ସ୍କୁଲ୍ ପରିଚାଳନା କମିଟି ଗଠନ ନିର୍ଦ୍ଦେଶ

ଭୁବନେଶ୍ବର: ଜୁଲାଇ ୧ ରୁ ନୂଆ ସ୍କୁଲ୍ ପରିଚାଳନା କମିଟି ଗଠନ କରିବାକୁ ନିର୍ଦ୍ଦେଶ । ଗୋଟିଏ SMC, ୨ଟି ଉପକମିଟି ଗଠନ ନିର୍ଦ୍ଦେଶ । ଜୁନ୍ ୩୦ରେ ସରୁଛି ପୁରୁଣା ମ୍ୟାନେଜିଂ କମିଟିର କାର୍ଯ୍ୟକାଳ । ସମସ୍ତ ଡିଇଓଙ୍କୁ ବିଭାଗୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି । ନୂଆ ଗାଇଡଲାଇନ ଅନୁଯାୟୀ ଗଠନ ହେବ SMC ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ‘ସ୍କୁଲ ମ୍ୟାନେଜମେଣ୍ଟ କମିଟି ଗାଇଡ୍‌ଲାଇନ-୨୦୨୬’ ଆଧାରରେ ଓଡ଼ିଶା ପାଇଁ ନୂତନ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ଏହି ନୂତନ ନିୟମ ଅନୁଯାୟୀ, ପ୍ରତ୍ୟେକ ବିଦ୍ୟାଳୟରେ କେବଳ ଗୋଟିଏ ଏସ୍‌ଏମ୍‌ସି ରହିବ। ପୂର୍ବରୁ ରହୁଥିବା ପୃଥକ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି (ଏସ୍‌ଏମ୍‌ଡିସି) ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି। ଏଥିସହ ଏସ୍‌ଏମ୍‌ସିକୁ ସହାୟତା କରିବା ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଦୁଇଟି ଉପକମିଟି ଯଥା- ସ୍କୁଲ ବିଲ୍ଡିଂ କମିଟି (ବିଦ୍ୟାଳୟ ଗୃହ ନିର୍ମାଣ କମିଟି) ଏବଂ ଏକାଡେମିକ କମିଟି ଗଠନ କରାଯିବ। ଓସେପା ପକ୍ଷରୁ ଜାରି ହୋଇଥିବା ସୂଚୀ ଅନୁଯାୟୀ ସମସ୍ତ ପ୍ରକ୍ରିୟା ଜୁଲାଇ ୨୨ ସୁଦ୍ଧା ଶେଷ କରିବାକୁ କୁହାଯାଇଛି। ଜୁଲାଇ ୧ରୁ ଜୁଲାଇ ୧୫ ମଧ୍ୟରେ ଅଭିଭାବକ – ଶିକ୍ଷକ ବୈଠକ (ପିଟିଏମ) ଏବଂ ସଦସ୍ୟ ମନୋନୟନ/ନିର୍ବାଚନ ହେବ। ଜୁଲାଇ ୧୭ ସୁଦ୍ଧା ବିଧିବଦ୍ଧ ଭାବେ ନୂତନ ଏସ୍‌ଏମ୍‌ସି ଗଠନ କରାଯିବ। ଜୁଲାଇ ୧୮ ସୁଦ୍ଧା ସିଆରସିସିଙ୍କ ନିକଟରେ ସଂକଳ୍ପ ଦାଖଲ ହେବ। ଜୁଲାଇ ୨୦ ସୁଦ୍ଧା ସିଆରସିସି ଜରିଆରେ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ପ୍ରସ୍ତାବ ପ୍ରେରଣ କରାଯିବ। ଜୁଲାଇ ୨୧ ସୁଦ୍ଧା ବ୍ଲକରୁ ଜିଲାସ୍ତରକୁ ସ୍କୁଲୱାରୀ ସୂଚନା
ପ୍ରଦାନ କରାଯିବ। ଜୁଲାଇ ୨୨ ସୁଦ୍ଧା ଗୁଗଲ ଟ୍ରାକର ମାଧ୍ୟମରେ ରାଜ୍ୟ ପ୍ରକଳ୍ପ କାର୍ୟ୍ୟାଳୟକୁ ଚୂଡ଼ାନ୍ତ ତଥ୍ୟ ପଠାଯିବାକୁ ଧାର୍ୟ୍ୟ ହୋଇଛି।
ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ନାମଲେଖା ସଂଖ୍ୟାକୁ ଆଧାର କରି ଏସ୍‌ଏମ୍‌ସି ସଦସ୍ୟଙ୍କ ସଂଖ୍ୟା ସ୍ଥିର କରାଯିବ। ୧୦୦ ପର୍ୟ୍ୟନ୍ତ ଛାତ୍ରଛାତ୍ରୀ ଥିବା ସ୍କୁଲରେ ୧୨ରୁ ୧୫ ସଦସ୍ୟ, ୧୦୦ରୁ ୫୦୦ ପର୍ୟ୍ୟନ୍ତ ଛାତ୍ରଛାତ୍ରୀ ଥିବା ସ୍କୁଲରେ ୧୫ରୁ ୨୦ ସଦସ୍ୟ ଏବଂ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲରେ ୨୦ରୁ ୨୫ ସଦସ୍ୟ ରହିବେ। କମିଟିର ମୋଟ ସଦସ୍ୟ ସଂଖ୍ୟାର ଶତକଡ଼ା ୭୫ ଭାଗ କେବଳ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କ ପିତାମାତା କିମ୍ବା ଆଇନଗତ ଅଭିଭାବକ ରହିବେ। ସମଗ୍ର କମିଟିରେ ଅତିକମରେ ୫୦ ପ୍ରତିଶତ ମହିଳା ସଦସ୍ୟା ରହିବା ବାଧ୍ୟତାମୂଳକ। ବାକି ୨୫% ସଦସ୍ୟଙ୍କ ମଧ୍ୟରେ ସ୍ଥାନୀୟ ୱାର୍ଡ ମେମ୍ବର/କାଉନସିଲର, ଶିକ୍ଷକ ପ୍ରତିନିଧି, ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ପୁରାତନ ଛାତ୍ରଛାତ୍ରୀ ଏବଂ ଶିକ୍ଷାବିତ୍ ସାମିଲ ହେବେ। ନୂତନ ଭାବେ ଗଠନ ହେବାକୁ ଥିବା ଏହି କମିଟିର କାର୍ୟ୍ୟକାଳ ଅଧ୍ୟକ୍ଷ/ଅଧ୍ୟକ୍ଷା ନିର୍ବାଚିତ ହେବା ଦିନଠାରୁ ୨ ବର୍ଷ ପାଇଁ ରହିବ। ପ୍ରତି ମାସରେ ଅତିକମରେ ଥରେ ଏସ୍‌ଏମ୍‌ସି ବୈଠକ ବସିବା ବାଧ୍ୟତାମୂଳକ କରାଯାଇଛି।

  • Related Posts

    ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ପରିବର୍ତ୍ତନ ଉଦ୍ୟମ ନେଇ ସାମ୍ବାଦିକ ସଂଘର ବିରୋଧ

    ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ସାମ୍ୱାଦିକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ “ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ ରହିଛି । ହେଲେ ଏବେ ରାଜ୍ୟ ସରକାର ଏଥିରେ ପରିବର୍ତ୍ତନ କରିବାକୁ ମସୁଧା କରୁଛନ୍ତି । ସାମ୍ବାଦିକଙ୍କ ପାଇଁ ଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା…

    Continue reading
    ଭୁବନେଶ୍ୱରରେ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀର ଉଦଘାଟିତ

    ଭୁବନେଶ୍ବର: ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଆୟୋଜିତ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନ ଗୁରୁବାର ଅନୁଷ୍ଠିତ ହୋଇଛି । ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଶିକ୍ଷାମନ୍ତ୍ରୀ ଓ ପ୍ରତିନିଧିମାନେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ସହଯୋଗ, ନବସୃଜନ ଓ ସ୍ଥାୟୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ