୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର

ଭୋଗରାଇ: ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ର(ଜେଟିରୁ )ରୁ ଗତ ୨ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ମା’ କାଳୀ ନାମକ ଟ୍ରଲର ରବିବାର ଦକ୍ଷିଣ ୨୪ ପ୍ରଗଣା ଜିଲା ବକଖାଲିଠାରୁ ୩୫ କିମି ଦୂର ଚୁଲକାଟି ଜଙ୍ଗଲ ବାଘେର ଛକଠାରୁ ଟ୍ରଲରକୁ ଠାବ କରାଯାଇଥିବାର ସୂଚନା ମିଳିଛି। ଏହି ଟ୍ରଲରରେ ୯ ଜଣ ମତ୍ସ୍ୟଜୀବୀଙ୍କୁ ମୃତାବସ୍ଥାରେ ସେଠାକାର ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି। ଟ୍ରଲର ଭିତରେ ଅନ୍ୟ ୬ ମତ୍ସ୍ୟଜୀବୀ ମୃତାବସ୍ଥାରେ ଥାଇପାରନ୍ତି ବୋଲି ଉଦ୍ଧାରକାରୀ ଦଳ ଅନୁମାନ କରିଥିବାର କହିଛନ୍ତି।

ସୂଚନାନୁଯାୟୀ,ଉକ୍ତ ଟ୍ରଲରେ ୧ ୫ ଜଣ ମତ୍ସ୍ୟଜୀବୀ ଥିବାବେଳେ ଏଥି ମଧ୍ୟରୁ ଓଡିଶାର ବାଲେଶ୍ୱରଜିଲା ଭୋଗରାଇ ବ୍ଲକ ଉଲୁଡ଼ା ଗ୍ରାମର ରବୀନ୍ଦ୍ର ମାଝୀ, ଜଗନ୍ନାଥ ମାଝୀ ଓ ଜୟରାମ ମାଝୀ ଗୋଟିଏ ପରିବାରର ୩ ଭାଇ ଅଛନ୍ତି। ସମୁଦ୍ର ଅଶାନ୍ତ ଥିବାବେଳେ ଏହି ମାଛ ଧରା ଟ୍ରଲର ଗଭୀର ସାମୁଦ୍ରିକ ଝଡ଼ରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବାର ଅନୁମାନ କରାଯାଉଛି। ଦୁର୍ଘଟଣାଗ୍ରସ୍ତ ଟ୍ରଲରଟିକୁ ସୁନ୍ଦରବନ ଗୋବର୍ଦ୍ଧନପୁର ସାମୁଦ୍ରିକ ଥାନା ଅଧୀନକୁ ଅଣାଯାଇଛି। ଭାରତୀୟ ତଟରକ୍ଷୀ ବାହିନୀ, ବନଦପ୍ତର ଓ ମତ୍ସ୍ୟଜୀବୀ ସଂଘ ମିଳିତ ଉଦ୍ୟମରେ ତଲାସୀ ଅଭିଯାନ ଜାରିରହିଥିଲା। ଟ୍ରଲର ମାଲିକ ସେଠାରେ ପହଞ୍ଚିଥିବାର ସୂଚନା ମିଳିଛି। ଅପରପକ୍ଷରେ ଟ୍ରଲର ମୃତଦେହ ଉଦ୍ଧାର ଖବର ପ୍ରଚାର ପରେ ନିଖୋଜ ଥିବା ମତ୍ସ୍ୟଜୀବୀଙ୍କ ଆତ୍ମୀୟସ୍ବଜନ ଶଙ୍କରପୁର ଜେଟିରେ ବୁକୁଫଟା କ୍ରନ୍ଦନରେ ହୃଦୟ ବିଦାରକ ଦୃଶ୍ୟ ନଜରକୁ ଆସିଛି।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ