ରାତି ପାହିଲେ ରଜ, ଚାଲିଛି ସଜବାଜ

ଭୁବନେଶ୍ୱର: ରାତି ପାହିଲେ ପହିଲି ରଜ ।ଏଥିପାଇଁ ଚାଲିଛି ସଜବାଜ। ଉତ୍ସବ ମୁଖର ପୂରା ଗାଁଠୁ ସହର । କିଏ ଡ୍ରେସ୍‌ କିଣିବାରେ ବ୍ୟସ୍ତ ତ କିଏ ପ୍ରସାଧନ ସାମଗ୍ରୀ । ରଜ ୩ ଦିନ କିଏ କେଉଁ ଢଙ୍ଗରେ ପାଳିବେ ସେଥିପାଇଁ ସରିଲାଣି ଯୋଜନା । ଖାଲି ସେତିକି ନୁହେଁ ରଜ ପାନ ବିକ୍ରି ପାଇଁ ଜାଗମରା ଛକ ଓ ଏକ ନମ୍ବର ହାଟ ପାଖରେ ଅସ୍ଥାୟୀ ଟେଣ୍ଟ୍‌ ବନ୍ଧା ହେଲାଣି । ରାଜଧାନୀରେ ପାନ୍ଥ ନିବାସ, ଖଣ୍ଡଗିରି ପାଖ ପଡ଼ିଆ ପରି କେତେକ ପଡ଼ିଆରେ ଦୋଳି ଲାଗିବା ମଧ୍ୟ ଆରମ୍ଭ ହୋଇଗଲାଣି । ଏବେ ରାଜଧାନୀରେ ପିଠା ଦୋକାନ ଖୋଲି ରଜ ପାଇଁ ସ୍ୱତନ୍ତ୍ର ପିଠା ବିକ୍ରି ହେଉଛି । ନୂଆ ପୋଷାକ ଠାରୁ ଆରମ୍ଭକର ଟିକିଲି, କ୍ଲିପ୍‌, ମେହେନ୍ଦି, କାନଫୁଲ, ପାଉଁଜି… ଭଳି ବିଭିନ୍ନ ସାମଗ୍ରୀ କିଣିବା ପାଇଁ ସାଙ୍ଗସାଥୀ ହୋଇ ଝିଅମାନେ ବେଶ୍‌ ଆନନ୍ଦ ସହକାରେ ବଜାର ବୁଲୁଛନ୍ତି । ଗ୍ରାହକମାନଙ୍କୁ ଆକର୍ଷିତ କରିବାଲାଗି ବିଭିନ୍ନ ମଲ୍‌, ଅଳଙ୍କାର ଦୋକାନରେ ସୁନ୍ଦର ସାଜସଜ୍ଜା ସହିତ ଦୋଳି ବନ୍ଧା ହୋଇଛି ।

ରଜରେ ନିଜକୁ ସୁନ୍ଦର କରି ସଜାଇବା ପାଇଁ ଝିଅମାନଙ୍କ ଗହଳି ଲାଗୁଛି ବିଉଟି ପାର୍ଲରରେ । କିଏ ଫେସିଆଲ ହେବାକୁ ଯାଉଛନ୍ତି ତ କିଏ ବ୍ଲିଚ୍‌ କରିବାକୁ ତ କିଏ ହେୟାର ସୁଦ୍‌ନିଂ । ସେଥିପାଇଁ ପାର୍ଲରରେ ମିଳୁଛି ଅଫର । କେଉଁଠି ୧୫ ପ୍ରତିଶତ ତ କେଉଁଠି ୩୦ ପ୍ରତିଶତ ରିହାତି ମିଳୁଛି । ଏହି ସୁଯୋଗକୁ ହାତଛଡ଼ା ନକରିବା ପାଇଁ ଝିଅମାନେ ସାଙ୍ଗସାଥୀ ଧରି ପାର୍ଲରରେ ମିଳୁଥିବା ସୁଯୋଗର ଲାଭ ଉଠାଉଛନ୍ତି ।
ରଜ ଆସିଲେ ମେହେନ୍ଦି ଲଗାଇ ସଜେଇ ହେବାକୁ ଝିଅମାନଙ୍କ ଆଗ୍ରହ ବଢ଼ିଥାଏ । ସେଥିପାଇଁ ମେହେନ୍ଦି ଲଗାଇବାକୁ ମାର୍କେଟ୍‌ ବିଲ୍ଡିଂରେ ଲାଗୁଛି ଝିଅମାନଙ୍କର ଲମ୍ବା ଧାଡ଼ି । ସେଠାରେ ଅନେକ ମେହେନ୍ଦି ଶିଳ୍ପୀ ମେହେନ୍ଦି ଲଗାଇବାକୁ ବସିରହୁଛନ୍ତି । ଆଉ ପାଖରେ ଧରିଥାନ୍ତି ବିଭିନ୍ନ ପ୍ରକାର ମେହେନ୍ଦି ଡିଜାଇନ୍‌ କାର୍ଡ । ଗ୍ରାହକ ଯେଉଁ ଡିଜାଇନ୍‌ର ମେହେନ୍ଦି ପସନ୍ଦ କରୁଛନ୍ତି ତାହାକୁ ଖୁବ୍‌ ଅଳ୍ପ ସମୟରେ ଲଗାଇଦେଉଛନ୍ତି ଶିଳ୍ପୀ । ହାତର ଗୋଟେ ପଟେ ମେହେନ୍ଦି ଲଗାଇଲେ ୧୦୦ ଟଙ୍କାରୁ ଆରମ୍ଭ ।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ