ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ପାଇଁ ଭୋଟିଂ

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ପାଇଁ ପଡ଼ିବ ଭୋଟ। ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଗୋଟିଏ ପର୍ୟ୍ୟାୟରେ ହେବ ଭୋଟିଂ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ସରିବ। ମହାରାଷ୍ଟ୍ରରେ ମୋଟ ୧ ଲକ୍ଷ ୧୮୬ଟି ବୁଥରେ ମତସାବ୍ୟସ୍ତ କରିବେ ଭୋଟର।

ମୋଟ୍ ୪ ହଜାର ୧୩୬ ପ୍ରାର୍ଥୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି। ଏମାନଙ୍କ ମଧ୍ୟରେ ୨ ହଜାର ୮୬ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ମହାରାଷ୍ଟ୍ରରେ ଦୁଇ ମେଣ୍ଟ – ମହାୟୁତି ଏବଂ ମହା ବିକାଶ ଅଘାଡି ମଧ୍ୟରେ ହେଉଛି ଜୋରଦାର ଟକ୍କର। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନା, ବିଜେପି ଏବଂ ଏନ୍ସିପି ଅଜିତ ପାୱାର ଗୋଷ୍ଠୀକୁ ନେଇ ଗଠନ ହୋଇଛି ମହାୟୁତି ମେଣ୍ଟ।ସେହିଭଳି କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନ୍ସିପି- ଶରଦ ପାୱାର ଗୋଷ୍ଠୀକୁ ନେଇ ହୋଇଛି ମହା ବିକାଶ ଅଘାଡି। ପୂର୍ବ ନିର୍ବାଚନରେ କଂଗ୍ରେସ, ଶିବସେନା ମେଣ୍ଟ ଏବଂ କଂଗ୍ରେସ, ଏନସିପି ମେଣ୍ଟ ଭିତରେ ଲଢେଇ ହୋଇଥିଲା। ତେବେ ପରେ ଏକନାଥ ସିନ୍ଦେ ଶିବସେନାରୁ ଏବଂ ଅଜିତ ପାୱାର ଏନସିପିରୁ ଅଲଗା ହୋଇ ଭିନ୍ନ ଦଳ ଗଠନ କରିଥିଲେ। ଏଇ ଦୁଇ ଦଳ ବିଭାଜିତ ହେବା ପରେ ଏହା ରାଜ୍ୟରେ ପ୍ରଥମ ବିଧାନସଭା ନିର୍ବାଚନ।

ସେହିପରି ଝାଡ଼ଖଣ୍ଡରେ ଆଜି ଦ୍ୱିତୀୟ ତଥା ଶେଷ ପର୍ୟ୍ୟାୟ ମତଦାନ। ୮୧ ଆସନ ମଧ୍ୟରୁ ବାକି ୩୮ ଆସନ ପାଇଁ ଭୋଟ ଗ୍ରହଣ ହେବ। ଝାଡ଼ଖଣ୍ଡରେ ମତଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇ ୫ଟା ପର୍ୟ୍ୟନ୍ତ ଚାଲିବ। ୪୧ଟି ବୁଥରେ ମତ ଗ୍ରହଣ କେବଳ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ରଖାଯାଇଛି।

ଏଥର ମୋଟ ୨୯ ହଜାର ୫୬୨ଟି ପୋଲିଂ ବୁଥ କରାଯାଇଛି। ଗତ ନଭେମ୍ବର ୧୩ ତାରିଖରେ ପ୍ରଥମ ପର୍ୟ୍ୟାୟରେ ୪୩ଟି ବିଧାନସଭା ସିଟ୍ ପାଇଁ ଭୋଟଗ୍ରହଣ ହୋଇଥିଲା। ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ୟ୍ୟାୟରେ ମୋଟ୍ ୫୨୮ ଜଣ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୪୭୨ ପୁରୁଷ ଥିବାବେଳେ ୫୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ରାଜ୍ୟରେ କ୍ଷମତାସୀନ ଜେଏମଏମ-କଂଗ୍ରେସ ମେଣ୍ଟକୁ ଟକ୍କର ଦେଉଛି ଭାରତୀୟ ଜନତା ପାର୍ଟି। ଆସନ୍ତା ୨୩ରେ ଉଭୟ ରାଜ୍ୟରେ ଭୋଟ ଗଣତି ହେବ।

  • Related Posts

    ଆଜିଠାରୁ PUCC ଯାଞ୍ଚ କଡ଼ାକଡ଼ି: ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା

    ଭୁବନେଶ୍ବର:ଆଜିଠାରୁ କଡ଼ାକଡ଼ି ହେବ PUCC ଯାଞ୍ଚ । ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା। ଆଜି ଠାରୁ ସାରା ରାଜ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି। ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଏପ୍ରିଲ ପହିଲା ଯାଏଁ…

    Continue reading
    ଜନତାଙ୍କ ଉପରେ ନପଡ଼ୁ ଯୁଦ୍ଧର ପ୍ରଭାବ: ପ୍ରଧାନମନ୍ତ୍ରୀ

    ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିରେ ଦେଶବାସୀଙ୍କୁ ସୁରକ୍ଷା ଦିଅ। ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ନିରନ୍ତର ସହିତ ଦରଦାମ ସ୍ଥିର ରଖ। ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବା CCS ବୈଠକରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ