ଶ୍ରୀରାମନବମୀରେ ହେବେ କି ଭାଗ୍ୟଶାଳୀ ?

ଚଳିତ ବର୍ଷ ୬ ଏପ୍ରିଲ, ରବିବାର ଏହି ଦିନ ପାଳନ କରାଯାଉଛି ଶ୍ରୀରାମନବମୀ । ଚୈତ୍ର ମାସର ଶୁକ୍ଳପକ୍ଷର ନବମୀ ତିଥିରେ ରାମନବମୀ ପର୍ବ ପାଳନ କରାଯାଇଥାଏ । ଏହି ଦିନ ପ୍ରଭୁ ଶ୍ରୀରାମଙ୍କ ସହ ମା’ଦୁର୍ଗାଙ୍କ ମଧ୍ୟ ଉପାସନା କରାଯାଏ । ଏହାସହ ଚୈତ୍ର ନବରାତ୍ରୀର ସମାପନ ମଧ୍ୟ ହୋଇଥାଏ ।
ଚଳିତ ବର୍ଷର ରାମନବମୀକୁ ଖୁବ୍‌‌ ଖାସ୍‌‌ ବୋଲି କୁହାଯାଇଛି । କାରଣ ଏହି ଦିନ ଚନ୍ଦ୍ରମା କର୍କଟ ରାଶିରେ ଚଳନ କରିବେ । ନବମୀ ସହ ପୁଷ୍ୟ ନକ୍ଷତ୍ର ରେ ରବି ପୁଷ୍ୟ ଯୋଗ ଓ ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ସୃଷ୍ଟି ହେଉଛି । ତେବେ ଏହି ରାମନବମୀରେ କେଉଁ କେଉଁ ରାଶି ଭାଗ୍ୟଶାଳୀ ହେବେ ଜାଣନ୍ତୁ..

ମେଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହେବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ବ୍ୟବସାୟରେ ଜବରଦସ୍ତ ଲାଭ ମିଳିବ । ଆମଦାନୀର ସ୍‌ରୋତ ବୃଦ୍ଧି ହେବ । ଧନ ସଞ୍ଚୟ କରିବେ । କର୍ମକ୍ଷେତ୍ରରେ ଆର୍ଥିକ ଲାଭର ଅନେକ ସୁଯୋଗ ମିଳିବ । ମାତା-ପିତାଙ୍କ ଆଶୀର୍ବାଦ ମିଳିବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କ ଦରମା ବୃଦ୍ଧି ହେବ ।

କର୍କଟ- ଜୀବନରେ ହସଖୁସି ବୃଦ୍ଧି ପାଇବ । ନୂଆ କାମର ଆରମ୍ଭ କରିବେ । ଅଟକି ଥିବା ଧନ ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । ବ୍ୟବସାୟରେ ଆର୍ଥିକ ସ୍ଥିତିରେ ହଠାତ୍‌‌ ପରିବର୍ତ୍ତନ ହେବ । ପରିବାରରେ ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି । ନୂଆ ଚାକିରିର ଯୋଗ ରହିଛି । ବିଦେଶ ଯାତ୍ରାର ଯୋଗ ରହିଛି ।

ଧନୁ- ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ । କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଅଟକି ଥିବା ସମସ୍ତ କାମ ପୂରଣ ହେବ । ଆମଦାନୀରେ ବୃଦ୍ଧି ସହ ପରିବାରରେ ହସଖୁସିର ବାତାବରଣ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଚାକିରିର ସୁଯୋଗ ମିଳିବ । ବ୍ୟବସାୟରେ ମଧ୍ୟ ଲାଭ ହେବ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭଙ୍କର ।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ