୧୫୭ ସୁଭଦ୍ରା ଆବେଦନକାରୀ ହେଉଛନ୍ତି ବିଜେପି କର୍ମୀ: ପ୍ରମିଳା

ଭୁବନେଶ୍ବର: ମହିଳାଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ସୁଭଦ୍ରା ଯୋଜନା । ହେଲେ ଏହି ମହିଳାକୈନ୍ଦ୍ରିକ ଯୋଜନାରେ ଟଙ୍କା ପାଇବାକୁ ପୁରୁଷମାନେ ଆବେଦନ କରିଥିବା ଘଟଣା ସାମନାକୁ ଆସିଛି । ଯାହା ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚାରେ ବିଷୟ ପାଲଟିଥିବା ବେଳେ ରାଜନୀତି ବି ଆରମ୍ଭ ହେଲାଣି । ପୁରୁଷଙ୍କ ଆବେଦନ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ୧୫୭ ନୁହେଁ ୫ ହଜାର ପୁରୁଷ ଆବେଦନକାରୀ ଥିବା ଅଭିଯୋଗ ଆଣିଛି ଦଳ । କର୍ମୀ ବଞ୍ଚାଇବା କାମ କରିଥିବାରୁ ସରକାର କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ପ୍ରମିଳା ।ସୁଭଦ୍ରା ଯୋଜନା ପାଇଁ ୧୫୭ ଜଣ ପୁରୁଷ ହିତାଧିକାରୀ ଆବେଦନ କରିଥିବା ସରକାର ଚିହ୍ନଟ କରିଛନ୍ତି । ସୁଭଦ୍ରା ଯୋଜନାରେ ପୁରୁଷଙ୍କ ଆବେଦନ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ସମସ୍ତ ଆବେଦନକାରୀ ବିଜେପିର ଆଗଧାଡିର କର୍ମୀ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ୧୫୭ ନୁହେଁ ୫ ହଜାର ଆବେଦନକାରୀ ଥିବା ଅଭିଯୋଗ ଆଣିଛନ୍ତି ପ୍ରମିଳା । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି,” ସୁଭଦ୍ରା ଯୋଜନାରେ ୧୫୭ ଜଣ ପୁରୁଷ ହିତାଧିକାରୀ ଆବେଦନ କରିଥିବା ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ପୁରୁଷ ହିତାଧିକାରୀ କେମିତି ସୁଭଦ୍ରା ଯୋଜନା ଆବେଦନ କରିଛନ୍ତି ? ମୋହନ ସରକାର ହାଇଟେକ୍‌ ବ୍ୟବସ୍ଥାରେ ଚାଲିଥିବା କହୁଛନ୍ତି । ଆଧାର ସଂଯୋଗ କରି ଆବେଦନ କଲେ ଯୋଜନାରେ ସାମିଲ କରାଯିବ ବୋଲି ସରକାର କହୁଛନ୍ତି । ୧୫୭ ନୁହେଁ ୫ ହଜାରରୁ ଅଧିକ ପୁରୁଷ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି । ଏହି ଆବେଦନକାରୀଙ୍କ ମଧ୍ୟରେ ରହିଛନ୍ତି ବିଜେପିର ଟାଣୁଆ କର୍ମୀ । ଚିହ୍ନଟ ହୋଇଥିବା ୧୫୭ ଜଣ ମଧ୍ୟ ହେଉଛନ୍ତି ବିଜେପି କର୍ମୀ ।”

  • Related Posts

    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading
    ନେତା ଓ କର୍ମୀ ବିଜେଡି ଛାଡ଼ିବାର ପ୍ରଭାବ ନିଶ୍ଚିତ ପଡ଼ିବ: ଗଣେଶ୍ବର

    ଭୁବନେଶ୍ୱର: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ । ଦଳର ଦୁର୍ଭାଗ୍ୟ କିଛି ବନ୍ଧୁ ଦଳ ଛାଡ଼ିକି ଗଲେ, ନିଶ୍ଚୟ ପ୍ରଭାବ ପଡ଼ିବ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ