୧୭ ପୌର ସଂସ୍ଥାରେ ନୂଆ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟ ସରକାର ପୌର ପ୍ରଶାସନରେ ନୂଆ ନିର୍ଦ୍ଦେଶକଙ୍କ ସମେତ ୧୭ଟି ପୌର ସଂସ୍ଥାରେ ନୂଆ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପୌର ପ୍ରଶାସନର ନିର୍ଦ୍ଦେଶକ ଭାବେ କାର୍ୟ୍ୟରତ ବରିଷ୍ଠ ଓଏଏସ୍ ଅଫିସର ଦେବାଶିଷ ସିଂଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇ ସେହି ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ମହିଳା ଓ ଶିଶୁବିକାଶ ବିଭାଗ ବଦଳି କରାଯାଇଥିବା ବେଳେ ବରିଷ୍ଠ ଓଏଏସ୍ ଗୌତମ ଚୌଧୁରୀଙ୍କୁ ତାଙ୍କ ସ୍ଥାନକୁ ପଠାଯାଇଛି ।ସେହିପରି ଯାଜପୁର ମ୍ୟୁନିସପାଲଟିର କାର୍ୟ୍ୟନିର୍ବାହୀ ଅଧିକାରୀ ଭାବେ ଲକ୍ଷ୍ମୀଧର ରାଉତଙ୍କୁ ବଦଳି ହୋଇଛି। କୈଳାସ ଚନ୍ଦ୍ର ଜେନା-ପୋଲସରା ଏନଏସି କାର୍ୟ୍ୟନିବାହୀ ଅଧିକାରୀ, ନିଗମାନନ୍ଦ ନନ୍ଦ-ବାଣପୁର ଏନଏଏସି, କମଳ ବିହାରୀ ଦାସ-ରେମୁଣା ଏନଏସି, ଲକ୍ଷ୍ମଣ କୁମାର ମୁର୍ମୁ-ପାରଳାଖେମୁଣ୍ଡି ମ୍ୟୁନିସପାଲଟି, ସୌମ୍ୟରଞ୍ଜନ ମିଶ୍ର-ଚୌଦ୍ୱାର ମ୍ୟୁନିସପାଲଟି, ଆଶୁତୋଷ ଗୌରବ କର- ଜି.ଉଦୟଗିରି, ବିଶ୍ୱରଞ୍ଜନ ପ୍ରଧାନ-ସୋର ମ୍ୟୁନିସପାଲଟି, ବିଶ୍ୱଜିତ୍ ରାୟ-ରାୟଗଡ଼ା ମ୍ୟୁନିସପାଲଟି, ସତ୍ୟପ୍ରକାଶ ତ୍ରିପାଠୀ-ଅନୁଗୁଳ ମ୍ୟୁନିସପାଲଟି, ୟାସିର ବିଲାଲ ଅହମ୍ମଦ-ବୀରମିତ୍ରପୁର ମ୍ୟୁନିସପାଲଟି, ରାଜେଶ କୁମାର ମହାପାତ୍ର-ଆସିକା ଏନଏଏସି, କାଦମ୍ବିନୀ ଜେନା-ପିପିଲି ଏନଏଏସି, ଲଳିତ କୁମାର ନାଏକ- କେନ୍ଦୁଝର ମ୍ୟୁନିସପାଲଟି, ରୁଷି ମାଝୀ-ସୋନପୁର ମ୍ୟୁନିସପାଲଟି, ଚନ୍ଦ୍ରକାନ୍ତ ବେହେରା-ଆଠମଲ୍ଲିକ ଏନଏଏସି ଓ ଅବିନାଶ ମହାନ୍ତିଙ୍କୁ ଦଶପଲ୍ଲା ଏନଏଏସିର କାର୍ୟ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି ।

  • Related Posts

    ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ

    ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…

    Continue reading
    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ