
ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା ପାଇଁ ବଢ଼ିଲା ଜଳସ୍ତର । ଖୋଲିଲା ହୀରାକୁଦର ଆଉ ୪ ଗେଟ୍ । ଏବେ ମୋଟ ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବରେ ୮ଟି ଓ ଡାହାଣ ପାର୍ଶ୍ବର ୪ଟି ଖୋଲା ରହିଛି । ଏବେ ଜଳଭଣ୍ଡାର ଜଳସ୍ତର ରହିଛି ୬୧୩.୭୩ ଫୁଟ ।
ସୂଚନା ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୨୨ ହଜାର ୧୪୫ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୩ ହଜାର ୯୩୭ କ୍ୟୁସେକ ଜଳ ନିଷ୍କାସନ ହେଉଛି ।




