ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ବାରା ନିଃଶୁଳ୍କ ଅଟୋ ସେବା

ପବିତ୍ର ସୁନାବେଶ ଅବସରରେ ଶ୍ରୀକ୍ଷେତ୍ର ପୁରୀକୁ ଆସିଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଗମ, ସୁରକ୍ଷିତ ଯାତ୍ରା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ମାର୍ଗଦର୍ଶନରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଯାତାୟାତ, ସୂଚନା, ଜରୁରୀକାଳୀନ ସହାୟତା ଓ ଶ୍ରଦ୍ଧାଳୁଙ୍କ ଆବଶ୍ୟକ ସୁବିଧାକୁ ପ୍ରାଥମିକତା ଦେଇ ବିଭିନ୍ନ ସେବା ସଫଳତାର ସହ ପରିଚାଳନା କରାଯାଇଛି।

ପବିତ୍ର ସୁନାବେଶ ଅବସରରେ ପ୍ରମୁଖ ପାର୍କିଂ ସ୍ଥଳରୁ ନିଃଶୁଳ୍କ ଅଟୋ ଓ ଶଟଲ୍ ବସ୍ ସେବା ଯୋଗାଇ ଦିଆଯାଇଥିଲା। ଏହି ସେବା ମାଧ୍ୟମରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ସହଜରେ ଯାତାୟାତ କରିପାରିଥିଲେ। ବିଶେଷକରି ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ମହିଳା ଶ୍ରଦ୍ଧାଳୁଙ୍କୁ ପ୍ରାଥମିକତା ଦେଇ ସେବା ପରିଚାଳନା କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଏହି ନିଃଶୁଳ୍କ ଅଟୋ ଓ ଶଟଲ୍ ବସ୍ ସେବା ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ଅବସରରେ ମଧ୍ୟ ସଫଳତାର ସହ ପରିଚାଳିତ ହୋଇ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ସୁଗମ ଯାତାୟାତ ସୁବିଧା ଯୋଗାଇଥିଲା।
ଆଜିର ସୁନାବେଶ ଅବସରରେ ତାଳବଣିଆଠାରେ ନିଃଶୁଳ୍କ ଅନ୍ନସେବାର ବ୍ୟବସ୍ଥା କରାଯାଇଥିଲା। “ଅନ୍ନ ହିଁ ବ୍ରହ୍ମ”ର ଆଦର୍ଶକୁ ପାଥେୟ କରି ଆୟୋଜିତ ଏହି ସେବାରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଭୋଜନ କରିଥିଲେ। ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଅବସରରେ ମଧ୍ୟ ବିଭାଗ ପକ୍ଷରୁ ନିଃଶୁଳ୍କ ଅନ୍ନସେବାର ଆୟୋଜନ କରାଯାଇ ଶ୍ରଦ୍ଧାଳୁଙ୍କୁ ସେବା ପ୍ରଦାନ କରାଯାଇଥିଲା।
ଯାତାୟାତକୁ ସୁଚାରୁ ରଖିବା ପାଇଁ ଆଜି ମଧ୍ୟ ବ୍ରେକଡାଉନ୍ ସେବା ଓ କ୍ରେନ୍ ବ୍ୟବସ୍ଥା ସକ୍ରିୟ ରହିଥିଲା। କୁଆଖାଇ ବ୍ରିଜ୍–ଲିଙ୍ଗିପୁର ରାସ୍ତାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଚଳ ହୋଇପଡ଼ିଥିବା ଏକ ୨୮ ଫୁଟ ବିଶିଷ୍ଟ ଟ୍ରେଲର ଏବଂ ଅନ୍ୟ ଏକ ମିନି ଟ୍ରକକୁ ପରିବହନ ବିଭାଗର ଏନଫୋର୍ସମେଣ୍ଟ ଟିମ୍ ତୁରନ୍ତ ରାସ୍ତାରୁ ହଟାଇ ଯାତାୟାତ ସ୍ୱାଭାବିକ କରିଥିଲେ। ଫଳରେ ଶ୍ରଦ୍ଧାଳୁଙ୍କ ଯାତ୍ରାରେ କୌଣସି ବଡ଼ ବାଧା ସୃଷ୍ଟି ହୋଇନଥିଲା। ରଥଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ଏହି ବ୍ରେକଡାଉନ୍ ସେବା ଓ କ୍ରେନ୍ ବ୍ୟବସ୍ଥା ନିରନ୍ତର ସକ୍ରିୟ ରହି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଚଳ ଯାନବାହନକୁ ତୁରନ୍ତ ହଟାଇ ଯାତାୟାତକୁ ସ୍ୱାଭାବିକ ରଖିବାରେ ସହାୟକ ହୋଇଆସୁଛି।
ଏହା ସହିତ ରଥଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ତାଳବଣିଆ ଓ ମାଳତୀପାଟପୁରଠାରେ ଅସ୍ଥାୟୀ ବିଶ୍ରାମ ସ୍ଥଳୀ ଶ୍ରଦ୍ଧାଳୁଙ୍କ ପାଇଁ କାର୍ଯ୍ୟକ୍ଷମ ରହିଛି। ଏଠାରେ ଶ୍ରଦ୍ଧାଳୁମାନେ ବିଶ୍ରାମ ନେବା ସହ ବିଭିନ୍ନ ମୌଳିକ ସୁବିଧାର ଲାଭ ଉଠାଉଛନ୍ତି।
ଶ୍ରଦ୍ଧାଳୁଙ୍କୁ ଆବଶ୍ୟକୀୟ ସୂଚନା, ମାର୍ଗଦର୍ଶନ ଓ ଜରୁରୀକାଳୀନ ସହାୟତା ପ୍ରଦାନ କରିବା ପାଇଁ ତାଳବଣିଆ ଓ ମାଳତୀପାଟପୁରଠାରେ ସୂଚନା କେନ୍ଦ୍ର ଓ ହେଲ୍ପଡେସ୍କ ଏବଂ ପୁରୀଠାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ରଥଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ସକ୍ରିୟ ରହି ଶ୍ରଦ୍ଧାଳୁଙ୍କୁ ତୁରନ୍ତ ସହାୟତା ଓ ଆବଶ୍ୟକ ସୂଚନା ପ୍ରଦାନ କରୁଛି।
ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ ସୁଗମ, ସୁରକ୍ଷିତ ଓ ନିର୍ବିଘ୍ନ ଯାତ୍ରାର ଅନୁଭୂତି ପ୍ରଦାନ କରିବା ଦିଗରେ ବାଣିଜ୍ୟ ଓ ପରିବହନ ବିଭାଗର ଏହି ସମନ୍ୱିତ ପ୍ରୟାସ ଶ୍ରଦ୍ଧାଳୁଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଛି।

  • Related Posts

    ସାମ୍ବାଦିକଙ୍କ ସ୍ୱାସ୍ଥ୍ୟକୁ ନେଇ ସରକାର ଦାୟିତ୍ୱବାନ ଅଛନ୍ତି: ସ୍ଵାସ୍ଥ୍ୟ ମନ୍ତ୍ରୀ

    ଭୁବନେଶ୍ଵର : ଆୟୁଷ୍ମାନ ଭାରତ ସହ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ମିଶିବା ଘଟଣା। ଅସନ୍ତୋଷ ପ୍ରକାଶ ପରେ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଯେ, ଆୟୁଷ୍ମାନ ଯୋଜନାରେ ସାମ୍ବାଦିକଙ୍କୁ ସାମିଲ କରିବା ନେଇ ପ୍ରକ୍ରିୟା ଆରମ୍ଭ…

    Continue reading
    ରାଜଧାନୀରେ ବର୍ଷା, ମଧୁସୂଦନ ନଗରରେ ସର୍ବାଧିକ ୧୦୭ ମିମି ରେକର୍ଡ

    ଭୁବନେଶ୍ବର : ଗତକାଲି ରାତିଠାରୁ ଭୁବନେଶ୍ୱରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି । ଫଳରେ ରାଜଧାନୀର ଚାରିଆଡ଼େ ପାଣି ଭର୍ତ୍ତି ହୋଇ ଯାଇଛି । ଭୁବନେଶ୍ୱରରେ ସକାଳ ସାଢେ ୫ଟା ସୁଦ୍ଧା ୯୭.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ