୪୨ ପୂର୍ବତନ ବିଚାରପତିଙ୍କ ଖୋଲା ଚିଠି: ‘ଭୋଟ ଚୋରି’ କହିବା ସାମ୍ବିଧାନିକ ସଂସ୍ଥା ପ୍ରତି ଅପମାନ

ଭାରତର ନିର୍ବାଚନ କମିଶନଙ୍କ ବିରୁଦ୍ଧରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଦେଶବ୍ୟାପୀ ଆନେ୍ଦାଳନ ଚାଲିଛି । କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟରାଜଧାନୀ ଦିଲ୍ଲୀରେ ତାର ବିରୋଧ ଜାରି ରଖିଛି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ଏହି ରାଜନୈତିକ ଦଳଗୁଡ଼ିକ ଭୋଟ ଚୋରି ଅଭିଯୋଗ ଲଗାଇ ନାରାବାଜି କରୁଛନ୍ତି । ତେବେ ଏପରି ଅଭିଯୋଗକୁୁ ନାପସନ୍ଦ କରିଛନ୍ତି ଦେଶର କିଛି ଅବସରପ୍ରାପ୍ତ ବିଚାରପତି । ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା ହୋଇଥିବାରୁ ଏହାର ପଦ ଓ ଗରିମା ବଜାୟ ରଖି ଏହା ବିରୁଦ୍ଧରେ ଦିଆଯାଉଥିବା ଆପତ୍ତିଜନକ ମନ୍ତବ୍ୟରୁ କ୍ଷାନ୍ତ ରହିବାକୁ ୪୨ ଜଣ ଅବସରପ୍ରାପ୍ତ ବିଚାରପତି ଏହି ମର୍ମରେ ଏକ ଖୋଲା ଚିଠି ଲେଖିଛନ୍ତି । ଏହି ଚିଠିରେ ଉପରୋକ୍ତ ଅବସରପ୍ରାପ୍ତ ବିଚାରପତିମାନେ ଉଲ୍ଲେଖ କରିଛନ୍ତି ଯେ, ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଯେଭଳି ସାମ୍ବାଧିନିକ ପଦଗୁଡିକ ବିରୁଦ୍ଧରେ ଅଭିଯୋଗ ଅଣାଯାଉଛି, ତାହା ଦେଶର ଗଣତାନ୍ତ୍ର ପ୍ରତି ବିପଦ । ବର୍ତ୍ତମାନ ଦେଶର ମୁଖ୍ୟ ନିର୍ବାଚନ କମିଶନଙ୍କ ଅଫିସ ଆକ୍ରମଣର କେନ୍ଦ୍ରବିନ୍ଦୁ ପାଲଟିଛି । କୌଣସି ତଥ୍ୟ ପ୍ରମଣ ନ ଥାଇ ଏକ ସାମ୍ବିଧାନିକ ସଂସ୍ଥା ବିରୁଦ୍ଧରେ ‘ଭୋଟ୍ ଚୋରି’, ଚୋର, ଖେଳଣା ଇତ୍ୟାଦି ଅଭିଯୋଗ ଆଣିବା ଅନୁଚିତ । କୌଣସି ସଂସ୍ଥା ବିରୁଦ୍ଧରେ ସମାଲୋଚନା ଗଣତାନ୍ତ୍ରିକ ଅଧିକାର, କିନ୍ତୁ ଅପନିନ୍ଦା ଦେବା ଅଧିକାର ପରିସରଭୁକ୍ତ ନୁହେଁ ବୋଲି ଏହି ଚିଠିରେ ଦର୍ଶଯାଇଛି । ଭୋଟର ତାଲିକା ସଂଶୋଧନ ବା ଏସଆଇଆର ନିର୍ବାଚନ କମିଶନଙ୍କୁ ପ୍ରଦତ୍ତ ଏକ ସାମ୍ବିଧାନିକ ଦାୟିତ୍ୱ, ସେ ତାହା ନିର୍ବାହ କରୁଛନ୍ତି । ଭରତୀୟ ଲୋକପ୍ରତିନିଧି ଆଇନ-୧୯୫୦ର ଧାରା ୨୧(୩)ରେ ଭୋଟର ତାଲିକା ଯେକୌଣସି ମୁହୂର୍ତ୍ତରେ ସଂଶୋଧନ କରିବାକୁ ନିର୍ବାଚନ କମିଶନଙ୍କୁ କ୍ଷମତା ଦିଆଯାଇଛିି । ଦେଶରେ ଅନୁଷ୍ଠିତ ପ୍ରଥମ ସାଧାରଣ ନିର୍ବାଚନ ଠାରୁ ନିର୍ବାଚନ କମିଶନ ବାରମ୍ବାର ଏହି ସଂଶୋଧନ କରିଆସୁଛନ୍ତି । ଏହାକୁ ନିର୍ବାଚନ କମିଶନଙ୍କ ଯଡ଼ଯନ୍ତ୍ର ବୋଲି କହିବା ଅନୁଚିତ ବୋଲି ପୂର୍ବତନ ବିଚାରପତିମାନେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।

  • Related Posts

    ଜିଏସ୍‌ଟି ନିୟମରେ ସଂସ୍କାର

    ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ୫୭ତମ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନର ଜିଏସଟି ହାର ବ୍ୟବସ୍ଥାକୁ ଉଚିତ ଦର୍ଶାଯାଇଥିବା ବେଳେ ବ୍ୟବସାୟୀଙ୍କୁ ଆଶ୍ବସ୍ତି ପ୍ରଦାନ କରାଯାଇଛି। ଏଥର…

    Continue reading
    ପୁଣି ଥରେ ଭାରତକୁ ଟ୍ରମ୍ପଙ୍କ ନିଶାଣ

    ୱାଶିଂଟନ : ନୋବେଲ ଶାନ୍ତି ପାଇବାକୁ ଚାହିଁ ରହିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଅଶାନ୍ତିର ବାତାବରଣ ସୃଷ୍ଟି କରିଛନ୍ତି। ସେ ପୁଣି ଥରେ ଭାରତକୁ ନିଶାଣ କରି କଠୋର ପଦକ୍ଷେପ ନେଇଛନ୍ତି। ଟିସିଏସ୍‌, ଇନ୍‌ଫୋସିସ, ୱିପ୍ରୋ ଓ ଏଚସିଏଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ