
ସୋମେଶ କୁମାର ଉପାଧ୍ୟୟ ଭଦ୍ରକର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଆସନ୍ତାକାଲି (ଜୁଲାଇ ୩୧) ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ଚାକିରିରୁ ଅବସର ନେବାକୁ ଯାଉଥିବାରୁ ଶ୍ରୀ ଉପାଧ୍ୟାୟଙ୍କୁ ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।
୨୦୧୭ ବ୍ୟାଚ୍ର ଆଇଏଏସ୍ ଶ୍ରୀ ଉପାଧ୍ୟାୟ ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେ ପୂର୍ବରୁ ଢେଙ୍କାନାଳ, ମାଲକାନଗିରି ଓ ଦେବଗଡ଼ ଜିଲ୍ଲାର ଜିଲ୍ଲାପାଳ ଭାବେ କାମ କରିଛନ୍ତି।




