
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବକ୍ଷମା ଯୋଜନା ୨୦୨୬ ଆରମ୍ଭ କରାଯାଇଥିବା କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ସୂଚନା ଦେଇଛି। ଆୟକର ଆଇନ ୧୯୬୧ ଅଧୀନରେ ମାନ୍ୟତାପ୍ରାପ୍ତ ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରଷ୍ଟ ଚଳାଉଥିବା ସଂସ୍ଥାଗୁଡ଼ିକୁ ନିଜର ସ୍ଥିତି ନିୟମିତ କରିବା ଲାଗି ଏହି ଯୋଜନାରେ ଛଅ ମାସର ସମୟସୀମା ଦିଆଯାଇଛି। ଜୁନ୍ ୨୯ ତାରିଖରେ ଯୋଜନାର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ପ୍ରକାଶ ପାଇବାର ଛଅ ମାସ ପର୍ଯ୍ୟନ୍ତ ଯୋଜନାର ଅବଧି ବଳବତ୍ତର ରହିବ। ଏହି ଯୋଜନା ସେହି ପ୍ରତିଷ୍ଠାନଗୁଡ଼ିକ ପାଇଁ ପ୍ରଯୁଜ୍ୟ ଯାହା ଆୟକର ଆଇନ, ୧୯୬୧ ଅନୁଯାୟୀ ସ୍ୱୀକୃତିପ୍ରାପ୍ତ ଭବିଷ୍ୟନିଧି ପାଣ୍ଠି ଟ୍ରଷ୍ଟ ପରିଚାଳନା କରିଆସୁଛନ୍ତି। ତେବେ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ଠାରୁ ଆନୁଷ୍ଠାନିକ ଛାଡ଼ ନୋଟିସ୍ ପ୍ରାପ୍ତ କରିଥିବା ସଂସ୍ଥାକ୍ଷେତ୍ରରେ ଏହା ପ୍ରଯୁଜ୍ୟ ହେବ ନାହିଁ। ବର୍ଗ ୧ରେ ପିଛିଲା ତାରିଖରୁ ନିୟମିତ କରୁଥିବା ପ୍ରତିଷ୍ଠାନ, ପୂର୍ବରୁ ଛାଡ଼ ସୁବିଧା ନପାଇ ନିୟମ ପାଳନ କରୁଥିବା ସଂସ୍ଥା ଏବଂ କିମ୍ବା ଭବିଷ୍ୟତରେ ନିୟମ ପାଳନ କରିବାର ବିକଳ୍ପ ମନୋନୟନ କରିଥିବା ସଂସ୍ଥା ଏହିସୁବିଧା ପାଇପାରିବେ।ବର୍ଗ ୨ରେ ଟ୍ରଷ୍ଟକୁ ପିଛିଲା ତାରିଖ ଠାରୁ ନିୟମିତ କରାଇବାକୁ ଚାହୁଁଥିବା ଅନୁଷ୍ଠାନ ଏବଂ ସାମାଜିକ ସୁରକ୍ଷା କୋଡ୍ ୨୦୨୦ ଅଧୀନରେ ଛାଡ଼ ପାଇଥିବା ଏବଂ କାର୍ଯ୍ୟ ଜାରି ରଖିଥିବା ଅନୁଷ୍ଠାନଗୁଡ଼ିକୁ ମଧ୍ୟ ସୁବିଧା ମିଳିପାରିବ।




