ଶ୍ରୀମନ୍ଦିରରେ ଗରମ ଡାଲି ପଡ଼ି ୭ ଆହତ

ପୁରୀ :ଶ୍ରୀମନ୍ଦିରରେ ଗରମ ଡାଲି ପଡି ୭ ଜଣ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ଭାବେ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ୨ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଭୋଗ ମଣ୍ଡପରୁ ବୋଝିଆ ଗରମ ଡାଲି ବୋଝ ନେଇ ଆସୁଥିବା ବେଳେ କୌଣସି କାରଣରୁ ଅସାବଧାନତା ବଶତଃ ଡାଲି ବୋଝ ତଳେ ପଡ଼ିଯାଇଥିଲା। ଫଳରେ ଶ୍ରୀମନ୍ଦିର ଭିତରେ ଥିବା ୭ଜଣ ଭକ୍ତଙ୍କ ଉପରେ ଗରମ ଡାଲି ପଡ଼ିଯାଇଥିଲା। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଶ୍ରୀମନ୍ଦିର ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ୨ଜଣଙ୍କୁ ଛାଡ଼ି ପରେ ଶ୍ରୀମନ୍ଦିର ରୋଗୀ ବୁହା ଯାନରେ ୫ଜଣ ଭକ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆହତ ଭକ୍ତମାନେ ହେଲେ ନୟାଗଡ଼ ଅଞ୍ଚଳର ରିଟୁନି ଜେନା , ଯାଜ୍ଞସେନୀ ଜେନା , ଆଶୁତୋଷ ମହାନ୍ତି , ସୃତି ବାହାକା ଏବଂ ଶୁଭଶ୍ରୀ ରାଉତ ବୋଲି ସୂଚନା ମିଳିଛି। ଜିଲା ମୁଖ୍ୟ ଚିକିତ୍ସାଳୟର ପୋଡ଼ା ଜଳା କକ୍ଷରେ ସେମାନଙ୍କ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି।

  • Related Posts

    ରାଜଧାନୀରେ ବୋମାମାଡ଼, ପୁଲିସର ଛାନ୍‌ଭିନ୍

    ଭୁବନେଶ୍ୱର: ରାଜଧାନୀରେ ମାଟି ମାଫିଆଙ୍କ ଆତଙ୍କ। ଜମିରୁ ଜୋରଜବରଦସ୍ତି ମାଟି ଉଠାଣକୁ ବିରୋଧ କରିବାରୁ ଜମି ମାଲିକଙ୍କ ଘର ଉପରକୁ ବୋମାମାଡ଼ । ଏଭଳି ଘଟଣା ଚନ୍ଦକା ଥାନା ଅନ୍ତର୍ଗତ ପାଇକରାପୁର ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ, ଶନିବାର ପାଇକରାପୁର ଅଞ୍ଚଳରେ…

    Continue reading
    ନାଗ ସହ ରିଲ୍ସ, ଗଲା ଜୀବନ

    ପୁରୀ: ବିଷାକ୍ତ ସାପକୁ ସହଜରେ କାବୁ କରିନେଉଥିଲେ । ଯାହା ଘରେ ସାପ ପଶୁଥିଲା ସେଠାରେ ପହଞ୍ଚି ଧରୁଥିଲେ । ସାପ ସହ ରିଲ୍ସ କରୁଥିଲେ । ସାପ ସହ ଖେଳୁଥିବାରୁ ଦୃଶ୍ୟର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ୍‌ କରୁଥିବା ସାପ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ