ଶ୍ରୀକ୍ଷେତ୍ରରେ ଅତ୍ୟାଧୁନିକ ତାଳବଣିଆ ଥାନାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ, : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଜିଲ୍ଲା ଅନ୍ତର୍ଗତ ତାଳବଣିଆ ଥାନାର ନବନିର୍ମିତ ପୋଲିସ ଷ୍ଟେସନ୍ ଭବନ ସହ ପୋଲିସ ଲାଇନର ଏକ କ୍ୱାଟର ଯାହା ୨୦ ଗୃହ ବିଶିଷ୍ଟ ଉଦ୍ଘାଟନ କରିଛନ୍ତି। ଏହି ନୂତନ ଭବନ ପୋଲିସ ସେବାକୁ ଅଧିକ ଦକ୍ଷ, ଆଧୁନିକ ଏବଂ ଜନବନ୍ଧବ କରିବା ସହିତ ସାଧାରଣ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ କରିବାରେ ସହାୟକ ହେବ। ମୋଟ ୪ କୋଟି ୬୫ ଲକ୍ଷ ୮୯ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଥାନା ଭବନରେ ଜନସାଧାରଣଙ୍କ ସୁବିଧା ଓ ପୋଲିସ କାର୍ଯ୍ୟକୁ ଅଧିକ ଫଳପ୍ରଦ କରିବା ନିମନ୍ତେ ବିଭିନ୍ନ ଆଧୁନିକ ବ୍ୟବସ୍ଥା ରହିଛି।

ଭୂତଳରେ ମୋଟ ୮ଟି କକ୍ଷ ରହିଥିବା ବେଳେ ଏଥିରେ ରିସେପ୍ସନ ଏରିଆ, ମହିଳା ଓ ଶିଶୁ ଡେସ୍କ, କାଉନ୍ସେଲିଂ ରୁମ୍, କ୍ରେଚ୍, ବିଦ୍ୟୁତ କକ୍ଷ, ଦିବ୍ୟାଙ୍ଗଙ୍କ ପାଇଁ ଶୌଚାଳୟ, ପୁରୁଷ ଓ ମହିଳା ଶୌଚାଳୟ ଆଦି ବ୍ୟବସ୍ଥା କରାଯାଇଛି। ପ୍ରଥମ ମହଲାରେ ମୋଟ ୧୩ଟି କକ୍ଷ ରହିଛି। ଏଥିରେ ପୁରୁଷ ଓ ମହିଳା ହାଜତ, ଡି.ସି.ଓ. କକ୍ଷ, ମହିଳା ବିଶ୍ରାମ କକ୍ଷ, ମହିଳା ପୋଷାକ ପରିବର୍ତ୍ତନ କକ୍ଷ, ଅପେକ୍ଷା କକ୍ଷ, ଭି.ଏଚ୍.ଏଫ୍. ରୁମ୍, ସି.ସି.ଟି.ଏନ୍.ଏସ୍. କକ୍ଷ, ଥାନା ଅଧିକାରୀଙ୍କ କାର୍ଯ୍ୟାଳୟ, ରିଡର ରୁମ୍ ଏବଂ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଉପଲବ୍ଧ ରହିଛି। ଦ୍ୱିତୀୟ ମହଲାରେ ୯ଟି କକ୍ଷ ରହିଛି। ଏଥିରେ ସମ୍ମିଳନୀ କକ୍ଷ, ଅତିରିକ୍ତ ଥାନା ଅଧିକାରୀଙ୍କ କାର୍ଯ୍ୟାଳୟ, ପଚରାଉଚରା କକ୍ଷ, ଅସ୍ତ୍ରାଗାର, ମାଲଖାନା, ରେକର୍ଡ ରୁମ୍, କାର୍ଯ୍ୟାଳୟ କକ୍ଷ ଓ ବିଶ୍ରାମ କକ୍ଷ ରହିଛି। ତୃତୀୟ ମହଲାରେ ପୋଲିସ କର୍ମଚାରୀଙ୍କ ପାଇଁ ବାରାକ୍, ରୋଷେଇ ଘର, ବିଶ୍ରାମ କକ୍ଷ ଏବଂ ସ୍ନାନାଗାର ଓ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ଏହି ନୂତନ ଭବନ ମାଧ୍ୟମରେ ତାଳବଣିଆ ଥାନାରେ କାର୍ଯ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଅଧିକ ସୁବିଧାଜନକ ପରିବେଶରେ କାର୍ଯ୍ୟ କରିପାରିବେ। ସେହିପରି ସାଧାରଣ ଜନତାଙ୍କୁ ଦ୍ରୁତ, ସ୍ୱଚ୍ଛ ଓ ଗୁଣାତ୍ମକ ପୋଲିସ ସେବା ପ୍ରଦାନ କରିବାରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ପୁରୀ ପୋଲିସ ଜନସାଧାରଣଙ୍କ ସୁରକ୍ଷା, ସେବା ଓ ବିଶ୍ୱାସକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛି। ତାଳବଣିଆ ଥାନାର ଏହି ନବନିର୍ମିତ ଭବନ ସେହି ଲକ୍ଷ୍ୟ ପୂରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ପୁରୀ ସାଂସଦ ସମ୍ବିତ ପାତ୍ର ଜନସାଧାରଣଙ୍କ ପ୍ରତି ପୋଲିସର ଦାୟିତ୍ୱବୋଧ ଉପରେ ଗୁରୁତ୍ୱାରୋପ କରିଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ, “ହସ୍ପିଟାଲ ହେଉ କିମ୍ବା ଥାନା ଏଠାକୁ କେବଳ ଅସହାୟ ଓ ଆବଶ୍ୟକତା ଥିବା ଲୋକମାନେ ହିଁ ଆସିଥାନ୍ତି। ତେଣୁ ସେମାନଙ୍କ ସମସ୍ୟାକୁ ସହାନୁଭୂତିର ସହ ବୁଝିବା ଏବଂ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ଆମର ପ୍ରଥମ କର୍ତ୍ତବ୍ୟ।” ଏହି ନୂତନ ତାଳବଣିଆ ପୋଲିସ ଭବନ ଆଗାମୀ ଦିନରେ କେବଳ ଏକ ସରକାରୀ କୋଠା ହୋଇ ନରହି, ସାଧାରଣ ଲୋକଙ୍କ ଭାବନା ଓ ଆଶାଆକାଂକ୍ଷାକୁ ବୁଝି କାର୍ଯ୍ୟ କରିବ ବୋଲି ସାଂସଦ ଆଶା ପ୍ରକଟ କରିଥିଲେ।
କାର୍ଯ୍ୟକ୍ରମରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ଚିନ୍ତାଧାରା ଓ ମାର୍ଗଦର୍ଶନ ଯୋଗୁଁ ଆଜି ରାଜ୍ୟ ପୋଲିସ ବାହିନୀରେ ବ୍ୟାପକ ସଂସ୍କାର ଆସିପାରିଛି। ଏହି ନୂତନ ଭିତ୍ତିଭୂମି ସେହି ପ୍ରୟାସର ଏକ ସଫଳ ପ୍ରତିଫଳନ। ଏହା ଆଗାମୀ ଦିନରେ ଜନସାଧାରଣଙ୍କୁ ଅଧିକ ସ୍ୱଚ୍ଛ, ଦକ୍ଷ ଏବଂ ଗୁଣାତ୍ମକ ପୋଲିସ ସେବା ଯୋଗାଇବାରେ ବେଶ୍ ସହାୟକ ହେବ ବୋଲି ଡିଜିପି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ଅବସରରେ ପୁରୀ ସାଂସଦ ସମ୍ବିତ ପାତ୍ର, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ଆରକ୍ଷୀ ମହାନିର୍ଦ୍ଦେଶକ ଓଡ଼ିଶା ଯୋଗେଶ ବାହାଦୁର ଖୁରାନିଆ, ଅଧ୍ଯକ୍ଷ ତଥା ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଲିଂ ଭୁବନେଶ୍ୱର ସୌମେନ୍ଦ୍ର ପ୍ରିୟଦର୍ଶୀ, ଆରକ୍ଷୀ ମହାନିରୀକ୍ଷକ କେନ୍ଦ୍ରାଞ୍ଚଳ ଡଃ. ସତ୍ୟଜିତ ନାୟକ, ଆରକ୍ଷୀ ଅଧିକ୍ଷକ ପୁରୀ ପ୍ରତୀକ ସିଂ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସମେତ ବହୁ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ଆଜି ନୋମିନେସନ୍ ପ୍ରତ୍ୟାହାର, ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

    ଭୁବନେଶ୍ୱର: ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଛି । ଶୁକ୍ରବାର ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରାହ୍ନରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ସଂଧ୍ୟାରେ ବୈଧ ନାମାଙ୍କନ ପ୍ରକାଶ ପାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର…

    Continue reading
    ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

    ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ଆଜି ଅପରାହ୍ନ ୪ ଘଟିକାରେ ସମ୍ବଲପୁରରେ ପହଞ୍ଚିବେ ବୋଲି ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ