୨୦ ହଜାର ମହିଳା ଘେରିବେ ବିଧାନସଭା

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ନାରୀ ନିର୍ୟାତନା ବୃଦ୍ଧି ପାଉଛି। ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଆଗାମୀ ମୌସୁମୀ ଅଧିବେଶନରେ ୨୦ ହଜାର ମହିଳା ବିଧାନସଭା ଘେରିବେ ବୋଲି ପିସିସି ସଭାପତି ଭକ୍ତ ଦାସ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଶ୍ରୀ ଦାସ ନାରୀ ନିର୍ୟାତନା ସଂକ୍ରାନ୍ତରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ନାରୀ ନିର୍ୟାତନା କିମ୍ବା କୌଣସି ବିପର୍ୟ୍ୟୟ ପ୍ରତି ସରକାର ଗମ୍ଭୀର ଥିଲା ଭଳି ଜଣାପଡୁନାହିଁ। ପ୍ରଶାସକଙ୍କଠାରୁ ସରକାର କାମ ଆଦାୟ କରିପାରୁ ନାହାନ୍ତି। ସରକାର ଚାହିଁଲେ ୨୪ ଘଣ୍ଟାରେ ସମସ୍ୟାଗୁଡ଼ିକର ସମାଧାନ ହୋଇଯିବ। କିନ୍ତୁ ପ୍ରଶାସକଠାରୁ ନେତା ପର୍ୟ୍ୟନ୍ତ ସମସ୍ତେ ଅର୍ଥ ରୋଜଗାରରେ ବ୍ୟସ୍ତ। ନାରୀ ନିର୍ୟାତନାକୁ ନେଇ ୨୦ ହଜାର ମହିଳା ବିଧାନସଭା ଘେରିବା ସମୟରେ ଜଣେ ହେଲେ ପୁରୁଷ କର୍ମୀ ରହିବେ ନାହିଁ। ମହିଳାମାନେ ହିଁ ସରକାରଙ୍କୁ ନାରୀ ନିର୍ୟାତନା ପ୍ରସଙ୍ଗରେ ଜବାବ ମାଗିବେ ବୋଲି ସେ କହିଛନ୍ତି।

  • Related Posts

    ଆଜି ନୂଆ ଟିମ୍ ଘୋଷଣା କରିପାରନ୍ତି ନୀତିନ ନବୀନ

    ନୂଆଦିଲ୍ଲୀ : ବିଜେପିର ସଙ୍ଗଠନରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଚୂଡାନ୍ତ କରିସାରିଛନ୍ତି । କେବଳ ଔପଚାରିକ ଘୋଷଣାକୁ ବାକି ଅଛି । କୁହାଯାଉଛି କି ସୋମବାର…

    Continue reading
    ଜାତୀୟ ପ୍ରତୀକ ଓ ଗାନ ପ୍ରତି ଅବମାନନା ଓ ବାଧା ସୃଷ୍ଟି କରି ଦଣ୍ଡନୀୟ ଅପରାଧ କରଛନ୍ତି ସୋନିଆ: ଅଭିଳାଷ ପଣ୍ଡା

    ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖ ଦିନ ସମଗ୍ର ଦେଶବାସୀ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ୮୦ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଅନ୍ୟପଟେ ଭାରତୀୟ ଜାତୀୟ କଂଗ୍ରେସ ମୁଖ୍ୟାଳୟରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ସମାରୋହ ପାଳନ ଅବସରରେ ବନ୍ଦେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ