3 ମହଲା ଘରେ ନିଆଁ ଲାଗିବାରୁ 6 ମୃତ୍ୟୁ

ଭୋପାଳ: ଦୀପାବଳି ନେଇ ସାରା ଦେଶରେ ଉତ୍ସବମୁଖର ହୋଇଉଠିଥିବା ବେଳେ ମଧ୍ୟପ୍ରଦେଶର ସିଓନି ଜିଲ୍ଲାରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଏକ 3 ମହଲା ଘରେ ନିଆଁ ଲାଗିବାରୁ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 4 ଜଣ ଆହତ ହୋଇଛନ୍ତି । ଆଜି(ସୋମବାର) ଭୋର୍‌ ସମୟରେ ପରିବାର ଲୋକେ ଶୋଇଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି ।
ଆଜି ଭୋର ସମୟ 4ଟାରୁ ସାଢେ 4ଟା ବେଳେ ଏହି ଘଟଣା ଘଟିଛି । ଛପରା ସହରର ମହାବୀର ୱାର୍ଡ ଜୈନ ମନ୍ଦିର ନିକଟରେ ରହୁଥିବା ସୁନା ବ୍ୟବସାସୀ କୁନ୍ଦନଲାଲ ସୋନିଙ୍କ ଘରେ ଏହି ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ 3 ମହିଳା ଓ ଜଣେ ଶିଶୁ ରହିଛନ୍ତି ।
ତେବେ ଦୀପାବଳି ପାଳନ କରି ପରିବାର ଶୋଇଥିବା ବେଳେ ଘଟିଛି ଏହି ଦୁଃଖଦ ଘଟଣା । ତେବେ ଭୋର୍‌ ସମୟ ହୋଇଥିବାରୁ 3 ମହଲା ଘରେ 10 ଜଣ ଶୋଇଥିଲେ । ଘଟଣାସ୍ଥଳରେ 6 ଜଣଙ୍କ ମୃତ୍ୟୁ ହୋଇଥିଲା ଅନ୍ୟ 4 ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ଉପଖଣ୍ଡ ଅଧିକାରୀ ଅପୂର୍ବା ବଲ୍ଲଭି ସୂଚନା ଦେଇଛନ୍ତି । ଖବର ପାଇ ଘଟଣା୍ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ମୃତକ ମାନେ ହେଲେ କୁନ୍ଦଲ ଲାଲ ସୋନି (75), କୁନ୍ଦନ ଲାଲଙ୍କ ପତ୍ନୀ ରାଜକୁମାରୀ ସୋନି(65), ରିତୁ ସୋନି(42), ସ୍ମୃତି ସୋନି(40), ସୂର୍ଯ୍ୟ ସୋନି (45), ଆଦିତ୍ୟ ସୋନି (16)।
ସେହିପରି ରାଜ୍ୟର ଆଉ ଏକ ଅଗ୍ନିକାଣ୍ଡ ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଗତକାଲି ଦୀପାବଳି ଚାରିଆଡେ ବାଣଫୁଟା ଚାଲିଥିବା ବେଳେ ଉଜ୍ଜୈନର ନାଗଝିରି ଅଞ୍ଚଳରେ ରାତିପ୍ରାୟ 9ଟାରେ ନିଆଁ ଲାଗି ଜଣେ 107 ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏକ ଦୁଇ ମହଲା କୋଠାରେ ନିଆଁ ଲାଗିଥିଲା । ସେହି ସମୟରେ ଘରେ 10 ଜଣ ସଦସ୍ୟ ଥିଲେ । ତେବେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ବୃଦ୍ଧ ବ୍ୟକ୍ତିଙ୍କୁ ବଞ୍ଚା ଯାଇପାରିନଥିଲା ।

  • Related Posts

    ଡିସେମ୍ବର ୪ରେ ବାହା ହେବେ କ୍ରିକେଟର ରିଙ୍କୁ ସିଂହ

    କ୍ରିକେଟ ପଡ଼ିଆରେ ଛକା ଓ ଚୌକା ବର୍ଷା କରୁଥିବା ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବେ ନିଜ ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ବାହା ହେବେ ରିଙ୍କୁ । ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜଙ୍କ…

    Continue reading
    ମୋ ସହ ଖୋଲା ବିତର୍କ ପରେ ପଦରେ ରହି ପାରିବେନି ମୋଦି

    ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଖୋଲା ବିତର୍କ ପାଇଁ ଚାଲେଞ୍ଜ ଦେଇଛନ୍ତି । ଏପରିକି ତାଙ୍କ ସହ ମୁହାଁମୁହିଁ ବିତର୍କ ପରେ ମୋଦି ତାଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !