ସୁନାରେ ଝଟକିଲେ ମହାବାହୁ, ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ହୋଇଥିଲା ଶ୍ରୀଜଗନ୍ନାଥମୟ । ସବୁ କିଛି ଭୁଲି ବଡ଼ଦାଣ୍ଡକୁ ସୁନାମି ଭଳି ମାଡ଼ି ଆସିଥିଲେ ଭକ୍ତ । ବଡ଼ଦାଣ୍ଡ ସମେତ ସାହି ଗଳିକନ୍ଦି ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଥିଲା । ଏହାରି ଭିତରେ ରଥାରୂଢ଼ ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ପତ୍ନୀ ମଧ୍ୟ ଶ୍ରୀଜିଉଙ୍କ ବଡ଼ତଡ଼ାଉ ବେଶ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସାଂସଦ ଡା. ସମ୍ବିତ ପାତ୍ର ଓ ବିଧାୟକଗଣ ଉପସ୍ଥିତ ଥିଲେ । ପରେ ମୁଖ୍ୟମନ୍ତ୍ରୀ ଜେବିପିସିସ୍ଥିତ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟରରେ ଟ୍ରାଫିକ୍ ନିୟନ୍ତ୍ରଣ ସମୀକ୍ଷା କରିଥିଲେ।

​​​​​​ସୁନାବେଶରେ ଝଟକୁଥିଲେ କାଳିଆ ସାଆନ୍ତ । ରତ୍ନଖଚିତ ମହଣ ମହଣ ସୁବର୍ଣ୍ଣ ଆଭୂଷଣରେ ବିଭୂଷିତ ହୋଇଥିଲେ ବ୍ରହ୍ମାଣ୍ଡ ଅଧିପତି । ରଥାରୂଢ଼ ଦାରୁବ୍ରହ୍ମଙ୍କ ଅପୂର୍ବ ଆଭାରୁ ଦର୍ଶନାର୍ଥୀଙ୍କ ଆଖି ହଟୁ ନଥିଲା । ରଥ ସମ୍ମୁଖରେ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଢେଉ ଭାଙ୍ଗୁଥିଲା । ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବାକୁ ଠାକୁରେ ଅପଲକ ନୟନରେ ଚାହିଁ ରହିଥିଲେ । ଭକ୍ତବତ୍ସଳ ମହାପ୍ରଭୁ ବାହୁ ପ୍ରସାରି ଭକ୍ତଙ୍କ ପାପତାପ ହରଣ କରିବା ସହ ଅଭୟ ପ୍ରଦାନ କରୁଥିଲେ । ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାର ଚକଡ଼ା ଭିଜୁଥିଲା ଭକ୍ତ ଓ ଭଗବାନଙ୍କ ଭାବ ରସରେ । ୧୦ ଲକ୍ଷରୁ ଊଦ୍ଧ୍ୱ ର୍ ଶ୍ରଦ୍ଧାଳୁ ଠାକୁରଙ୍କ ସୁନାବେଶ ଦର୍ଶନର ଦିବ୍ୟ ଅନୁଭବ ପାଇଥିବା ଆକଳନ କରାଯାଏ ।

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ