
ଭୁବନେଶ୍ୱର: ଜଙ୍ଗଲକୁ ଶିକାର କରିବାକୁ ଯାଇ ନିଜେ ହେଲେ ଶିକାର । ଶିକାରୀ ଗୁଳିରେ ଗଲା ସାଙ୍ଗର ଜୀବନ । ମୃତକ ହେଲେ କୋତ୍ତମ ଗ୍ରାମର କାଳିଆ ନାୟକ । ଥାନାରେ ଶିକାରୀ ପ୍ରଶାନ୍ତ ନାୟକ ସମେତ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ମାନପୁର ଜଙ୍ଗଲରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ୬ ଜଣ ସାଙ୍ଗ ମିଶି ମାନପୁର ଜଙ୍ଗଲକୁ ବଣ୍ୟଜନ୍ତୁ ଶିକାର କରିବାକୁ ଯାଇଥିଲେ । ସେଠାରେ ଶିକାର କରିବା ବେଳେ ଗୁଳି ଚାଳନା କରିଥିଲେ ପ୍ରଶାନ୍ତ ନାୟକ । ହେଲେ ଏହାରି ଭିତରେ ଘଟିଗଲା ଅଘଟଣା । ଗୁଳି ବାଜି କାଳିଆର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇବା ପରେ ରାସୋଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ୫ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।




