ପ୍ରକାଶ ପାଇଲା UG ଦ୍ବିତୀୟ ରାଉଣ୍ଡ୍‌ ମେରିଟ୍‌ ଲିଷ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଲା UG ଦ୍ବିତୀୟ ରାଉଣ୍ଡ୍‌ ମେରିଟ୍‌ ଲିଷ୍ଟ । ଦ୍ବିତୀୟ ରାଉଣ୍ଡ ମେରିଟ୍‌ ଲିଷ୍ଟରେ ୪୫ ହଜାର ୫୦୨ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଏପଟେ ୫୨ ହଜାର ୧୨୬ ପିଲା Slide/Float ଅପ୍ସନ ଦେଇଥିଲେ । ୨୩ରୁ ୨୫ ତାରିଖ ମଧ୍ୟରେ କଲେଜରେ ନାମ ଲେଖାଇବାକୁ ନିର୍ଦ୍ଦେଶ ରହିଥିବା ବେଳେ ପ୍ରଥମ ରାଉଣ୍ଡରେ 1 ଲକ୍ଷ 75 ହଜାର 722 ଜଣ ପିଲାନକୁ ଚୟନ କରାଯାଇଥିବା ବେଳେ ସେଥିମଧ୍ୟରୁ ୭୯ ହଜାର ୭୫୨ ନାମ ଲେଖାଇଥିଲେ । ତେବେ ଜଣାନ୍ତୁ କେଉଁ କଲେଜରେ କେତେ କଟ ଅଫ ମାର୍କ ରହିଛି । କେତେ ପିଲା ଦ୍ୱିତୀୟ ରାଉଣ୍ଡ ରେ ଚୟନ ହୋଇଛନ୍ତି ।

ୟୁଜି ରେ ମୋଟ ସିଟ ସଂଖ୍ୟା 2 ଲକ୍ଷ 74 ହଜାର 365 ରହିଥିବା ବେଳେ ଛାତ୍ର ଛାତ୍ରୀ ମାନେ ଆବେଦାନ କରିଛନ୍ତି 2 ଲକ୍ଷ 65 ହଜାର 590 । ଏପଟେ ଦ୍ୱିତୀୟ ରାଉଣ୍ଡ ମେରିଟ ଲିଷ୍ଟରେ 45 ହଜାର 502 ଜଣଙ୍କୁ ଚୟନ କରାଯାଇଥିବା ବେଳେ ସେଥିରେ ଛାତ୍ର ଅଛନ୍ତି 20 ହଜାର 468 ଓ ଛାତ୍ରୀ 25 ହଜାର 468 ଏହା ସମେତ ଟ୍ରଆନ୍ସଜେଣ୍ଡର 3 ଜଣ ରହିଛନ୍ତି । ଏହାରି ମଧ୍ୟରେ ବିଜ୍ଞାନରେ 17 ହଜାର 193 ପିଲାମାନଙ୍କୁ ଚୟନ କରାଯାଇଥିବା ବେଲେ କଳା ବିଭାଗରେ 23 ହଜାର 996 ବାଣିଜ୍ୟରେ 2 ହଜାର 757 ଶାସ୍ତ୍ରୀ ରେ 200, ସେଲ୍ଫ ଫାଇନାସିଂ ରେ 1309 ଓ ଆଇନ ବିଭାଗରେ 47 ଜଣଙ୍କୁ ଚୟନ କରାଯାଇଛି ।
ପ୍ରଥମ ମେରିଟ ଲିଷ୍ଟରେ ରେଭେନ୍ସା କଟ ଅଫରେ ଆଗରେ ରହିଥିବା ବେଳେ ଦ୍ୱିତୀୟ ମେରିଟ ଲିଷ୍ଟରେ ମଧ୍ୟ ରେଭେନ୍ସା ଆଗରେ ରହିଛି । କଳା ବିଭାଗରେ ରେଭେନ୍ସା ପାଲଟିକାଲ ସାଇନ୍ସରେ 91 ପ୍ରତିଶତ କଟ ଅଫ ଯାଇଥିବା ବେଳେ ବିଜ୍ଞାନରେ ଫିଜିକ୍ସରେ 92.80 ପ୍ରତିଶତ ଓ ଜ୍ୟୁଲୋଜି ରେ 92.20 ପ୍ରତିଶତ କଟ ଅଫ ମାର୍କ ଯାଇଛି । ଏପଟେ ବାଣିଜ୍ୟରେ 89.83 ପ୍ରତିଶତ କଟ ଅଫ ରହିଛି । ସେହିଭଳି ଭାବରେ ଶାସ୍ତ୍ରୀରେ ଶ୍ରୀଜଗନ୍ନାଥ ଭେଦ କଲେଜ 60 ପ୍ରତିଶତ କଟ ଅଫ ରହିଥିବା ବେଲେ ସେଲ୍ଫ ଫାଇନସାସିଂରେ ବିଜେବି କଲେଜ 87.50 ପ୍ରତିଶତ କଟ ଅଫ ମାର୍କ ରହିଛି । ଓ ଆଇନ ବିଭାଗରେ ଲ- କଲେଜ ଉତ୍କଳ ବିଶ୍ୱବିଦ୍ୟାକୟ 84.40 ପ୍ରତିଶତ କଟ ଅଫ ମାର୍କ ରହିଛି ।

  • Related Posts

    ଉତ୍ତରାଖଣ୍ଡରେ ପୁଣି ୪.୨ତୀବ୍ରତାର ଭୂମିକମ୍ପ

    ଶନିବାର ରାତି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଯଦିଓ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ, ତେବେ ଜାତୀୟ ଭୂକମ୍ପ ବିଜ୍ଞାନ…

    Continue reading
    ସୋମବାର ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ଉଦ୍‌ଘାଟନ

    ଭୁବନେଶ୍ୱର: ଅକ୍ଟୋବର ମାସ ୧୨ ତାରିଖ ସୋମବାର ଦିନ ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ। ମାଆ କଟକ ଚଣ୍ଡୀଙ୍କ ମନ୍ଦିରର କାୟାକଳ୍ପ ଓ ଚତୁଃପାର୍ଶ୍ୱର ଉନ୍ନତିକରଣ ପାଇଁ ପ୍ରାୟ ୭୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ