
ଦେବଗଡ:ଦେବଗଡ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ହେ।ଇଥିବା ନେଇ ଦେବଗଡ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଘଟଣାରେ ଆଜି ପୁଲିସ ବାସୁଦେବପୁର ଗ୍ରାମର
ଅଭିଯୁକ୍ତ ଘନଶ୍ୟାମ ନାଏକ (୩୮)କୁ ଗିରଫ କରି କୋର୍ଟ ଚାଲାଣ କରିଛି।କିନ୍ତୁ ଜାମିନ ନାମ।ଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ଘନଶ୍ୟାମ ଗତକାଲି ସନ୍ଧ୍ୟାରେ କୁରକୁରେ ଦେବାର ପ୍ରଲୋଭନ ଦେଖାଇ ୪ ବର୍ଷୀୟା ନାବାଳିକାକୁ ନିଜ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ପୁଲିସ ପୀଡ଼ିତାଙ୍କ ବୟାନ ରେକର୍ଡ ଓ ଆବଶ୍ୟକ ପ୍ରମାଣ ଜବତ କରିବା ସହ ଡାକ୍ତରୀ ମାଇନା କରିଛି।ପରବର୍ତ୍ତୀ ସମୟରେ ନାବାଳିକା ଶିଶୁଙ୍କୁ ଦେବଗଡ଼ ସିଡ଼ବ୍ଲୁସିରେ
ହାଜର କରାଯାଇଅଛି।




