ସ୍ୱାଧୀନତା ଦିବସ ସମାରୋହରେ ରାହୁଲ ଏବଂ ଖଡଗେ ଅନୁପସ୍ଥିତ,ବିଜେପିର ଟାର୍ଗେଟ

ନୂଆଦିଲ୍ଲୀ: ସ୍ବାଧିନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରି ରାଷ୍ଟ୍ର ଉଦେଶ୍ୟରେ ସମ୍ବୋଧିତ କରିଛନ୍ତି। ଲାଲକିଲ୍ଲାରେ ଅନୁଷ୍ଠିତ ଏହି ସମାରୋହରେ ସରକାରୀ ଏବଂ ବିରୋଧୀ ଦଳର ନେତାମାନେ ଯୋଗ ଦିଅନ୍ତି। ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ସମାରୋହରେ ଯୋଗ ଦେଇ ନଥିଲେ, ଯାହା ଫଳରେ ବିଜେପି ତାଙ୍କୁ ଟାର୍ଗେଟ କରିଛି। ଲାଲ୍ କିଲ୍ଲାର ଏହି ସମାରୋହରେ ଦେଶରେ ବହୁ ବଡ ନେତା ଉପସ୍ଥିତ ଥିଲେ। ତାଙ୍କ ଭିତରେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ, ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ସାମିଲ ହୋଇଥିଲେ। ଏହାଛଡା ଦେଶର ପ୍ରଧାନ ବିଚାରପତି ସିଜେଆଇ ସୂର୍ଯ୍ୟକାନ୍ତ, ସୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପିକେ ମିଶ୍ର ଓ ଶକ୍ତିକାନ୍ତ ଦାସଙ୍କ ଭଳି ବଡ଼ ଅଧିକାରୀ ଉପସ୍ଥିତ ଥିଲେ।
ଶିକ୍ଷାମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କ ସିଧା ସଳଖ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ଏବଂ ଖଡଗେ ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସକୁ ଦଳୀୟ ରାଜନୀତିଠାରୁ ଉପରକୁ ଉଠାଇବା ଉଚିତ। ଯେତେବେଳେ ପ୍ରଧାନମନ୍ତ୍ରୀ ଭାଷଣ ଦିଅନ୍ତି, ସେ ଦେଶର ପ୍ରଧାନମନ୍ତ୍ରୀ। କିଛି ବର୍ଷ ହେବ ସେମାନେ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମକୁ ଆସୁନାହାନ୍ତି। ଏହାର କାରଣ ହେଉଛି ରାହୁଲଙ୍କ ଅପରିପକ୍ୱ ରାଜନୀତି ଏବଂ ଅହଂକାର।। ନକଲି ଗାନ୍ଧୀ ପରିବାରର ଅହଂକାର ଯୋଗୁଁ ଘଟୁଛି। ବିରୋଧୀ ଦଳକୁ ଆସିବା ଦରକାର। ସେମାନେ ଏଭଳି ଭୁଲ ପରମ୍ପରା ତିଆରି କରୁଛନ୍ତି।
ପୂର୍ବରୁ ୨୦୨୪ ସ୍ୱାଧୀନତା ଦିବସ ପାଳନ ସମୟରେ ବସିବା ବ୍ୟବସ୍ଥାକୁ ନେଇ ଏକ ବଡ଼ ବିବାଦ ଦେଖାଦେଇଥିଲା।  ସେତେବେଳେ ଲୋକସଭାରେ ବିରୋଧୀ ଦଳ ନେତାଙ୍କୁ ଆଗ ଧାଡିରେ ବସାଇବା ପରିବର୍ତ୍ତେ ପଛ ଧାଡିରେ ବସାଇଥିଲେ। ବିରୋଧୀ ଦଳ ଏହାକୁ ଜନସାଧାରଣଙ୍କ ପ୍ରତି ଅପମାନ ବୋଲି କହିଥିଲା,  ପ୍ରତିରକ୍ଷା ମନ୍ତ୍ରଣାଳୟ କହିଥିଲା, ଅଲିମ୍ପିକ୍ ଖେଳାଳିମାନଙ୍କୁ ସ୍ଥାନ ଦେବା ପାଇଁ ଏହି ପରିବର୍ତ୍ତନ କରାଯାଇଥିଲା। ନିୟମ ଅନୁଯାୟୀ, ଏପରି ଜାତୀୟ କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତାଙ୍କୁ ଆଗ ଧାଡିରେ ଏକ ଆସନ ଦିଆଯାଇଥାଏ।

  • Related Posts

    Gen Zଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା; ୧ କୋଟି ଯୁବପିଢିଙ୍କୁ AI ତାଲିମ

    ନୂଆଦିଲ୍ଲୀ: 80ତମ ସ୍ୱାଧୀନତା ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରରୁ ଦେଶକୁ ସମ୍ବୋଧିତ କରିଛନ୍ତି । ସେ ତାଙ୍କ ଭାଷଣରେ Gen-Zଙ୍କୁ ନେଇ ଅନେକ କଥା କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ସରକାର ଦେଶର ଯୁବପିଢ଼ିଙ୍କ ପାଇଁ ନିରନ୍ତର କାମ…

    Continue reading
    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୬ ମୃତ

    ଲାତେହାର : ଝାଡ଼ଖଣ୍ଡର ଲାତେହାର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଚାନ୍ଦୱା ଥାନା ଅନ୍ତର୍ଗତ ଲୁକୁଇୟା ଘାଟିରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ଟ୍ରେଲର ନିୟନ୍ତ୍ରଣ ହରାଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ