ହାଇଓ୍ୱେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି । ଆଉ ଗୋଟିଏ ଦଶନ୍ଧିର ସ୍ୱପ୍ନ ଦେଖାଇଥିବା କହିଲେ ବରିଷ୍ଠ ବିଜେଡି ଉପସଭାପତି ସଞ୍ଜୟ ଦାସ ବର୍ମା। ସେ କହିଛନ୍ତି ଘୋଷଣା କରାଯାଇଥିବା ପ୍ରକଳ୍ପରେ ପର୍ଯ୍ୟଟନର କୌଣସି ସୁଯୋଗ…

    Continue reading
    ବିଜେଡିରୁ ୨ ନେତା ନିଲମ୍ବିତ

    ବାଲିଗୁଡ଼ା : ବାଲିଗୁଡ଼ା ରାଜନୀତିରେ ଏକ ବଡ଼ ଘଟଣା ଘଟିଛି । ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦୁଇ ଜଣ ପ୍ରମୁଖ ନେତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ସୂଚନା ଅନୁସାରେ, ଟୁନା ଦାସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ