୪ ଜେଲରଙ୍କୁ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ସେବାରେ ଅଦଳବଦଳ ପ୍ରକ୍ରିୟାରେ ଓଡ଼ିଶା ସରକାରଙ୍କ କାରାଗାର ଓ ସଂଶୋଧନାତ୍ମକ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ୪ ଜଣ ଜେଲରଙ୍କର ବଦଳି କରାଯାଇଛି। ପ୍ରଶାସନିକ ଆବଶ୍ୟକତା ଓ ଜନସେବାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବଦଳି ହୋଇଥିବା ଅଫିସରମାନଙ୍କ ମଧ୍ୟରେ ପୁରୀ ଜିଲା କାରାଗାର ଜେଲର ଶୁଭସ୍ମିତା ବିଶ୍ୱାଳଙ୍କୁ ଜୟପୁର ସ୍ୱତନ୍ତ୍ର ଜେଲକୁ ବଦଳି କରାଯାଇଛି। ସେହିପରି କଟକ ସର୍କଲ ଜେଲର ରଘୁନାଥ ମାଝୀଙ୍କୁ ବଣାଇଗଡ଼ ଜେଲକୁ ଏବଂ ଭୁବନେଶ୍ୱର ଜେଲର ଅବିନାଶ ବେହେରାଙ୍କୁ ନବରଙ୍ଗପୁର ସବ୍‌ଜେଲକୁ ବଦଳି କରାଯାଇଛି। ଅପରପକ୍ଷରେ ଫୁଲବାଣୀ ଜେଲର ଲଲାଟେନ୍ଦୁ ଭୂଷଣ ଦାସଙ୍କୁ କଟକ ସର୍କଲ ଜେଲକୁ ବଦଳି କରାଯାଇଥିବା ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ବଦଳି ହୋଇଥିବା ସମସ୍ତ ଅଫିସରଙ୍କୁ ତୁରନ୍ତ ନିଜ ନିଜର ନୂତନ ପଦବୀରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

  • Related Posts

    ଆମ ବସ୍‌ରେ ଅଗ୍ନିକାଣ୍ଡ

    ଫୁଲନଖରା: ଆମ ବସ୍ ରେ ଅଗ୍ନିକାଣ୍ଡ। ଅଳ୍ପକେ ବର୍ତ୍ତିଲେ ବସ୍ ରେ ଥିବା ଯାତ୍ରୀ। କଟକ ଜିଲ୍ଲା ଫୁଲନଖରା-ନିଆଳୀ ରାସ୍ତାର ଅଡ଼ଶପୁର ବସ୍ ଷ୍ଟାଣ୍ଡରେ ଘଟିଛି ଏଭଳି ଅଘଟଣ। ଭୁବନେଶ୍ୱରରୁ ଅଡ଼ଶପୁର କଲେଜ ଅଭିମୁଖେ ଯାଉଥିବା ଆମ ବସ୍ ଟି ବସ୍…

    Continue reading
    ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ର ଗିରଫ

    ବାଲେଶ୍ୱର: ଓଡ଼ିଶା ରାଜସ୍ୱ ସେବା (ଓଆରଏସ୍) ଅଧିକାରୀ ତଥା ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଆଜି ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ସେ ଜଣେ ବ୍ୟକ୍ତିଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି