୧ ଲକ୍ଷ ଟପିଲା ସୁନା ଦର

ଭୁବନେଶ୍ୱର/ ନୂଆଦିଲ୍ଲୀ : ଲକ୍ଷେ ଟଙ୍କା ଟପିଲା ସୁନା ଦର । ଦିନକରେ ସୁନା ବଢ଼ିଲା ୩ ହଜାର ଟଙ୍କା । ୨୪ କ୍ୟାରେଟ ସୁନା ଦର ୯୯ ହଜାର ୧୭୦ ଟଙ୍କା । GST ମିଶାଇଲେ ୨୪ କ୍ୟାରେଟ ଦର ୧ ଲକ୍ଷ ୧ ହଜାର ୩୪୦ । ୨୨ କ୍ୟାରେଟ ସୁନା ଦାମ ୯୨ ହଜାର 900 ଟଙ୍କା । ବର୍ଷକରେ ବଢ଼ିଲାଣି ୨୦ ହଜାର ୮୫୦ ଟଙ୍କା । ୨୦୨୪ ଡିସେମ୍ବରରୁ ଏଯାଏ ୨୬.୪୧% ବୃଦ୍ଧି । ଚୀନ୍‌-ଆମେରିକା ବାଣିଜ୍ୟ ଯୁଦ୍ଧ, ବିଶ୍ବର ଅର୍ଥନୈତିକ ଅସ୍ଥିରତା ଯୋଗୁ ଦର ଆକାଶଛୁଆଁ । ସୁରକ୍ଷିତ ଭାବି ସୁନାରେ ନିବେଶ କରୁଛନ୍ତି ନିବେଶକ । ୧୦ ଗ୍ରାମ ପ୍ରତି ସୁନା ଦର ୯୯ ହଜାର ୮ ଶହରେ ପହଞ୍ଚିଛି । ଶୁକ୍ରବାର ସୁନା ଦର ୯୮ ହଜାର ୧୫୦ ଟଙ୍କା ଥିବାବେଳେ ଆଜି ସର୍ବକାଳୀନ ଉଚ୍ଚସ୍ତରରେ ପହଞ୍ଚିଛି ସୁନା ଦର । ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ହେଲା 10 ଗ୍ରାମକୁ 98 ହଜାର 340 ଟଙ୍କା ।24 କ୍ୟାରେଟ୍ ସୁନା ଦର 1 ଲକ୍ଷ 1 ହଜାର 340 ଟଙ୍କା ଭୁବନେଶ୍ୱରରେ ରହିଥିବା ବେଳେ 22 କ୍ୟାରେଟ୍ ସୁନା ଦର 92 ହଜାର 900 ଟଙ୍କା ରହିଛି ରାଜଧାନୀରେ । ଦିନକରେ ବୃଦ୍ଧି ପାଇଲା 3 ହଜାର ଟଙ୍କା । ସେହିପରି ବାଲେଶ୍ୱରରେ ସୁନା ଦର ରହିଛି (24 କ୍ୟାରେଟ) 1 ଲକ୍ଷ ଏକ ହଜାରଏବଂ 22 କ୍ୟାରେଟ ସୁନା ଦର ରହିଛି 92 ହଜାର 900 ଟଙ୍କା । ସେହିପରେ କଟକରେ ରହିଛି ୨୨ କ୍ୟାରେଟ ସୁନା ୯୨,୯୦୦ ଟଙ୍କା ଏବଂ ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୧ ହଜାର 340 ଟଙ୍କା । ପୁରୀରେ ସୁନା ଦର 24 କ୍ୟାରେଟ ପିଛା ରହିଛି 1 ଲକ୍ଷ 2 ହଜାର 845 ଟଙ୍କା ଏବଂ 22 କ୍ୟାରେଟ ପିଛା ରହିଛି 94 ହଜାର 40 ଟଙ୍କା । ସେପଟେ 1 ଲକ୍ଷ 2 ହଜାର ରହିଛି ଭୁବନେଶ୍ୱରର ସୁନା ଦର । ଆଗକୁ 1 ଲକ୍ଷ 30 ହଜାର ଛୁଇଁବ ବୋଲି ବ୍ୟବସାୟୀ କହିଛନ୍ତି ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ