ହ୍ରିସଂଜନ୍ତୁ ଭର୍ତ୍ତି ଜଙ୍ଗଲରେ ୨ ବର୍ଷର ଶିଶୁ ଚାଲିଲା ୨୦ ଘଣ୍ଟା

ଭୁବନେଶ୍ୱର,୦୪/୦୫:ରଖେ ହରିମାରେ କିଏ । ମାତ୍ର ୨ ବର୍ଷର କଁଅଳ ଶିଶୁ । ହୁଏତ ଠିକ୍‌ରେ ଚାଲିବା ବି ଶିଖି ନଥିବ । ହେଲେ ହିଂସ୍ର ଜନ୍ତୁ ଭର୍ତ୍ତି ହୋଇଥିବା ଜଙ୍ଗଲ ଭିତରେ ମରିବା ପାଇଁ ଛାଡି ଦେଇ ଆସିଥିବା ଅବିବେକ ମଣିଷ ବି କେବେ ଭାବି ନଥିବ ଯେ ପିଲାଟି ଜୀବନ ନେଇ ଫେରିବ । ଏଭଳି ଘଟଣା ଦେଖିଲେ ଭଗବାନଙ୍କ ଚମତ୍କାର ଆଗରେ ଆପେ ମଥା ନଇଁ ଯାଏ । ଦୀର୍ଘ ୨୦ ଘଣ୍ଟା ଏକୁଟିଆ ଚାଲିଚାଲି ୨ କିଲୋମିଟର ବାଟ ଡେଇଁ ଏକ ବର୍ଡର ପର୍ଯ୍ୟନ୍ତ ପହଞ୍ଚିବା ପରେ ମଧ୍ୟପ୍ରଦେଶର ବେଗମଗଞ୍ଜ ଥାନା ଅଧିକାରୀ ପିଲାଟିକୁ ଉଦ୍ଧାର କରିଛନ୍ତି । ଏଭଳି ଅବସ୍ଥାରେ ଶିଶୁଟି ବଞ୍ଚି ରହିବା କୌଣସି ଚମତ୍କାର ଠାରୁ କମ୍‌ ନୁହେଁ ବୋଲି କହନ୍ତି ବେଗମଗଞ୍ଜର ପୋଲିସ୍‌ ଅଧିକାରୀ ସୋନାଲି ଗୁପ୍ତା । ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାର ହାଇଦରଗଡ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବା ପରେ ପିଲାକୁ ଜଙ୍ଗଲରେ ପଶୁଙ୍କ ଆହାର ହେବା ପାଇଁ ଛାଡି ଆସିଥିବା ସଇତାନ୍‌ ବାପାକୁ ପୋଲିସ୍‌ ଗିରଫ୍‌ କରିଛି । ଶିଶୁ ଟି ଡାକ୍ତରଖାନାରେ ଚିକିତ୍ସିତ ହେଉଛି ।

  • Related Posts

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ ନହେଲେ ଦୁର୍ବଳ ହେବ ଦାନ୍ତ

    ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇଥାଆନ୍ତି। ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ…

    Continue reading
    ଟେଡି ବିୟର୍ ର ଯତ୍ନ ନିଅନ୍ତୁ ନହେଲେ ରୋଗିଣା ହେବ ଶିଶୁ

    ଟେଡି ବିୟର୍ ସାରା ବିଶ୍ୱର ଶିଶୁଙ୍କ ପସନ୍ଦର ଖେଳନା। ଶିଶୁଟିଏ ଘରେ ରହୁ କି ବାହାରକୁ ଯାଇଥାଉ ସାଙ୍ଗରେ ଟେଡି ବିୟରକୁ ଧରି ଯାଇଥାଏ। ଏପରି କି ଖାଇବାଠାରୁ ଶୋଇବା ପର୍ୟ୍ୟନ୍ତ ପିଲା ପାଖରେ ଥାଏ ଟେଡି ବିୟର । ହେଲେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ