
ମାଲକାନଗିରି: କାଳ ବୈଶାଖି ପବନରେ ଓଲଟିଲା ଦେଶୀ ଡଙ୍ଗା । ମାଲକାନଗିରି ବାଲିମେଳା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଜଣେ ନିଖୋଜ। ଓରପଦର୍ ନଦୀ ଘାଟରେ ଘଟିଛି ଏହି ଘଟଣା। ଦୀର୍ଘ ସମୟ ବିତିଗଲା ପରେ ବି ମିଳିନି କୌଣସି ପତ୍ତା । ସେପଟେ ଆଜି ବି ସେଠାରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।
ସୂଚନା ଥାଉକି, ଶୁକ୍ରବାର ଅପରାହ୍ଣରେ ନାକାମାମୁଡ଼ି ପଞ୍ଚାୟତର ସାଙ୍କା ପଲାଶି କୌଣସି କାମ ପାଇଁ ଦେଶି ଡଙ୍ଗା ସାହାଯ୍ୟରେ ଓରାପଦର୍ କୁ ଯାଇଥିଲେ। ସେଠାରୁ କାମ ସାରି ଘରକୁ ଫେରିବା ସମୟରେ ହଠାତ୍ ଜୋରରେ ପବନ ହୋଇଥିଲା । ଡଙ୍ଗାଟି ଭାରସାମ୍ୟ ହରାଇ ନଦୀ ମଧ୍ୟରେ ଓଲଟି ପଡ଼ିଥିଲା । ଡଙ୍ଗାରେ ବସିଥିବା ସାଙ୍କା ପଲାଶି ସେହି ସ୍ଥାନରେ ନଦୀ ଭିତରେ ନିଖୋଜ ହୋଇ ଯାଇଛନ୍ତି ।
ସ୍ଥାନୀୟ ଲୋକେ ବହୁତ ଖୋଜିଲା ପରେ ବି ସାଙ୍କାଙ୍କ କୌଣସି ଖୋଜ ଖବର ମିଳିପାରି ନଥିବା ବେଳେ ସକାଳୁ ଘଟଣା ସ୍ଥଳେ ଉଦ୍ଧାରକାରୀ ଦଳ ପହଞ୍ଚି ଖୋଜା ଖୋଜି ଖୋଜୁଛନ୍ତି। ବାରମ୍ବାର ଏହିଭଳି ଘଟଣା ଘଟୁଥିବା ବେଳେ, ଆଜି ପର୍ୟ୍ୟନ୍ତ ସେଠାରେ ସେତୁ ନିର୍ମାଣ ପାଇଁ ପ୍ରଶାସନ ଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ।