ସୁପୋଷିତ ଓଡ଼ିଶା ମିଶନ୍‌ ତାଲିମ କାର୍ଯ୍ୟକ୍ରମ

ରାଇକିଆ: କନ୍ଧମାଳ ଜିଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସୁପୋଷିତ ଓଡ଼ିଶା ମିଶନ୍‌ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ଓ ମହିଳାଙ୍କ ମଧ୍ୟରେ କୁପୋଷଣ ଦୂରୀକରଣ ତଥା ସୁସ୍ଥ ସମାଜ ଗଠନ ଉଦ୍ଦେଶ୍ୟରେ ଏହି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁପୋଷଣ ଦୂରୀକରଣ କ୍ଷେତ୍ରରେ ଏହାକୁ ଏକ ନୂତନ ପ୍ରୟାସ ଭାବେ ଗ୍ରହଣ କରାଯାଇଛି। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ର ଛାତ୍ରୀଛାତ୍ରମାନେ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ଅଞ୍ଚଳରେ ସର୍ଭେ କରି କୁପୋଷିତ ଶିଶୁ ଓ ମହିଳାଙ୍କ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବେ। ସଂଗୃହୀତ ତଥ୍ୟ ସରକାରଙ୍କୁ ପ୍ରଦାନ କରାଯାଇ କୁପୋଷଣ ଦୂରୀକରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।ରାଜ୍ୟରୁ କୁପୋଷଣ ସମସ୍ୟା ଦୂର କରିବା ଲକ୍ଷ୍ୟରେ ୨୦୨୯ ସୁଦ୍ଧା ଏହି ଅଭିଯାନକୁ ଅଧିକ ବ୍ୟାପକ କରିବା ଉପରେ ଆଲୋଚନା ହୋଇଥିଲା। ତାଲିମ ମାଧ୍ୟମରେ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀମାନଙ୍କୁ ସର୍ଭେ, ତଥ୍ୟ ସଂଗ୍ରହ ଓ କୁପୋଷଣ ସମ୍ପର୍କିତ ସଚେତନତା ନେଇ ଆବଶ୍ୟକ ମାର୍ଗଦର୍ଶନ ଦିଆଯାଇଥିଲା।ବରିଷ୍ଠ ଅଧ୍ୟାପକ ଦିଲୀପ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମକୁ ଅଧ୍ୟାପକ ବେଣୁପାଣି ମହାପାତ୍ର ପରିଚାଳନା କରିଥିଲେ। ସିଡିପିଓ ସଞ୍ଜୁକ୍ତା ରାଣୀ ମହାପାତ୍ର ଓ ସୁପରଭାଇଜର ଉଷାରାଣୀ ସାହୁ ଅତିଥି ଭାବେ ଯୋଗଦେଇ ସୁପୋଷଣ, ଶିଶୁ ଓ ମହିଳାଙ୍କ ପୁଷ୍ଟି ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମର ସଂଯୋଜିକା ଫିର୍ଦୋଶୀ ପ୍ରଧାନ ଆୟୋଜନରେ ସହଯୋଗ କରିଥିବାବେଳେ ଶେଷରେ ସେ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟାପିକା ଗୀତାଞ୍ଜଳି ଗନ୍ତାୟତ, ଦିବ୍ୟଜ୍ୟୋତି ମଲ୍ଲିକ ଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ,ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ଷ୍ଟ୍ରେଚରରେ ବୁହାହୋଇ ଆମ୍ବୁଲାନ୍ସକୁ ଅଣାଗଲା ଗର୍ଭବତୀ ମହିଳା

    ଦେବଗଡ଼ :କାଦୁଅ ପଚ୍‌ପଚ୍‌ ରାସ୍ତା ଯୋଗୁଁ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଶେଷରେ ପ୍ରାୟ ଏକ କିଲୋମିଟର ରାସ୍ତା ଷ୍ଟ୍ରେଚରରେ ବୁହାହୋଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଲେ ଜଣେ ଗର୍ଭବତୀ ମହିଳା । ଏଭଳି ଏକ ଦୁର୍ଦ୍ଦଶାର ଚିତ୍ର ସାମ୍ନାକୁ ଆସିଛି ଦେବଗଡ଼…

    Continue reading
    ସ୍ୱାୟତ୍ତ ଶାସନ ଦିବସ ପାଳିତ

    ଦେବଗଡ଼:ଦେବଗଡ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି।ସ୍ଥାନୀୟ ଟାଉନ ହଲରେ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟଅତିଥି, ଅତିରିକ୍ତ ଏସପି ଧୀରଜ ଚୋପଦାର,ପୌର ନିର୍ବାହୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ