ଶଙ୍ଖ ଭବନ ପାଇଁ ବିଜେଡ଼ି ହାରିଲା

ଭୁବନେଶ୍ୱର : ବିଜେଡ଼ିର ହାରିବା ନେଇ ବରିଷ୍ଠ ନେତା ଦେବାଶିଷ ନାୟକ ଏକ ଭିନ୍ନ ଧରଣର ମନ୍ତବ୍ୟ ଦେଇଛନ୍ତି । ଶଙ୍ଖ ଭବନ ପାଇଁ ବିଜେଡ଼ି ହାରିଲା ବୋଲି ସେ କହିଛନ୍ତି । ଦେବାଶିଷ କହିଥିଲେଯେ, ଯେଉଁସ୍ଥାନରେ ଶଙ୍ଖ ଭବନ ହୋଇଛି ସେଠାରେ ବିଜେଡ଼ିର ପାର୍ଟି ଅଫିସ୍‌ ଥିଲା । ଅପରିଷ୍କାର ହୋଇ ରହିଥିଲା । ଏହାର ରିନୋଭେସନ ପାଇଁ ସେ ନବୀନ ପଟ୍ଟନାୟକଙ୍କୁ କହିଥିଲେ । ନବୀନ ବାବୁ କହିଥିଲେଯେ, କିଛି ଦରକାର ନାହିଁ । ଏ ଘରଟା ମୋ ପାଇଁ ଲକି । କିନ୍ତୁ ଯେଉଁଦିନ ସେହି ପାର୍ଟି ଅଫିସ୍‌ ଭଙ୍ଗା ହେଲା ସେଦିନ କିଛି ନା କିଛି ଘଟିବ ବୋଲି ମୁଁ ଭାବିଥିଲି । ଶଙ୍ଖ ଭବନରେ ଶହ ଶହ କୋଟି ଖର୍ଚ୍ଚ କରାଗଲା । ତାହା ଏବେ ବିଜେଡ଼ି ପାଇଁ ଅନଲକି ହୋଇଗଲା ବୋଲି ଦେବାଶିଷ କହିଛନ୍ତି ।

 

ବିଜେଡ଼ି ଓ ନବୀନଙ୍କର ପୋଲ୍‌ ଖୋଲି ଦେଇଛନ୍ତି ଦେବାଶିଷ ନାୟକ । ଏକ ସାକ୍ଷାତକାରରେ ଦେବାଶିଷ ଦେଇଥିବା ବିସ୍ଫୋରକ ମନ୍ତବ୍ୟ ଏବେ ବିଜେଡ଼ିରେ ଆଲୋଡ଼ନ ସୃଷ୍ଟିକରିଛି । ନବୀନ ଟ୍ରାପରେ ପଡ଼ିଯାଇଥିଲେ । ତାଙ୍କୁ ତାଲା ପକାଇ ରଖାଯାଇଥିଲା । ନ୍ୟୁନ କରି ଦେଖାଇବାକୁ ଷଡ଼ଯନ୍ତ୍ର କରାଯାଇଥିଲା । ପାଣ୍ଡିଆନ୍‌ ଓ ବବି ଏଜେନ୍ସୀ ବିଜେଡ଼ିକୁ ବୁଡ଼ାଇ ଦେଇଥିଲେ । ଯାହାଙ୍କ ବାପା ନବୀନଙ୍କୁ ଗାଳି ଦେଉଥିଲେ, ତାଙ୍କ ପୁଅ ମାମଲତି କଲେ । ୨୦୧୨ରେ ଜଣେ ବ୍ୟକ୍ତିଙ୍କ ପାଖରେ ୧୫୦ କୋଟିର ଦଳୀୟ ପାଣ୍ଠି ଥିଲା । ଏମିତି ଅନେକ ଗୁମର ଫିଟାଇଛନ୍ତି ଦେବାଶିଷ ।

 

ଦେବାଶିଷ କହିଛନ୍ତିଯେ, ଜୟଲଳିତା ସିଣ୍ଡ୍ରୋମ ଭଳି ନବୀନଙ୍କୁ ତାଲା ପକାଇ ରଖାଯାଇଥିଲା । ତାଙ୍କୁ କେବଳ ନନ୍ଦିଘୋଷ ଟିଭି ହିଁ ଦେଖା ଯାଉଥିଲା । ଅନ୍ୟ ଟିଭି କି ଚ୍ୟାନେଲ ତାଙ୍କୁ ଦେଖାଇ ଦିଆଯାଉନଥିଲା । କାଳେ କିଏ କଣ କହିଦେବେ ବୋଲି ତାଙ୍କୁ କାହା ସହ ମିଶିବାର ସୁଯୋଗ ଦିଆଯାଉନଥିଲା । ଏକଦା ଅଶୋକ ଦାସ ନବୀନ ପଟ୍ଟନାୟକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ନବୀନ ବାବୁ ଏକଥା ଭଲଭାବେ ଜାଣିଛନ୍ତି । ହେଲେ ନବୀନ ବାବୁଙ୍କର କ’ଣ ହେଲା କେଜାଣି ସେମାନଙ୍କୁ ହିଁ ସବୁ ପ୍ରକାର ସୁଯୋଗ ଦେଲେ ।

Related Posts

ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

Continue reading
ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ