ମହାନଦୀ ରିଭର ଫ୍ରଣ୍ଟ ବିକାଶ ପାଇଁ ଆଉ ଅଧିକ ୧୫୦ କୋଟି ଟଙ୍କା ଘୋଷଣା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ପ୍ରସିଦ୍ଧ ଓ ଉତ୍ସାହରେ ଭରପୁର ବାଲିଯାତ୍ରା ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ଗୌରବମୟ ଇତିହାସର ଏକ ସୁନ୍ଦର ପରିଚୟ ହେଉଛି ଏହି ବାଲିଯାତ୍ରା। ଏହାକୁ ବାଦ ଦେଇ ଓଡ଼ିଶାରେ ନୌବାଣିଜ୍ୟ ଇତିହାସ ସମ୍ପର୍କରେ ଚିନ୍ତା ମଧ୍ୟ କରାଯାଇ ପାରିବ ନାହିଁ ।ସେ କହିଥିଲେ ଯେ କଟକ ବାଲିଯାତ୍ରା ହେଉଛି ବ୍ୟବସାୟ ଓ ପରମ୍ପରାର ଅପୂର୍ବ ସମ୍ମିଶ୍ରଣ। କଟକର ବାଲିଯାତ୍ରା ସମଗ୍ର ଭରତ ବର୍ଷର ସବୁଠାରୁ ବଡ ଓ ଶ୍ରେଷ୍ଠ ବାଣିଜ୍ୟିକ ଏବଂ ସାଂସ୍କୃତିକ ମେଳା।ବାଲିଯାତ୍ରା ଆମ ଓଡ଼ିଶାର କଳା ସଂସ୍କୃତି ସହିତ ଧାର୍ମିକ ଭାବନା ସହିତ ଓତପ୍ରୋତ ଭାବେ ଜଡ଼ିତ ବୋଲି ପ୍ରକାଶ କରି ସେ କହିଲେ ଯେ ଧାର୍ମିକ, ଐତିହାସିକ, ସାଂସ୍କୃତିକ ଓ ପାରମ୍ପରିକ- ସବୁ ଦୃଷ୍ଟିକୋଣରୁ ଏହାର ବୈଶିଷ୍ଟ୍ୟ ରହିଛି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏ ବର୍ଷ ବାଲିଯାତ୍ରାରେ ରେକର୍ଡ ସଂଖ୍ୟକ ବ୍ୟବସାୟ ହେବ ଏବଂ ରେକର୍ଡ ସଂଖ୍ୟକ ଲୋକେ ବୁଲି ଆସିବେ। ଜିଲ୍ଲା ପ୍ରଶାସନ ସବୁ ପ୍ରକାର ବନ୍ଦୋବସ୍ତ କରିଛନ୍ତି।କଟକ ସହରର ବିକାଶ ଉପରେ ଆଲୋକପାତ କରି ସେ କହିଲେ ଯେ, ଏଥିପାଇଁ ଆମ ସରକାର ଅନେକ ଯୋଜନା କରିଛନ୍ତି। ସାବରମତି ରିଭର ଫ୍ରଣ୍ଟ ପ୍ରକଳ୍ପ ଅନୁରୂପ କଟକରେ ମଧ୍ୟ ମହାନଦୀରେ ବିଶ୍ୱ ସ୍ତରୀୟ ରିଭର ଫ୍ରଣ୍ଟର ବିକାଶ କରାଯିବ। ମହାନଦୀ ରିଭର୍ ଫ୍ରଣ୍ଟ ର ବିକାଶ ପାଇଁ ପୂର୍ବ ରୁ ବଜେଟ୍ ରେ ୫୦ କୋଟି ଟଙ୍କା ର ପ୍ରାବଧାନ ଥିଲା ଆଜି ଏହି ମଞ୍ଚ ରେ ଏଥିପାଇଁ ଆଉ ଅଧିକ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଣିକି ସମୁଦାୟ ୨୦୦ କୋଟି ବଜେଟ୍ ବ୍ୟବସ୍ଥା ରେ ଉଭୟ କଟକ ଓ ସମ୍ବଲପୁର ମହାନଦୀ ରିଭର ଫ୍ରଣ୍ଟ ର ବିକାଶ କରାଯିବ ।କଟକ ସହରର ରାସ୍ତାଘାଟର ବିକାଶ ହେବ ଏବଂ ଏକ ଆଧୁନିକ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ। ଭୁବନେଶ୍ୱର ରୁ କଟକ କୁ ମେଟ୍ରୋ ରେଳସେବା ସହିତ ଯୋଡାଜିବ।ବାଲିଯାତ୍ରା କୁ ୟୁନେସ୍କୋ ମାନ୍ୟତା ମିଳିବା ପାଇଁ ଉଦ୍ୟମ କରାଯିବ।କଟକ ସହର ଆମ ଐତିହ୍ୟର ବାର୍ତ୍ତାବହ। ଏହାକୁ ଏକ ସୁନ୍ଦର ଓ ଆଧୁନିକ ସହରରେ ପରିଣତ କରାଯିବ।ଓଡିଶାର ବିକାଶ ଏବେ ଦ୍ରୁତ ଗତିରେ ଆଗେଇ ଚାଲିଛି ବୋଲି ସେ ମତ ଦେଇ ସେ କହିଲେ ଯେ, ଏବେ ଓଡିଶାରେ ହଜାର ହଜାର କୋଟି ଟଙ୍କାର ଭିତ୍ତିଭୂମି ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଛି। ରେଳ ଓ ସଡକ ପାଇଁ ବ୍ୟାପକ ପୁଞ୍ଜି ବିନିଯୋଗ ହୋଇଛି। ବିମାନପଥରେ ମଧ୍ୟ ବ୍ୟାପକ ସୁଯୋଗର ସୃଷ୍ଟି ହେଉଛି। ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଆଜି ବିମାନ ଚାଳନରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ