ଲିଙ୍ଗରାଜ ଟେମ୍ପଲ୍ ରୋଡ୍ ଷ୍ଟେସନ ନବୀକରଣ ପ୍ରକଳ୍ପର ସମୀକ୍ଷା କଲେ ସାଂସଦ

ଭୁବନେଶ୍ୱର: ନୂଆ ରୂପ ପାଇବାକୁ ଯାଉଛି ଭୁବନେଶ୍ବରର ଲିଙ୍ଗରାଜ ଟେମ୍ପଲ୍‌ ରୋଡ୍ ରେଳ ଷ୍ଟେସନ । ଆଜି ଏହି ପ୍ରସ୍ତାବିତ ଲିଙ୍ଗରାଜ ଟେମ୍ପଲ ରୋଡ଼୍ ରେଳ ଷ୍ଟେସନର ଉନ୍ନତିକରଣ ଏବଂ ନବୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ । ପୂର୍ବତଟ ରେଳବାଇର ଡିଆରଏମ୍ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ନିଜେ ଅପରାଜିତା ଷ୍ଟେସନ ପରିସରରେ ଉପସ୍ଥିତ ରହି ସମସ୍ତ କାର୍ୟ୍ୟର ଅଗ୍ରଗତି ସମ୍ପର୍କରେ ଟିକିନିଖି ବୁଝିଥିଲେ । ଏହାସହ କାର୍ୟ୍ୟର ମାନ ତର୍ଜ୍ଜମା କରିବା ସହ ଯେମିତି ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ୟ୍ୟ ସମାପନ ହୁଏ ସେନେଇ ବିଭାଗୀୟ ଅଧିକାରୀଙ୍କ ସମେତ ଠିକାଦାରଙ୍କୁ ମଧ୍ୟ ତାଗିଦ୍ କରିଛନ୍ତି ମ୍ୟାଡମ୍ ଅପରାଜିତା । ଲିଙ୍ଗରାଜ ଟେମ୍ପଲ ରୋଡ଼୍ ରେଳ ଷ୍ଟେସନର ଉନ୍ନତିକରଣ ଏବଂ ନବୀକରଣ ଲାଗି ଅନେକ ଦିନରୁ ଦାବି ହୋଇଆସୁଥିଲା । ଯାହାକୁ ନେଇ ଅପରାଜିତା ଏକିଧିକବାର ରେଳ ବିଭାଗ ଏବଂ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବଙ୍କର ଦୃଷ୍ଟି ଆକର୍ଷଣ କରିଆସିଥିଲେ । ଆଉ କେବଳ ଅପରାଜିତା ଷଡ଼ଙ୍ଗୀଙ୍କର ପ୍ରୟାସ ଲାଗି ଶେଷରେ ଏହି ପ୍ରକଳ୍ପରେ ବାଜିଥିଲା ମୋହର ।
ଏହି ଉନ୍ନତିକରଣ ପ୍ରକଳ୍ପ ଲାଗି ମୋଟ୍ ୧୯.୫୩ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି । ପ୍ରସ୍ତାବିତ ପ୍ରକଳ୍ପରେ ୭୬୫ ବର୍ଗ ମିଟରର ଗ୍ରାଉଣ୍ଡ ପ୍ଲସ୍ ୨ର ଏକ ନୂତନ ଷ୍ଟେସନ ବିଲ୍ଡିଂ ନିର୍ମାଣ କରାଯାଉଛି । ବର୍ତ୍ତମାନ ଷ୍ଟେସନର ସାମ୍ନା ପଟକୁ ମୁହଁକରି ଥିବା ୧୧ଶହ ବର୍ଗ ମିଟରର ବିଲ୍ଡିଂର ନବୀକରଣ ଓ ଉନ୍ନତିକରଣ କାର୍ୟ୍ୟ ଜାରି ରହିଛି । ସେହିପରି ୧୨ ମିଟର ଓସାରର ଏକ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ କରାଯିବ । ୨୬୦ ବର୍ଗ ମିଟରର ଅଞ୍ଚଳରେ ଉଭୟ ଦୁଇ ଚକିଆ ଓ ତିନି ଚକିଆ ଯାନ ପାଇଁ ପୃଥକ୍ ପୃଥକ୍ ପାର୍କିଂସ୍ଥଳ ସହ ୧୩୦ ବର୍ଗ ମିଟରର ଏକ ପ୍ରତୀକ୍ଷାଳୟ ମଧ୍ୟ ନିର୍ମାଣ ହେବ । ଉଭୟ ପୁରୁଷ ଏବଂ ମହିଳାଙ୍କ ଲାଗି ୬୫ ବର୍ଗମିଟରର ପ୍ରିମିୟମ୍ ମଡ୍ୟୁଲାର ଟଏଲେଟ୍ ସାଙ୍ଗକୁ ୧, ୨ ଏବଂ ୩ ନଂବର ପ୍ଲାଟଫର୍ମରେ ଗ୍ରାନାଇଟ୍ ଏବଂ ମୋଜାଇକ୍ ଚଟାଣ ଲାଗି ମଧ୍ୟ ଯୋଜନା ରହିଛି । ଏହା ସମେତ ୨୯ ବେଜ୍ ର ଅତିରିକ୍ତ ପ୍ଲାଟଫର୍ମ ସେଲ୍ଟର ନିର୍ମାଣ କରାଯିବ । ଏହି ୨୯ ବେଜ୍ ମଧ୍ୟରେ ୧୩ ବେଜ୍ ର ସେଲ୍ଟର ୧ ନଂବର ଏବଂ ୨ ନଂବର ପ୍ଲାଟଫର୍ମ ଲାଗି , ଆଉ ୧୬ ବେଜ୍ ର ସେଲ୍ଟର ୩ ନଂବର ପ୍ଲାଟଫର୍ମ ଲାଗି ନିର୍ମାଣ କରାଯିବ । ତାଛଡ଼ା କୋଚ୍ ଇଣ୍ଡିକେସନ ବୋର୍ଡ, ଟ୍ରେନ୍ ଇଣ୍ଡିକେସନ ବୋର୍ଡ ଏବଂ ସାଇନେଜ୍ ଲାଗି ମଧ୍ୟ ଅନୁଦାନ ଦେଇଛି ରେଳ ମନ୍ତ୍ରାଳୟ । ଅନ୍ୟପଟେ ପ୍ରକଳ୍ପ କାର୍ୟ୍ୟର ସମୀକ୍ଷା କରିବା ପରେ କାର୍ୟ୍ୟର ଅଗ୍ରଗତି ଏବଂ ମାନକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଏହି ରେଳ ନବୀକରଣ କାମ ପାଇଁ ଭୀମଟାଙ୍ଗିର ଅଂଚଳବାସୀ ଅନେକ ବାର ଭୁବନେଶ୍ବର ସାଂସଦଙ୍କୁ ସାକ୍ଷାତ କରି ଅନୁରୋଧ କରି ଦାବି ଜଣାଇଥିଲେ । ଏହି କ୍ରମରେ ଭୁବନେଶ୍ବର ସାଂସଦ ଏହି ଉନ୍ନତିକରଣ କାମ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଥିଲେ । ନିଜେ ରେଳ ମନ୍ତ୍ରୀଙ୍କୁ ସାକ୍ଷାତ ମଧ୍ୟ କରି ୨୦ କୋଟି ଟଙ୍କା ମଞ୍ଜୁର କରାଇଥିଲେ । ବର୍ତ୍ତମାନ ରେଳ ଉନ୍ନତିକରଣ କାମ ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଛନ୍ତି ଭୁବନେଶ୍ବର ସାଂସଦ । ଆଗାମୀ ୩୧ ଅକ୍ଟୋବର ୨୦୨୫ ସୁଦ୍ଧା ଏହି ରେଳ ଉନ୍ନତିକରଣ କାମ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

  • Related Posts

    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading
    ନ୍ୟାସନାଲ ଅର୍ବାନ କନକ୍ଲେଭ, ୨୩ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ନ୍ୟାସନାଲ  ଅର୍ବାନ କନକ୍ଲେଭ୍‌ (ଜାତୀୟ ସହରାଞ୍ଚଳ  ସମ୍ମେଳନ) । ଆସନ୍ତା ୨୩ରୁ ୨୫ ତାରିଖ  ଯାଏ ଏହି ସମ୍ମେଳନ ହେବ । ଏଥିରେ  ସବୁ ମହାନଗର ନିଗମର ମେୟର ଓ  କମିଶନର ଯୋଗ ଦେବାର କାର୍ଯ୍ୟକ୍ରମ  ରହିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ