ଲଗାଣ ବର୍ଷା: ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି

ବାରିପଦା: ଅଦିନିଆ ବର୍ଷାରେ ବେହାଲ ସ୍ଥିତି । ଲଗାଣ ବର୍ଷା ପରେ ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଫଳରେ ଲୋକଙ୍କ ଜନଜବୀବନକୁ ଅସ୍ତବ୍ୟସ୍ତ କରିଛି ପାଣି । ଘରୁ ବାହାରିବା ହୋଇ ପଡିଛି ମୁସ୍କିଲ୍ । ଅନେକ ସ୍ଥାନରେ ଲୋକେ ପାଣି ଘେରରେ ଫସି ରହିଛନ୍ତି । ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଶୀର୍ଷା ଗ୍ରାମ ପଞ୍ଚାୟତ ନେଦା ଗ୍ରାମ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଲୋକଙ୍କ ଘରେ ପାଣି ପଶିଯାଇଛି ।

ଫଳରେ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏଭଳି ସ୍ଥିତିରେ ବି ଲୋକମାନେ ନିଜ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟ କରିବାକୁ ବାଧ୍ୟ । ପାଣି ହେଲେ ବି ଲୋକେ ନିଜର କାମ ସାରିବାକୁ ପଛାଉ ନାହାଁନ୍ତି । ବନ୍ୟା ବିଭିଷୀକାରେ ବି ଲୋକେ ବିବାହ କରିବାକୁ ବାଧ୍ୟ ହୋଇଛନ୍ତି । ଜଣେ ବର ବନ୍ୟା ପାଣିରେ ଡଙ୍ଗାରେ ବସି କନିଆଁ ଘରକୁ ବର ବେଶ ସାଜି ବିବାହ କରିବାକୁ ଯାଉଥିବା ଦେଖିବାକୁ ମିଳିଛି । କିନ୍ତୁ ବରଯାତ୍ରୀ କୂଳରେ ଛିଡା ହୋଇ ବରକୁ ଅପେକ୍ଷା କରିଛନ୍ତି ବରଯାତ୍ରୀ ଯିବା ପାଇଁ ।

ଏହି ବର ଓ ବରଯାତ୍ରୀ ନେଦା ଗାଁରୁ ବାହାରିଛନ୍ତି ଝାରଖଣ୍ଡ ଟାଟା ନଗର ଯିବାପାଇଁ । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବନ୍ୟା ଯୋଗୁ କେତେକ ସ୍ଥାନରେ ଅଣ୍ଟା ଲେଖାଏଁ ପାଣି ଥିବା ବେଳେ ତ ଆଉ କେତେକ ସ୍ଥାନରେ ଆଣ୍ଠୁ ଲେଖାଏଁ ପାଣି ଜମି ରହିଥିଲା। ଏଭଳି ପରିସ୍ଥିତିରେ ବରଯାତ୍ରୀ କେତେବେଳେ ଚାଲି ଚାଲି ତ ଆଉ କେତେବେଳେ ଡଙ୍ଗା ସାହାଯ୍ୟରେ ବରଙ୍କୁ କନ୍ୟା ଘରକୁ ନେବା ପାଇଁ ବ୍ୟସ୍ତ ।

  • Related Posts

    ଉତ୍ତରାଖଣ୍ଡରେ ପୁଣି ୪.୨ତୀବ୍ରତାର ଭୂମିକମ୍ପ

    ଶନିବାର ରାତି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଯଦିଓ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ, ତେବେ ଜାତୀୟ ଭୂକମ୍ପ ବିଜ୍ଞାନ…

    Continue reading
    ସୋମବାର ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ଉଦ୍‌ଘାଟନ

    ଭୁବନେଶ୍ୱର: ଅକ୍ଟୋବର ମାସ ୧୨ ତାରିଖ ସୋମବାର ଦିନ ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ। ମାଆ କଟକ ଚଣ୍ଡୀଙ୍କ ମନ୍ଦିରର କାୟାକଳ୍ପ ଓ ଚତୁଃପାର୍ଶ୍ୱର ଉନ୍ନତିକରଣ ପାଇଁ ପ୍ରାୟ ୭୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ