ହୀରାକୁଦ: ଖୋଲିଲା ଆଉ ୧୦ ଗେଟ୍

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ସ୍ଥାନରେ ବନ୍ୟା ପାଇଁ ଅନେକ ସ୍ଥାନ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛି। ଏହା ମଧ୍ୟରେ ଶୁକ୍ରବାର ହୀରାକୁଦ ଡ୍ୟାମ୍ ଆଉ ୧୦ ଗେଟ୍‌ ଖୋଲିଛି। ଏବେ ଜଳଭଣ୍ଡାରର ୧୨ଟି ଗେଟ୍‌ ଦେଇ ବନ୍ୟା ପାଣି ନିଷ୍କାସନ କରାଯାଉଛି। ଆଉ ୮ଟି ଗେଟ୍ ଖୋଲିବା ନେଇ ଯୋଜନା ରହିଥିବା ବେଳେ ମୋଟ୍ ୨୦ଟି ଗେଟ୍ ଖୋଲା ଯାଇପାରେ। ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକ ପାଇଁ ଆଲର୍ଟ ଜାରି ହୋଇଛି।
ରାଜ୍ୟରେ ବନ୍ୟା ସ୍ଥିତି ପରେ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। କୁଜଙ୍ଗ ବ୍ଲକର ୫ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ପାଇକା ଓ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ମଧୁପୁର ଓ ସାଇଲୋ ଆଶ୍ରୟସ୍ଥଳକୁ ୬୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଚୌଧୁରୀଗଡ଼ାଠାରେ ମହାନଦୀର ଜଳସ୍ତର ସାଢେ ୫ ଫୁଟ୍‌ ରହିଥିବା ବେଳେ ଭଦ୍ରକ ସାଳନ୍ଦୀ ନଦୀରେ ୩୫ ଫୁଟ୍‌ର ଘାଇ ସୃଷ୍ଟି ହୋଇଛି। ଅନ୍ନପାଳ ପଞ୍ଚାୟତ ରାଜମୁକୁନ୍ଦପୁର ସାଳନ୍ଦୀ ନଦୀରେ ଘାଇ ସହ ୨ଟି ଗାଁ ମଧ୍ୟରେ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଅଂଶୁପା ହ୍ରଦ ଭିତରେ ପଶିଲା ମହାନଦୀ ବନ୍ୟାଜଳ। ଆଠଗଡ଼, ତିଗିରିଆ ଓ ବାଙ୍କୀ ବ୍ଲକର ଅନେକ ପଞ୍ଚାୟତ ପ୍ରଭାବିତ ହୋଇଛି। ତିଗିରିଆର ବଡ଼ନାଉପୂଟ, ସୋମପଡ଼ା, ହାଟ୍ଟମାଳ ଓ ଗଦାଧରପୁର ପ୍ରଭାବିତ ହୋଇଛି। ବାଙ୍କୀର ଓସ୍ତିଆ, ସୁବର୍ଣ୍ଣପୁର, ବନ୍ଦାଳ ପଞ୍ଚାୟତର ୧୫ ଗାଁ ପ୍ରଭାବିତ ହୋଇଛି।ସାଳନ୍ଦୀ ନଦୀରେ ୩୫ ଫୁଟ୍‌ର ଘାଇ ସୃଷ୍ଟି ହୋଇଛି। ଅନ୍ନପାଳ ପଞ୍ଚାୟତ ରାଜମୁକୁନ୍ଦପୁର ସାଳନ୍ଦୀ ନଦୀରେ ଘାଇ ୨ଟି ଗାଁ ମଧ୍ୟରେ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି।ଗଣିଆ ବ୍ଲକ ୪ଟି ପଞ୍ଚାୟତର ୩୦ ଗାଁ ଜଳବନ୍ଦୀ ହୋଇଛି। ରାସଙ୍ଗ, ଛାମୁଣ୍ଡିଆ ଓ ବଡ଼ଶିଲିଙ୍ଗା ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ଗଣିଆ-ବଡ଼ମୂଳ ରାସ୍ତାରେ ୩ ଫୁଟ୍ ବନ୍ୟାପାଣି ପ୍ରବାହିତ ହୋଇଛି।
ସାଳନ୍ଦୀ ନଦୀର ଜଳସ୍ତର ପୁଣି ବୃଦ୍ଧି ହୋଇ ରାଜଘାଟଠାରେ ୧୮.୫୦ ଫୁଟ୍‌ ଉପରେ ପ୍ରବାହିତ ହୋଇଛି। ରାଜଘାଟରେ ବିପଦ ସଂକେତ ୧୭.୦୦ ଫୁଟ୍‌, ଭଦ୍ରକ, ଚାନ୍ଦବାଲି, ତିହିଡ଼ି ଓ ଧାମନଗର ବ୍ଲକ ପ୍ରଭାବିତ ହୋଇଛି। କାଂଶବାଂଶ ଓ ଗମେଈ ନଦୀର ଜଳସ୍ତର ବୃଦ୍ଧି ହୋଇଛି। ବାସୁଦେବପୁର ବ୍ଲକର ୭ଟି ପଞ୍ଚାୟତ ପ୍ରଭାବିତ ହୋଇଛି।ବିପଦ ସଂକେତ ଉପରେ ଦେବୀ ଓ ଭାର୍ଗବୀ ନଦୀର ଜଳସ୍ତର ରହିଥିବା ବେଳେ ବଳଙ୍ଗାଠାରେ ଭାର୍ଗବୀର ବନ୍ୟାଜଳ ୧୧.୨୫ ଉପରେ ପ୍ରବାହିତ ହୋଇଛି। ବଳଙ୍ଗାଠାରେ ଭାର୍ଗବୀ ନଦୀର ବିପଦ ସଂକେତ ୧୦.୪୨ ଫୁଟ୍‌ ରହିଛି, ବାଉରିଆକଣଠାରେ ଦେବୀ ନଦୀ ୫.୦୮ ଫୁଟ୍‌ ଉପରେ ପ୍ରବାହିତ ହୋଇଛି। ବାଉରିଆକଣଠାରେ ଦେବୀ ନଦୀର ବିପଦ ସଂକେତ ୪.୯୫ ରହିଛି। ଯାଜପୁରରେ ବନ୍ୟା କମୁଛି ମାତ୍ର ଘାଇ ବଢ଼ାଉଛି ଚିନ୍ତା। ୭ଟି ଘାଇ ପରେ ପୁଣି ନୂଆ ଘାଇ ସୃଷ୍ଟି ହୋଇଛି। ୨୫୦ ଗାଁ ଜଳବନ୍ଦୀ ହେବା ସହ ୧୦ ହଜାର ଲୋକଙ୍କୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଯାଜପୁର ଜିଲ୍ଲାର ୩ଟି ନଦୀରେ ୭ଟି ଘାଇ ସୃଷ୍ଟି ହୋଇଛି। ବ୍ରାହ୍ମଣୀରେ ୪, ବୈତରଣୀର ଶାଖା ନଦୀ କାଣିରେ ୨ଟି ଘାଇ, ଖରସ୍ରୋତାର ଶାଖା ନଦୀ ନୂଆ ମାହାରାରେ ଗୋଟିଏ ଘାଇ, ପ୍ରାୟ ୨୫୦ ଗାଁର ପାଖାପାଖି ଲକ୍ଷେରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।
ବନ୍ୟା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲାରେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି। ବନ୍ୟାରେ ଜଳମଗ୍ନ ରଘୁନାଥପୁର,ତିର୍ତ୍ତୋଲ ଓ କୁଜଙ୍ଗ। ସେହିପରି ମୁଣ୍ଡଳୀଠାରେ ବଢୁଛି ମହାନଦୀର ଜଳସ୍ତର। ସେକେଣ୍ଡକୁ ୮ ଲକ୍ଷ ୭୩,୦୩୨ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ଅପ୍‌ ଷ୍ଟ୍ରିମ୍ ଜଳସ୍ତର ୯୪. ୦୦ ଫୁଟ୍ ରହିଛି। ଡାଉନ୍‌ ଷ୍ଟ୍ରିମ୍ ଜଳସ୍ତର ୯୧.୩୦ ଫୁଟ୍ ଥିବା ସୂଚନା ମିଳିଛି।ଆଜି ରାଜ୍ୟର ୪ଟି ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି। ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ ଓ ଯାଜପୁରରେ ସ୍କୁଲ୍ ଛୁଟି। ଆସନ୍ତାକାଲି ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ ମଧ୍ୟ ସ୍କୁଲ୍ ଛୁଟି। ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଛୁଟି ଘୋଷଣା କରାଯାଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିର୍ଦ୍ଦେଶ ଦେଇଛି।

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ