ଭୁବନେଶ୍ୱର,24/11: ସହିଦନଗର ଦୁର୍ଗାପୂଜା ପଡ଼ିଆରେ ଆୟୋଜିତ ୨୫ତମ ରାଜଧାନୀ ପୁସ୍ତକମେଳା ଉଦ୍ଯାପିତ ହୋଇଯାଇଛି। ପୁସ୍ତକମେଳା କମିଟିର ସଭାପତି ଉପେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ, ମୁଖ୍ୟବକ୍ତା ଭାବେ କବି ପୀତବାସ ରାଉତରାୟ, ପ୍ରଭାତୀ ମିଶ୍ର ଓ ସମୀର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସାହିତ୍ୟର ବିଭିନ୍ନ ବିଭାଗରେ ଶ୍ରେଷ୍ଠ ରଚନା ପୁସ୍ତକ ପାଇଁ ବହୁ କବି, ଲେଖକ, ଔପନାସିକଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସଂପାଦକ ବିଧୁଭୂଷଣ ପଟ୍ଟନାୟକ ବିବରଣୀ ପାଠ କରିଥିଲେ। ଆବାହକ ରମେଶଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭ୍ୟ ବୀରକିଶୋର ପ୍ରଧାନ ଧନ୍ୟବାଦ ଦେଇଥିଲେ। ସଂପାଦକ ଭାସ୍କର ଜେନା ଓ ସଭ୍ୟ କମଳିନୀ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ।
ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ
ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…




