ଭୁବନେଶ୍ୱର , ୦୩/୦୨:ଓଡ଼ିଶାରେ ପ୍ରଥମ ଥର ପାଇଁ ୧୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ସଜ୍ଜା ଶୁଣାଇଛନ୍ତି ଅଦାଲତ। ୬ଜଣ ସାକ୍ଷୀ ଏବଂ ଦସ୍ତାବିଜ ଆଧାରରେ କାରାଦଣ୍ଡାଦେଶ ଶୁଣାଇଲେ ଅଦାଲତ । ମାର୍ଚ୍ଚ ୮ ତାରିଖ ୨୦୨୫ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନ ରେ ଓଡିଶାକୁ ଅନୁପ୍ରବେଶ ନେଇ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ। ଏହାସହ ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ରେ ୩ମାସ ଅଧିକ ସଶ୍ରମ କାରାଦଣ୍ଡା ଦେଶ । ସେମାନଙ୍କ ନିକଟରୁ ବାଂଲାଦେଶୀ ଟଙ୍କା ଏବଂ ଭାରତୀୟ ଟଙ୍କା ଏବଂ ମୋବାଇଲ ଜବତ କରିଥିଲା ଏସଟିଏଫ। ଗିରଫ ଅଭିଯୁକ୍ତ ମାନଙ୍କୁ ଆଉ ବାଂଲାଦେଶୀ ନ ଛାଡିବାକୁ ବାଂଲାଦେଶୀ ହାଇ କମିସନ ଭୁବନେଶ୍ୱର ଅଦାଲତ ଏବଂ କ୍ରାଇମବ୍ରାଞ୍ଚ କୁ ଲିଖିତ ଆକାର ରେ ଜଣାଥିଲେ।
ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ
ଭୁବନେଶ୍ୱର:ସୁନ୍ଦର ପିଚାଇଙ୍କୁ କିଏ ନଜାଣେ। ସେ ଆଲଫାବେଟ୍ ଇନକର୍ପୋରେଟେଡ୍ ଏବଂ ଏହାର ସହାୟକ ସଂସ୍ଥା ଗୁଗୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)। ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସୁନ୍ଦର ପିଚାଇ ଜଣେ ମାସାଂହାରୀ ନୁହନ୍ତି ତେଣୁ ସେ ପ୍ରୋଟିନ୍ ଆବଶ୍ୟକତା ପୁରଣ କରିବା…
