ଶୁଣିଲେନି ସରକାର ଓ ପ୍ରଶାସନିକ ଅଧିକାରୀ: ବିକଳାଙ୍ଗ ଭତ୍ତା ପାଇଁ ଟେମ୍ପୁ ଭଡ଼ା କରି ବ୍ଲକ ଅଫିସରେ ପହଞ୍ଚିଲେ

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପରିସରରେ ଏକ ଅତି ଦୟନୀୟ ଘଟଣା ଦେଖିବାକୁ ମିଳିଛି।୨୦ ବର୍ଷର ପକ୍ଷାଘାତ ଦମ୍ପତି ବିକଳାଙ୍ଗ ଭତ୍ତା ପାଇଁ ଟେମ୍ପୁ ଭଡ଼ା କରି ବ୍ଲକ ପ୍ରଶାସନ ନିକଟରେ ଆସି ଅଭିଯୋଗ ପତ୍ର ଦେଇଛନ୍ତି।ରିଆମାଳ ବ୍ଲକ ତାବଡ଼ା ପଞ୍ଚାୟତ ଅନ୍ତର୍ଗତ ତୁଳସିତଇଲା ଗ୍ରାମର ସ୍ବାମୀ ସମା ନାଗ(୪୦) ୨୦ ବର୍ଷ ହେଲା ପକ୍ଷାଘାତ ରୋଗରେ ପିଡ଼ିତ ହୋଇଥିବା ବେଳେ ସ୍ତ୍ରୀ ରାଣୀ ନାଗ ୨ ବର୍ଷ ହେଲା ପିଡ଼ିତ ଅଛନ୍ତି।ପୂର୍ବରୁ ଶ୍ରମିକ ଭାବେ ଦିନ ମଞ୍ଜୁରିଆ କାର୍ଯ୍ୟ କରି ପରିବାର ପ୍ରତି ପୋଷଣ କରୁଥିଲେ।୨୦ ବର୍ଷ ପୂର୍ବରୁ ସମା ଏହି ରୋଗରେ ପିଡ଼ିତ ହେବା ପରେ ସ୍ତ୍ରୀ ରାଣୀ ଦିନ ମଞ୍ଜୁରିଆ କାର୍ଯ୍ୟ ପରିବାର ଚଳାଉଥିଲା।ଏହା ପରେ ସ୍ତ୍ରୀ ୨ ବର୍ଷ ହେଲା ପିଡ଼ିତ ହୋଇ କାମ ଧାମ କରି ପାରୁ ନାହିଁ।ଉଭୟ କିଛି କାମ ଧାମ କରି ପାରୁ ନ ଥିବାରୁ ପରିବାର ଚଳାଇବାରେ ଅସାମର୍ଥ୍ୟ ପ୍ରକାଶ କରୁଛନ୍ତି।।ଚଳିବା ପାଇଁ ହାତରେ କାଣି କଉଡ଼ିଟାଏ ବି ନାହିଁ।ତେବେ ବିକଳାଙ୍ଗ ଭତ୍ତା ଆବେଦନକାରୀଙ୍କୁ ସରକାର ଓ ପ୍ରଶାସନିକ ସ୍ତରରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଭତ୍ତା ଯୋଗାଇବାର ବ୍ୟବସ୍ଥା ଥିଲେ ହେଁ ଅବହେଳା ମନୋଭାବ ଯୋଗୁଁ ଗୋଟିଏ ପରିବାର ଆଜି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତରଙ୍କ ନିକଟରୁ ଶତକଡା ୮୦ ଭାଗ ବିକଳାଙ୍ଗ ପ୍ରମାଣପତ୍ର ପାଇବା ପରେ ଅନଲାଇନ୍ ମାଧ୍ୟମରେ, ପଞ୍ଚାୟତ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କଲେ ମଧ୍ୟ ବଞ୍ଚିତ ହୋଇ ରହିଛନ୍ତି।ଜୀବନ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ବର୍ଷ ବର୍ଷ ହେଲା କାହାର ନଜର ପଡ଼ୁ ନାହିଁ।ଫଳରେ କେମିତି ଚାଲିଛି ସରକାର ଓ ପ୍ରଶାସନିକ କଳ ତାହା ଜଳ ଜଳ ଜଣା ପଡ଼ିଛି।କେହି କର୍ଣ୍ଣପାତ ନ କରିବାରୁ ବଞ୍ଚିବାରେ ବହୁ କଷ୍ଟ ହୋଇଅଛି।ଫଳରେ ବାଧ୍ୟ ଏକ ଟେମ୍ପୁ ଭଡ଼ା କରି ବ୍ଲକ୍ କୁ ଆସି ପୁଣି ଆଉ ଥରେ ଅଭିଯୋଗ ପତ୍ର ଦେଇଛନ୍ତି।ସରକାରୀ ସହାୟତା କହିଲେ କେବଳ ଉଭୟ ୫ କେଜି ଲେଖାଏଁ ପାଉଥିବା ୧୦ କେ.ଜି.ଚାଉଳ ରେ ମାସ ଯାକ ଚଳୁଛନ୍ତି। ଉଭୟଙ୍କ ବିକଳାଙ୍ଗ ପ୍ରମାଣ ପତ୍ରରେ ଶତକଡା ୮୦ ଭାଗ ବିକଳାଙ୍ଗ ରହିଛି।
ମାତ୍ର କେଉଁ କାରଣରୁ ଭତ୍ତା ମିଳି ପାରୁନାହିଁ ତାହା କିଏ ବା କହିବ ।ଏହା ଜାଣିବା ପାଇଁ ରଙ୍ଗାମାଟିଆ ଅଞ୍ଚଳର ଯୁବ ସମାଜସେବୀ ବିଜୁ ବାବୁ ଉଭୟଙ୍କୁ ନେଇ ବ୍ଲକ ପ୍ରଶାସନ ନିକଟକୁ ଆଣିଥିଲେ। ବିଡ଼ିଓ ନ ଥିବାରୁ ବ୍ଲକ ସାମାଜିକ ସୁରକ୍ଷା ଅଫିସରେ ଅଭିଯୋଗ ପତ୍ର ଦେଇଛନ୍ତି। ତୁରନ୍ତ ବିକଳାଙ୍ଗ ଭତ୍ତା ପ୍ରଦାନ କରିବାକୁ ଦାବି କରିଛନ୍ତି।ନ ହେଲେ ଆତ୍ମହୁତି ଭଳି କାର୍ଯ୍ୟ କରିବାକୁ ପଛେଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ