
ପୁରୀ : ରଥଯାତ୍ରା ପୂର୍ବରୁ ପୁରୀରେ ଗଡ଼ିଲା ମୁଣ୍ଡ। ମାତ୍ର ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୁଲିସ। ହୋଟେଲ ମାଲିକ ପବିତ୍ର ନାୟକଙ୍କୁ ଗତକାଲି ରାତିରେ ହତ୍ୟା କରାଯାଇଛି। ତେବେ ଏନେଇ ପୁଲିସ ଆଗୁଆ ସୂଚନା ପାଇ ମଧ୍ୟ ପହଞ୍ଚିନଥିବା ଅଭିଯୋଗ ଆସିଛି। ଘଟଣା ପରେ ଅଭିଯୁକ୍ତ ଚନ୍ଦନ ପଲାରକୁ ପୁଲିସ ଏନକାଉଣ୍ଟର କରିଛି। ଏହାସହ ସମ୍ପୃକ୍ତ ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଥାନାରେ ଅଟକ ରହିଛନ୍ତି। ପୁଲିସ ଅବହେଳାକୁ ମୃତକଙ୍କ ପରିବାର ଦାୟୀ କରିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ପୁଲିସ ଓ ଉତ୍ୟକ୍ତ ଲୋକେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି। ହୋଟେଲ ମାଲିକ ଓ ମ୍ୟାନେଜରଙ୍କ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆହତ ଅଭିଯୁକ୍ତକୁ କଟକ ସ୍ଥାନାନ୍ତର କରାଯାଇଛି। ହତ୍ୟା ପୂର୍ବରୁ ବଳିଆପଣ୍ଡା ଥାନା ପୁଲିସକୁ ଫୋନ୍ କରି ସୁରକ୍ଷା ମାଗିଥିଲେ ହୋଟେଲ ମାଲିକ, କିନ୍ତୁ ହତ୍ୟା ପରେ ପୁଲିସ ପହଞ୍ଚି ଥିବା ଜଣାପଡ଼ିଛି।


