ବିଏମସି ନିର୍ବାହୀ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ (ବିଏମସି) ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କୁ ଗୁରୁବାର ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।ତାଙ୍କ ବିରୁଦ୍ଧରେ ଜ୍ଞାତ ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ଗୁରୁବାର ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟରେ ହାଜର କରାଯିବ।ଏହି ସମ୍ପର୍କରେ, ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ପିଏସ୍ ମାମଲା ନଂ.୧୬/୨୦୨୫ ରୁଜୁ କରାଯାଇଛି।ଭୁବନେଶ୍ୱରର ବିଏମସିର ନିର୍ବାହୀ ଯନ୍ତ୍ରୀ ପଟ୍ଟନାୟକଙ୍କ ସମ୍ପତ୍ତି ଉପରେ କରାଯାଇଥିବା ତଦନ୍ତରୁ, ତାଙ୍କ ପାଖରେ ଆୟ ଅନୁସାରେ ଅଧିକ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ଯେଉଁଥିରେ ବିବିଏସଆରରେ ଗୋଟିଏ ଏବଂ ରାୟଗଡା ଜିଲ୍ଲା ଗୁଣପୁରରେ ଦୁଇଟି ସମେତ ୩ଟି ବହୁମହଲା କୋଠା, ଗୋଟିଏ ଫାର୍ମ ହାଉସ, ଭୁବନେଶ୍ୱରରେ ତିନୋଟି ଉଚ୍ଚ ମୂଲ୍ୟର ପ୍ଲଟ୍, ୪୬୦ ଗ୍ରାମ ସୁନା, ୮୦ ଲକ୍ଷ ଟଙ୍କାରୁ ଅଧିକ ଜମା, ଗୋଟିଏ ଚାରି ଚକିଆ ଗାଡ଼ି ଗ୍ରାଣ୍ଡ ଭିଟାରା, ହରିଣ ଶିଙ୍ଗ, ଗୋଟିଏ ଦେଶୀ ବନ୍ଧୁକ ଆଦି ରହିଛି। ଏସବୁର ସେ ସନ୍ତୋଷଜନକ ଭାବରେ ହିସାବ ଦେଇପାରି ନଥିଲେ।ଏହା ବ୍ୟତୀତ,୨୦୨୫-୨୬ ମସିହାର ଖୋର୍ଦ୍ଧା ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ବାଲିପାଟଣା ଫରେଷ୍ଟ ରେଞ୍ଜରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ର ଧାରା(୯)(୪୯)(୫୧) ଅନୁଯାୟୀ କେସ୍ ନମ୍ବର ୩ ମାଧ୍ୟମରେ ତାଙ୍କ ବିରୁଦ୍ଧରେ ବେଆଇନ ଭାବରେ ହରିଣ ଶିଙ୍ଗ ରଖିଥିବା ନେଇ ଆଉ ଏକ ମାମଲା ରୁଜୁ କରାଯାଇଛି। ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।

  • Related Posts

    ସ୍ତ୍ରୀକୁ ମାରି ପୋଖରୀକୁ ଫିଙ୍ଗିଦେଲା ସ୍ୱାମୀ !

    ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ବେଲଦ୍ୱାର ଗାଁରେ ଯୌତୁକ ଜନିତ କଳହକୁ କେନ୍ଦ୍ର କରି ଜଣେ ନୃଶଂସ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ହାତ ବାନ୍ଧି ପୋଖରୀକୁ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି ।…

    Continue reading
    ଯୁବକଙ୍କୁ ନିର୍ମମ ହତ୍ୟା

    ସମ୍ବଲପୁର : ସମ୍ବଲପୁର ସହରରେ ଚାଞ୍ଚଲ୍ୟ । ଫିସେରୀ ରୋଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ପରେ ହତ୍ୟା ସନ୍ଦେହ ଘନୀଭୂତ ହୋଇଛି। ମୃତକ ଜଣକ ହେଲେ ଗୋପାଳ ବଂଶଲ। ତାଙ୍କ ଘର ସମ୍ବଲପୁର ସହରର ତିୱାରୀଗଳିରେ । ସମ୍ବଲପୁର ଟାଉନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ