ସାପ କାମୁଡ଼ାରେ ମାଆ ଓ ୭ ବର୍ଷର ପୁଅ ମୃତ

ଗଜପତି: ଶୋଇଥିଲେ ମା’ ପୁଅ । ମୃତ୍ୟୁ ରୂପରେ ମାଡି ଆସିଥିଲା ରଣା ସାପ । ସାପ କାମୁଡ଼ାରେ ଚାଲିଯାଇଛି ମାଆ ଓ ୭ ବର୍ଷର ପୁଅଙ୍କ ଜୀବନ । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଜଲାଙ୍ଗ ପଞ୍ଚାୟତର କଡମ୍ବାତାଳ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି ବାପା ଓ ଦେଢ଼ ବର୍ଷର କନ୍ୟା ।
ମୃତକ ହେଲେ କଡମ୍ବାତାଳ ଗ୍ରାମର ଅଜୟ କୁମାର ବଡ଼ରଇତ ତାଙ୍କ ପତ୍ନୀ ଲଳିତା ରଇତ (୩୦) ଓ ୭ ବର୍ଷର ପୁଅ ଅମିତ ଓ ଦେଢ଼ ବର୍ଷର ଝିଅଙ୍କ ସହ ଘରେ ଶୋଇଥିଲେ । ଏହି ସମୟରେ ଦୁଇଟି ରଣା ସାପ ଘର ଭିତରେ ପଶି ଲଳିତା ଓ ପୁଅ ଅମିତ ବଡ଼ରଇତଙ୍କୁ କାମୁଡ଼ି ଦେଇଥିଲା । ଏହାପରେ ଅଜୟ ଉଠି ପ୍ରଥମେ ଉଭୟଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଉଭୟ ମା’ ପୁଅଙ୍କ ମୃତ୍ୟୁ ଘଟିଛି ।
ଏନେଇ ମୃତ ମହିଳାଙ୍କ ସ୍ବାମୀ ଅଜୟ ବଡରଇତ କହିଛନ୍ତି, ‘ଗତକାଲି ରାତିରେ ସାପ କାମୁଡିବାରୁ ଯନ୍ତ୍ରଣାରେ ମାଆ-ପୁଅ ଛଟପଟ ହୋଇ ଚିତ୍କାର କରିଥିଲେ । ଉଠି ଦେଖିବା ବେଳକୁ ଘର ଭିତରେ ଦୁଇଟି ରଣା ସାପ ବୁଲୁଥିଲେ । ଆମେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲୁ । ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମାଆ ଓ ପୁଅଙ୍କର ମୃତ୍ୟୁ ଘଟିଛି ।’
ଅନ୍ୟପଟେ ଅଜୟ ଓ ତାଙ୍କ ଦେଢ଼ ବର୍ଷର ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଘଟଣା ପରେ ସମଗ୍ର କଡମ୍ବାତାଳ ଗ୍ରାମରେ ଗଭୀର ଶୋକର ଛାୟା ଖେଳିଯାଇଛି । ତେବେ ଅଜୟ କହିଛନ୍ତି, ପୂର୍ବରୁ ସେହି ଅଞ୍ଚଳରେ ସାପ କେବେ ଦେଖି ନଥିଲେ, ଘରେ କିପରି ସାପ ପଶିଲା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ।

  • Related Posts

    ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ପରିବର୍ତ୍ତନ ଉଦ୍ୟମ ନେଇ ସାମ୍ବାଦିକ ସଂଘର ବିରୋଧ

    ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ସାମ୍ୱାଦିକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ “ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ ରହିଛି । ହେଲେ ଏବେ ରାଜ୍ୟ ସରକାର ଏଥିରେ ପରିବର୍ତ୍ତନ କରିବାକୁ ମସୁଧା କରୁଛନ୍ତି । ସାମ୍ବାଦିକଙ୍କ ପାଇଁ ଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା…

    Continue reading
    ଭୁବନେଶ୍ୱରରେ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀର ଉଦଘାଟିତ

    ଭୁବନେଶ୍ବର: ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଆୟୋଜିତ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନ ଗୁରୁବାର ଅନୁଷ୍ଠିତ ହୋଇଛି । ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଶିକ୍ଷାମନ୍ତ୍ରୀ ଓ ପ୍ରତିନିଧିମାନେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ସହଯୋଗ, ନବସୃଜନ ଓ ସ୍ଥାୟୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ