ସୋମବାର ଠାରୁ କ୍ରମଶଃ ବର୍ଷା ପ୍ରକୋପ କମିବ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ, ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ହୋଇପାରେ । ୬ ତାରିଖଠାରୁ (ସୋମବାର) କ୍ରମଶଃ ବର୍ଷା ପ୍ରକୋପ କମିବ । ତେବେ ୧୧/୧୨ ତାରିଖବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏଥିରେ ବଡ଼ ବର୍ଷା ନ ହେଲେ ମଧ୍ୟ ବର୍ଷା ପରିମାଣ ସାମାନ୍ୟ ବଢ଼ପାରେ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସ୍ପଷ୍ଟ ଚିହ୍ନଟ (ୱେଲ ମାର୍କଡ) ଲଘୁଚାପ ରହିଛି । ଏହାର ଗତି ପଶ୍ଚିମ-ଉତ୍ତର ପଶ୍ଚିମକୁ ରହିବ । ଆସନ୍ତା ୨ ଦିନ ଭିତରେ ଏହା ଉତ୍ତର ଓଡ଼ିଶା ଏବଂ ଉତ୍ତର ଛତିଶଗଡ଼ ଦେଇ ସ୍ଥଳଭାଗରେ ଆଗକୁ ବଢ଼ିବ । ସମ୍ଭବତଃ ଦକ୍ଷିଣ ପଶ୍ଚିମ ଉତ୍ତରପ୍ରଦେଶ ଓ ଉତ୍ତର ମଧ୍ୟପ୍ରଦେଶ ଆଡ଼କୁ । ତେଣୁ ୬ ତାରିଖରୁ ଓଡ଼ିଶାରେ ବର୍ଷା କମିପାରେ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ପାଣିପାଗ ବିଭାଗର ଆକଳନ ହେଲା-୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ।
ରବିବାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବରଗଡ଼, ସମ୍ବଲପୁର, ନୂଆପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ରେଡ୍‌ ଆଲର୍ଟ ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୋନପୁର, ବଲାଙ୍ଗୀର, କଳାହାଣ୍ଡିରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏସବୁ ଜିଲ୍ଲା ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଏଥିଲାଗି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଲଗାଣ ବର୍ଷା ଭିତରେ ଭୁବନେଶ୍ୱର ବାଣୀବିହାରସ୍ଥିତ ୪ ନମ୍ବର ମୁଖ୍ୟ ନାଳରେ ଜଣେ ଯୁବକ ଭାସି ଯାଇଛନ୍ତି । ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିନଥିଲା । ପ୍ରବଳ ବର୍ଷା ଯୋଗୁ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍‌ର ଅନେକ ସ୍ଥାନରେ ରାସ୍ତା ଧୋଇଛି । କୁଜେଣ୍ଡି ନଦୀର ଜଳସ୍ତର ବଢ଼ିବାରୁ ତିନୋଟି ଗ୍ରାମ ବିଚ୍ଛିନ୍ନ ହୋଇପଡ଼ିଛି । ସଲାଗୁଡ଼ା ପଞ୍ଚାୟତର ଡୁଭୁରିଗାଟା ନିକଟ ବାଘ ନଦୀ ଫୁଲିବାରୁ ୧୨ଟି ପରିବାର ଏବଂ କ୍ରାରାଣ୍ଡିବାଲି ପଞ୍ଚାୟତର ଡଗେମେଣ୍ଡି ଗ୍ରାମର ୧୮ଟି ପରିବାର ବିଚ୍ଛିନ୍ନ ଅବସ୍ଥାରେ ରହିଛନ୍ତି ।

କୋରାପୁଟ ଜିଲ୍ଲାର ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇଛି । ବାସନ ମାଜୁଥିବାବେଳେ ଝଞ୍ଜାବତୀ ନଦୀରେ ଭାସିଯାଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଲମତାପୁଟ ବ୍ଲକରେ ଅବସ୍ଥିତ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି-ଡ୍ୟାମର ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିବା ପରେ ଶନିବାର ଡ୍ୟାମର ୭ ନଂ ଗେଟ ଖୋଲାଯାଇଛି । ତଳିଆ ଅଞ୍ଚଳ ନୂଆସାହି ପାର୍କ ଲାଇନ, ପୌର କାର୍ଯ୍ୟାଳୟ ସମ୍ମୁଖ, କୁନ୍ଦାରୀଗୁଡ଼ା, ଆଦର୍ଶନଗରରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିଲା । ଚିତ୍ରକୋଣ୍ଡା- ବାଲିମେଳା ମୁଖ୍ୟ ରାସ୍ତାର ଟନେଲ କ୍ୟାମ୍ପ ପଞ୍ଚାୟତ ଅଫିସ ଆଗରେ ଏକ ବଡ଼ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିବାରୁ ଦୀର୍ଘ ୪ ଘଣ୍ଟା ଯାତୟାତ ବାଧାପ୍ରାପ୍ତ ହୋଇଥିଲା । କୋରୁକୋଣ୍ଡା ବ୍ଲକ୍‌ ସୋମନାଥପୁର ପଞ୍ଚାୟତ କଣ୍ଡେଲଗୁଡ଼ା ଗାଁରେ ଗଛ ପଡି଼ ୨ ଜଣଙ୍କ ଘର ଭାଙ୍ଗିଯାଇଛି । ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପ୍ରାୟ ୧୫ରୁ ଅଧିକ ପଞ୍ଚାୟତରେ ଚାଷ ଜମି ପାଣିରେ ବୁଡ଼ି ଯାଇଛି । ଭୁବନେଶ୍ୱର ସମେତ ବିଭିନ୍ନ ସମସ୍ୟାରେ ଜଳବନ୍ଦୀ ସମସ୍ୟା ବି ଦେଖା ଦେଇଛି ଲଗାଣ ବର୍ଷା ପ୍ରଭାବରେ ।

ଗତ ୨୪ ଘଣ୍ଟା ଭିତରେ (ଶୁକ୍ରବାରରୁ ଶନିବାର ସକାଳ ସୁଦ୍ଧା) ରାଜ୍ୟରେ ହାରାହାରି ୨୪.୮ ମିଲିମିଟର ବର୍ଷା ହୋଇଛି । ବରଗଡ଼ର ସୋହେଲାରେ ସର୍ବାଧିକ ୨୦୨ ମିମି ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ଜୁନ୍‌ ଶେଷ ସୁଦ୍ଧା ୪୭% ବର୍ଷା ନିଅଣ୍ଟିଆ ଥିଲା । ଜୁଲାଇର ପ୍ରଥମ ୪ ଦିନରେ ୨୯% ନିଅଣ୍ଟିଆ ସ୍ଥିତି ଭରଣା ହୋଇଛି । ୧୫ ଜିଲ୍ଲାରେ ମୋଟ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍‌ ଅଛି ।

ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବା ପାଇଁ ବାରଣ କରାଯାଇଛି । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୦୧.୫୬ ଫୁଟ୍‌ରେ ରହିଛି । ନରାଜରେ ମହାନଦୀ, ଜେନାପୁରରେ ବ୍ରାହ୍ମଣୀ, ଆଖୁଆପଦାରେ ବୈତରଣୀ, ଏନଏଚ-୫ ଗୋବିନ୍ଦପୁରରେ ବୁଢ଼ାବଳଙ୍ଗ, ରାଜଘାଟରେ ସୁବର୍ଣ୍ଣରେଖା, କାଶୀନଗରରେ ବଂଶଧାରା ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଥିବାବେଳେ ସତର୍କ ସଙ୍କେତଠାରୁ ବହୁ ତଳେ ପ୍ରବାହିତ ହେଉଥିଲା । ଭୁବନେଶ୍ୱରରେ ଗତ ୨୪ ଘଣ୍ଟାରେ (ସକାଳ ୮ଟା ୩୦ ସୁଦ୍ଧା) ୪୧ ମିମି ବର୍ଷା ହୋଇଥିବାବେଳେ ସନ୍ଧ୍ୟା ଭିତରେ ୪୫.୬ ମିମି ବର୍ଷା ହୋଇଥିଲା । କଟକରେ ଗତକାଲିରୁ ଆଜି ସକାଳ ସୁଦ୍ଧା ୫୬ ମିମି ବର୍ଷା ହୋଇଥିବାବେଳେ ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ୩୨ ମିମି ବର୍ଷା ରେକର୍ଡ ହୋଇଛି ।

  • Related Posts

    ପ୍ରଣବଙ୍କ ବିୟୋଗରେ ମୋହନଙ୍କ ଶୋକପ୍ରକାଶ

    ଭୁବନେଶ୍ୱର:ଆଉ ନାହାନ୍ତି ଓଡ଼ିଶା ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ। ଆଜି ୮୮ ବର୍ଷ ବୟସରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ଓଡ଼ିଆ ସଙ୍ଗୀତ ଜଗତରେ ବେତାଜ ବାଦଶାହ ଭାବେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ଆଜି…

    Continue reading
    ପରଲୋକରେ ପ୍ରଣବ ପଟ୍ଟନାୟକ

    ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ।୮୮ ବର୍ଷ ବୟସରେ ସେ ଆଜି ଆଖି ବୁଜିଛନ୍ତି ।ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ୧୧.୩୦ରେ ତାଙ୍କର ପରଲୋକ ହୋଇଛି । ତାଙ୍କ ପରଲୋକ ଖବର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ