ସବୁଜ ସମୃଦ୍ଧି ପଥରେ ଓଡ଼ିଶା : ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର: ନୂଆଦିଲ୍ଲୀରେ ଆୟୋଜିତ ‘ଭାରତ ନବୀକରଣଯୋଗ୍ୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ–୨୦୨୬’ରେ ଓଡ଼ିଶା ପାଇଁ ପ୍ରାୟ ୧.୧୭ ଲକ୍ଷ କୋଟି ଟଙ୍କାର ସମ୍ଭାବ୍ୟ ଅକ୍ଷୟ ଶକ୍ତି ନିବେଶ ପ୍ରସ୍ତାବ ଆସିବାକୁ ରାଜ୍ୟ ବିଜେପି ସ୍ୱାଗତ କରିଛି। ଏହି ଅବସରରେ ୧୮ଟି କମ୍ପାନୀ ସହ ହୋଇଥିବା ଚୁକ୍ତି ଓଡ଼ିଶାର ଶକ୍ତି ସୁରକ୍ଷା, ଶିଳ୍ପ ବିକାଶ ଓ ରୋଜଗାର ସମ୍ଭାବନାକୁ ନୂଆ ଦିଗ ଦେବ। ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ରାଜ୍ୟ ବିଜେପି ତରଫରୁ ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।
ଶ୍ରୀ ପଣ୍ଡା କହିଛନ୍ତି, ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକରେ ପ୍ରାୟ ୧୧,୭୪୨ ମେଗାୱାଟ୍ କ୍ଷମତା ସଂଯୋଜନର ସମ୍ଭାବନା ରହିଛି। ପମ୍ପ୍‌‌ଡ ଷ୍ଟୋରେଜ୍ ଜଳବିଦ୍ୟୁତ୍‌, ସୌର ଓ ପବନ ଶକ୍ତି, ବ୍ୟାଟେରୀ ସଂରକ୍ଷଣ, ସବୁଜ ହାଇଡ୍ରୋଜେନ୍ ଏବଂ ସବୁଜ ଡାଟା ସେଣ୍ଟର ଭଳି କ୍ଷେତ୍ରରେ ନିବେଶ ଓଡ଼ିଶାର ଅର୍ଥନୀତିକୁ ଅଧିକ ବିବିଧ ଓ ପ୍ରତିଯୋଗିତାକ୍ଷମ କରିପାରିବ। ସୌର ଓ ପବନ ଶକ୍ତିର ଉତ୍ପାଦନ ସବୁ ସମୟରେ ସମାନ ରହେନାହିଁ। ତେଣୁ ଶକ୍ତି ସଂରକ୍ଷଣ ଓ ସୁଦୃଢ଼ ବିଦ୍ୟୁତ୍ ନେଟୱର୍କ ଉପରେ ଗୁରୁତ୍ୱ ଏହି ଯୋଜନାର ବିଶେଷତ୍ୱ। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନାରେ ସଞ୍ଚାରଣ ବ୍ୟବସ୍ଥାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ ୧୫,୯୪୮ କୋଟି ଟଙ୍କା ମଞ୍ଜୁରି ଏହି ପ୍ରସ୍ତୁତିକୁ ମଜଭୁତ କରିବ। ୨୦୪୭ ସୁଦ୍ଧା ରାଜ୍ୟର ସ୍ଥାପିତ ବିଦ୍ୟୁତ୍ କ୍ଷମତାର ୭୪ ପ୍ରତିଶତ ଅଣଜୀବାଶ୍ମ ଉତ୍ସରୁ ଏବଂ ଶିଳ୍ପ ସମୂହଙ୍କ ବିଦ୍ୟୁତ୍ ବ୍ୟବହାରର ଅତିକମ୍‌‌ରେ ୩୩ ପ୍ରତିଶତ ପ୍ରତିଯୋଗିତାମୂଳକ ଦରରେ ସବୁଜ ଶକ୍ତିରୁ ପୂରଣ କରିବାର ଲକ୍ଷ୍ୟ ସ୍ୱାଗତଯୋଗ୍ୟ। ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର ଏହି ପରିବର୍ତ୍ତନକୁ ବାଣିଜ୍ୟିକ ସୁଯୋଗ ସହ ଯୋଡ଼ିପାରିବ। ଗ୍ରିଡ୍‌‌କୋର ଆଇଆଇଟି ଭୁବନେଶ୍ୱର ଓ ଅନ୍ୟ ବିଶେଷଜ୍ଞ ସଂସ୍ଥା ସହ ମିଳିତ ଗବେଷଣା, ପ୍ରଯୁକ୍ତି ଓ ଦକ୍ଷତା ବିକାଶକୁ ଆଗେଇନେବ। ସ୍ଥାନୀୟ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଏବଂ କ୍ଷୁଦ୍ର ଉଦ୍ୟୋଗକୁ ଏହି ସବୁଜ ପ୍ରକଳ୍ପର ଯୋଗାଣ ଓ ସେବା ସୁଯୋଗ ସହ ଯୋଡ଼ିଲେ ବିକାଶର ଲାଭ ଅଧିକ ପରିବାର ପାଖରେ ପହଞ୍ଚିବ। ମୋଦୀଜୀଙ୍କ ସ୍ୱଚ୍ଛ ଶକ୍ତି ଦୃଷ୍ଟିକୋଣ ଓ ମୋହନ ସରକାରଙ୍କ ନିବେଶମୁଖୀ ପଦକ୍ଷେପ ଓଡ଼ିଶା ପାଇଁ ବଡ଼ ସୁଯୋଗ ଆଣିଛି। ସମୟବଦ୍ଧ ଅନୁମୋଦନ, ପରିବେଶସମ୍ମତ କାର୍ଯ୍ୟାନ୍ୱୟନ ଓ ନିୟମିତ ସମୀକ୍ଷା ଦ୍ୱାରା ଏହି ପ୍ରସ୍ତାବଗୁଡ଼ିକୁ ବାସ୍ତବ ପ୍ରକଳ୍ପରେ ପରିଣତ କରିବା ଆମର ପ୍ରାଥମିକତା ହେଉ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ଓଡ଼ିଶାର ଅର୍ଥନୀତି ପାରମ୍ପରିକ ଭାବେ “ଖଣି ଓ ଖନନ’ ଉପରେ ବହୁମାତ୍ରାରେ ନିର୍ଭରଶୀଳ ଥିଲା। କିନ୍ତୁ ଆଜି ବିଜେପି ସରକାରଙ୍କ ସୂଚିନ୍ତିତ ନୀତି ଓ ବିକାଶମୂଳକ ଚିନ୍ତାଧାରା ଯୋଗୁଁ ଓଡ଼ିଶା ‘ମାଇନ୍ସ ରୁ ମାଇକ୍ରୋଚିପ୍‌’ ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟା ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଛି। ଏହି କ୍ରମରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଏତେ ବଡ଼ ପୁଞ୍ଜିନିବେଶ ଆସିବା ଓଡ଼ିଶା ଅର୍ଥନୀତିରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛି। “ବିକଶିତ ଭାରତ ୨୦୪୭’ ଓ ‘ସମୃଦ୍ଧ ଓଡିଶା-୨୦୩୬’ ସଂକଳ୍ପକୁ ଆଗେଇ ନେବାରେ ଓଡ଼ିଶାର ଏହି “ସ୍ୱଚ୍ଛ ଶକ୍ତି ପ୍ରକଳ୍ପ’ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଜ୍ୟରେ ନିବେଶକ-ଅନୁକୂଳ ପରିବେଶ ସୃଷ୍ଟି କରିଥିବାରୁ ଏବଂ ନିବେଶକଙ୍କ ଆସ୍ଥା ଜିତିପାରିଥିବାରୁ ରାଜ୍ୟ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ଶ୍ରୀ ପଣ୍ଡା ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।

  • Related Posts

    ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବଡ଼ ବର୍ଷା ନାହିଁ

    ଭୁବନେଶ୍ୱର: ମୁରାସୁ ବାତ୍ୟାର ଅବଶିଷ୍ଟାଂଶ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନଟ ଲଘୁଚାପ ହୋଇଛି । ରାତି ଭିତରେ ଆହୁରି ଦୁର୍ବଳ ହୋଇ ତେଲେଙ୍ଗାନା ଓ ଆନ୍ଧ୍ର ଉପକୂଳ ଅଞ୍ଚଳ ଉପରେ ରହିବ । ଏହା ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବୁଧବାର…

    Continue reading
    ଶିଶୁଭବନ ଓଭରବ୍ରିଜ୍‌ରେ ଗୁଳି କରି ଯୁବକଙ୍କୁ ହତ୍ୟା

    ଭୁବନେଶ୍ୱର: ଅସୁରକ୍ଷିତ  ହୋଇପଡ଼ିଛି ରାଜଧାନୀ । ବୁଧବାର ରାତି ପ୍ରାୟ  ୧୨ଟାରେ କ୍ୟାପିଟାଲ୍‌ ଥାନା ଅଧୀନ ଶିଶୁଭବନ  ଓଭରବ୍ରିଜ୍‌ ଉପରେ ଆତତାୟୀଙ୍କ ଗୁଳିମାଡ଼ରେ ଟଳି ପଡ଼ିଛନ୍ତି ନିର୍ମାଣ ସଂସ୍ଥାର ଜଣେ କର୍ମଚାରୀ ।  ମୃତ ଯୁବକ ଜଣକ ହେଲେ ତପନ ନାୟକ …

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି