୧୭ ଇସ୍କନ ସଦସ୍ୟଙ୍କ ବ୍ୟାଙ୍କ୍ ଖାତା ଅଚଳ ନିର୍ଦେଶ

ବାଂଲାଦେଶରେ ଇସ୍କନ କର୍ମକର୍ତ୍ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଅଚଳ ନିର୍ଦ୍ଦେଶ। ଇସ୍କନ ସହ ଜଡ଼ିତ ୧୭ ଜଣ କର୍ମକର୍ତ୍ତାଙ୍କ ଆକାଉଣ୍ଟ ଅଚଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଂଲାଦେଶ ସରକାର। ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଗିରଫଦାରୀ ପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।
ପ୍ରକାଶ ଥାଉକି, ନିକଟରେ ହିନ୍ଦୁ ସମର୍ଥକ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଜଣେ ଓକିଲଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ISKCON ଉପରେ ପ୍ରତିବନ୍ଧକ ଲଗାଇବାକୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ହାଇକୋର୍ଟ ଏହି ଆବେଦନକୁ ଖାରଜ କରିବା ପରେ ଇସ୍କନ କର୍ମକର୍ତ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଖବରକାଗଜ ପ୍ରୋଥମ୍ ଆଲୋ ରିପୋର୍ଟ ଅନୁସାରେ, ବାଂଲାଦେଶ ଫାଇନାନସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍ (BFIU) ବିଭିନ୍ନ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନକୁ ଏହି ନିର୍ଦ୍ଦେଶନାମା ଜାରି କରିଛି, ଯେଉଁଥିରେ ୧୭ ଜଣ ଇସ୍କନ କର୍ମକର୍ତ୍ତାଙ୍କ ନାମ ଉଲ୍ଲେଖ ରହିଛି। ଗୋଟେ ମାସ ପର୍ଯ୍ୟନ୍ତ ସେମାନଙ୍କ ବ୍ୟାଙ୍କ ଖାତା ଅଚଳ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ, କେନ୍ଦ୍ରୀୟ ବାଂଲାଦେଶ ବ୍ୟାଙ୍କ ଅଧୀନରେ ଥିବା ଆର୍ଥିକ ଗୁପ୍ତଚର ଏଜେନ୍ସି ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ଏହି ୧୭ ଜଣ ବ୍ୟକ୍ତିଙ୍କ ମାଲିକାନାରେ ଥିବା ସମସ୍ତ ବ୍ୟବସାୟ ସମ୍ବନ୍ଧୀୟ ଆକାଉଣ୍ଟଗୁଡିକର ସମ୍ପୂର୍ଣ୍ଣ ବିବରଣୀ ସହିତ ସୂଚନା ପଠାଇବାକୁ କହିଛି। ଆସନ୍ତା କାର୍ଯ୍ୟ ଦିବସର ତିନି ଦିନ ମଧ୍ୟରେ ତଥ୍ୟ ଦେବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ପ୍ରକାଶ ଥାଉକି, ନିକଟରେ ବାଂଲାଦେଶରେ ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଗିରଫ କରାଯାଇଛି। ଅକ୍ଟୋବର ୩୦ରେ ଦାସଙ୍କ ସମେତ ୧୯ ଜଣଙ୍କ ବିରୁଦ୍ଧରେ ଚଟଗ୍ରାମର କୋଟୱାଲି ପୁଲିସ ଷ୍ଟେସନରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା। ତାଙ୍କ ବିରୁଦ୍ଧରେ ଜାତୀୟ ପତାକାକୁ ଅବମାନନା କରାଯାଇଥିବା ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗ କ୍ରମେ ଢାକା ଅନ୍ତର୍ଜାତୀୟ ବିମାନବନ୍ଦରରୁ ତାଙ୍କୁ ଗିରଫ କରାଯାଇଛି। କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିବା ପରେ ତାଙ୍କୁ ଜେଲ୍ ପଠାଯାଇଛି।

ଶେଖ ହସିନାଙ୍କ ସରକାର ପରେ ବାଂଲାଦେଶରେ ହିଂସା ଲାଗି ରହିଛି। ସଂରକ୍ଷଣକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଧୀରେ ଧୀରେ ସାମ୍ପ୍ରତିକ ଭେଦଭାବରେ ପରିଣତ ହୋଇଛି। ଏସବୁ ମଧ୍ୟରେ ନୂଆ ସରକାର କି ପଦକ୍ଷେପ ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

  • Related Posts

    ଟ୍ରମ୍ପଙ୍କୁ ଝଟକା, ଆମେରିକା ସହ ବୋଇଂ ଡିଲ ରଦ୍ଦ

    ନୂଆଦିଲ୍ଲୀ: ଟାରିଫରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନରେନ୍ଦ୍ର ମୋଦି ବଡ଼ ଝଟକା ଦେଇଛନ୍ତି। ଆମେରିକା ସହ ଭାରତ ୩୧,୫୦୦ କୋଟି ଟଙ୍କାର ବୋଇଂ ଡିଲ ରଦ୍ଦ କରିଦେଇଛି। ଭାରତ ଏହି ନିଷ୍ପତ୍ତି ସେତେବେଳେ ନେଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ଅତିରିକ୍ତ…

    ଓଡ଼ିଶାର ହସ୍ତତନ୍ତ କାଳଜୟୀ ସୌନ୍ଦର୍ୟ୍ୟ ଓ ପରମ୍ପରାର ନିଚ୍ଛକ ନିଦର୍ଶନ : ଧର୍ମେନ୍ଦ୍ର

    ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ଜାତୀୟ ହସ୍ତତନ୍ତ ଦିବସ’ ଅବସରରେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ପିନ୍ଧି ସଂସଦ କାର୍ୟ୍ୟରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି । ଏହି ଅବସରରେ ସେ ଓଡ଼ିଶାର ସାଂସଦମାନଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

    ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ସ: ପ୍ତାହରେ ଗୋଟିଏ ଦିନ ହସ୍ତତନ୍ତ ପିନ୍ଧନ୍ତୁ

    ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ସ: ପ୍ତାହରେ ଗୋଟିଏ ଦିନ ହସ୍ତତନ୍ତ ପିନ୍ଧନ୍ତୁ

    ଟ୍ରମ୍ପଙ୍କୁ ଝଟକା, ଆମେରିକା ସହ ବୋଇଂ ଡିଲ ରଦ୍ଦ

    ଟ୍ରମ୍ପଙ୍କୁ ଝଟକା, ଆମେରିକା ସହ ବୋଇଂ ଡିଲ ରଦ୍ଦ

    ଖୁବ୍‌ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ

    ଖୁବ୍‌ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ

    ମାଟି ଖୋଳି ମୃତଦେହ ଉଦ୍ଧାର, ୮ ଅଟକ

    ମାଟି ଖୋଳି ମୃତଦେହ ଉଦ୍ଧାର, ୮ ଅଟକ

    ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସଡର ମାଧୁରୀ ଦୀକ୍ଷିତ

    ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସଡର ମାଧୁରୀ ଦୀକ୍ଷିତ